ଡ୍ରାଗନ୍‌ର ବଡ଼ ଚାଲ୍‌…ଭାରତକୁ ‘ଟୁ ଆଣ୍ଡ ହାଫ୍‌ ଫ୍ରଣ୍ଟ ଓ୍ବାର୍‌’ରେ ଫସାଇ ରଖିବାକୁ ଚାହୁଁଛି ଚାଇନା

ନୂଆଦିଲ୍ଲୀ,୧୬।୭: ବର୍ଷ ବର୍ଷ ଧରି ଚାଇନା ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ଏହାର ଅନେକ ଉଦାହରଣ ଦୁନିଆର ବଡ ମଞ୍ଚରେ ମଧ୍ୟ ଦେଖିବାକୁ ମିଳେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ କଥା ପଡେ, ସେତେବେଳେ ଚାଇନା ସେମାନଙ୍କୁ କଳା ତାଲିକାଭୁକ୍ତ କରିବାର ପ୍ରସ୍ତାବ ଉପରେ ବୈଷୟିକ ଭାବେ ରୋକ ଲଗାଇ ଦେଇଥାଏ।

ୟୁଏନ୍‌ଏସ୍‌ସି ଅଧୀନରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ନାମିତ କରିବାକୁ ଭାରତ ବାରମ୍ବାର ପ୍ରସ୍ତାବ ଦେଇଆସୁଛି। ହେଲେ ଚାଇନା ପ୍ରତ୍ୟେକ ଥର ଏଥିରେ ରୋକ ଲଗାଉଛି। ଏଥିପାଇଁ ଭାରତ ଅନେକ ଥର ଚାଇନାକୁ ଟାର୍ଗେଟ କରିଛି। ଚାଇନା ଅନେକ ଥର ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବାରେ ବାଧା ସୃଷ୍ଟି କରିଛି। ଦୁନିଆର କେତେକ ବଡ଼ ଆତଙ୍କବାଦୀଙ୍କୁ ନିଷେଧ କରିବା ସମୟରେ ମଧ୍ୟ ଚୀନ ସେମାନଙ୍କୁ ବଞ୍ଚାଇବାକୁ ଆଗେଇ ଆସୁଛି।

ଚଳିତ ବର୍ଷ ପାକିସ୍ତାନରେ ବିଦ୍ରୋହୀ ଗୋଷ୍ଠୀର ଆକ୍ରମଣ ବହୁତ ବୃଦ୍ଧି ପାଇଛି। ଖଓ୍ବେର ପଖ୍‌ତୁନଖ୍ବାଠାରୁ ବାଲୁଚିସ୍ତାନ ପର୍ଯ୍ୟନ୍ତ ବିଦ୍ରୋହୀ ସଂଗ୍ରାମୀମାନେ ଚାଇନା ସହ ଜଡିତ ନିବେଶ ଉପରେ ବଡ଼ ଆକ୍ରମଣ କରିଛନ୍ତି। ମାର୍ଚ୍ଚରେ ହୋଇଥିବା ଏକ ବଡ଼ ଆକ୍ରମଣରେ ଡାସୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୫ ଜଣ ଚାଇନା ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା।

ସିପିଇସି (ଚାଇନା ପାକିସ୍ତାନ ଇକୋନୋମିକ କରିଡର) ଯୋଜନା ଜାରି ରଖିବାକୁ ଚାଇନା ପାକିସ୍ତାନର ଆତଙ୍କବାଦୀଙ୍କ ସହ କୌଣସି ପଙ୍ଗା ନେବାକୁ ଚାହୁଁନାହିଁ। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡରରେ ଚାଇନା ନିଜର ଉଚ୍ଚାଭିଳାଷୀ ଯୋଜନା ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ୬୨ ବିଲିୟନ ଡଲାର ବିନିଯୋଗ କରିଛି। ଏଣୁ ସେ ଏହି ଯୋଜନାକୁ ଯେକୌଣସି ମୂଲ୍ୟରେ ସମାପ୍ତ କରିବାକୁ ଚାହୁଁଛି।

ଇଣ୍ଟେଲିଜେନ୍ସ ଏଜେନ୍ସିଗୁଡ଼ିକର ମଧ୍ୟ ପ୍ରମାଣ ଅଛି ଯେ ଚାଇନା ଭାରତ ବିରୋଧରେ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ଯୋଗାଉଛି। ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ପାକିସ୍ତାନୀ ସେନା ବର୍ତ୍ତମାନ ଚାଇନାର ସହାୟତା ନେଉଛି। ଉଭୟେ ଆତଙ୍କବାଦୀଙ୍କୁ ଆଧୁନିକ ଉପକରଣ ଯୋଗାଉଛନ୍ତି। ଚାଇନାର ଏକ ସ୍ବତନ୍ତ୍ର ଉପକରଣ ଆତଙ୍କବାଦୀଙ୍କ ହାତରେ ପହଞ୍ଚିଛି।

ରାଡାରକୁ ଏଡ଼ାଇବା ପାଇଁ ଆତଙ୍କବାଦୀଙ୍କୁ ଅଲ୍ଟ୍ରା ସେଟ୍‌ ଦିଆଯାଉଛି। ଏହାଦ୍ୱାରା ସୁରକ୍ଷା ବାହିନୀର ଚିନ୍ତା ବଢ଼ିଛି। ସେନା କହିଛି ଯେ ଏହି ଯନ୍ତ୍ରପାତି ପାକିସ୍ତାନୀ ସେନା ଦ୍ୱାରା ବ୍ୟବହୃତ ହେଉଛି ଏବଂ ଏହାକୁ ଚାଇନା ଦେଇଛି। ଏବେ ଏମାନେ ଆତଙ୍କବାଦୀଙ୍କ ହାତରେ ଲାଗିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ଏବଂ ଚାଇନା ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି।

ଗଲୱାନ ଘଟଣା ପରଠାରୁ ଭାରତ ସମୁଦାୟ ଏଲ୍‌ଏସି ଯାଏ ମୋଟ ୨ ଲକ୍ଷ ଯବାନ ନିୟୋଜିତ କରିଛି। ଚୀନ ସୀମା ନିକଟରେ ଭାରତୀୟ ସେନାର ଭାରୀ ତଥା କାଉଣ୍ଟର-ନିୟୋଜନ ପରଠାରୁ ଚାଇନା ବାଉଳି ହେଉଛି। ଏପରିକି ଉଭୟ ଫ୍ରଣ୍ଟରେ ଭାରତୀୟ ସେନାର ଧ୍ୟାନ ଭଙ୍ଗ କରିବାକୁ ଏକ ସୁଚିନ୍ତିତ ରଣନୀତି ଭାବରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri