୪୬ ବର୍ଷ ଅପେକ୍ଷାର ଅନ୍ତ ଆଜି

ପୁରୀ,୧୪ା୭(ଅଜିତ୍‌ କୁମାର ମହାନ୍ତି)ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ରବିବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବ। ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ ସହ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍‌(ଏସ୍‌ଓପି) ଜାରି କରାଯାଇଛି। ଫଳରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏସ୍‌ଓପି ପ୍ରଦାନ କରାଯାଇଛି। ଏହାପରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଅପରାହ୍ନ ୧ଟାରୁ ୧ଟା ୩୦ ମିନିଟ୍‌ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନ୍‌ଭେଣ୍ଟୋରି ପ୍ରସ୍ତୁତ କରାଯାଇଥିଲା।

ସମ୍ପ୍ରତି ରତ୍ନଭଣ୍ଡାର ଖୋଲିବା ନେଇ ଶନିବାର ରାଜ୍ୟ ସରକାର ଏସ୍‌ଓପି ପ୍ରଦାନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରତ୍ନଭଣ୍ଡାର ଖୋଲାଯିବ, ତା’ ପରେ ମରାମତି ଏବଂ ଗଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେହିଭଳି କେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେ ନେଇ ମଧ୍ୟ ଏସ୍‌ଓପି ପ୍ରସ୍ତୁତ ହୋଇଛି। ଶନିବାର ରାତିରେ ପୁରୀ ନୀଳାଦ୍ରି ଭକ୍ତନିବାସରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ରଥ ସୂଚନା ଦେଇ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା କ୍ଷେତ୍ରରେ ମହାପ୍ରଭୁ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରୁଛି। ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ବିମଳା, ପ୍ରଭୁ ଲୋକନାଥ ଆଦି ଦେବଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ଶରଣାପନ୍ନ ହୋଇ ଆଶୀର୍ବାଦ ନିଆଯିବ। ଜୁଲାଇ ୧୪ ତାରିଖ ରବିବାର ଅପରାହ୍ନ ୧ଟାରୁ ୧ଟା ୩୦ ମିନିଟ୍‌ ମଧ୍ୟରେ ଶୁଭ ମୁହୂର୍ତ୍ତ ଦେଖି ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ମଧ୍ୟକୁ କେଉଁମାନେ ଯିବେ, ସେ ନେଇ ଏସ୍‌ଓପି ପ୍ରସ୍ତୁତ ହୋଇଛି। ଏସ୍‌ଓପି ଅନୁଯାୟୀ, ରତ୍ନଭଣ୍ଡାର ତଦାରଖ କମିଟିର ୨ଜଣ ସଦସ୍ୟ, ପୁରୀ ଜିଲାପାଳ ଏବଂ ତାଲାଭଙ୍ଗା ଟିମ୍‌ ଯିବେ। ସେହିପରି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଟିମ୍‌, ରତ୍ନଭଣ୍ଡାର ମେକାପ, ତଡ଼ାଉକରଣ ସାମିଲ ହେବେ। ସେମାନଙ୍କ ସାଥିରେ ଅଭିଜ୍ଞ ସାପଧରାଳି, ଓଡ୍ରାଫ ଟିମ୍‌, ମେଡିକାଲ ଟିମ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଉପସ୍ଥିତ ରହିବେ। ଆବଶ୍ୟକ ପଡ଼ିଲେ ରତ୍ନଭଣ୍ଡାର ଭିତରକୁ ଯିବେ। ସମସ୍ତେ ଶୁଦ୍ଧପୂତ ଭାବେ ସମର୍ପଣ ଭାବନା ନେଇ ରତ୍ନଭଣ୍ଡାର ଭିତରକୁ ଯିବେ। ରତ୍ନଅଳଙ୍କାର ସ୍ଥାନାନ୍ତର କରାଯାଇ ରଖାଯିବା ନିମନ୍ତେ ଶ୍ରୀମନ୍ଦିର ଭିତରେ ଚାଙ୍ଗଡ଼ା ଘର ପାଖରେ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି। ଅଳଙ୍କାରର ସଂଖ୍ୟା, ମାନ, ଓଜନ ସ୍ଥିର କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ। ଏଥିସହ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ରବିବାର ପୂର୍ବାହ୍ନରେ ଏକ ବୈଠକ ବସିବ। କେଉଁମାନେ ରତ୍ନଭଣ୍ଡାରକୁ ଯିବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ରଥ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ରତ୍ନଭଣ୍ଡାର ସମ୍ପର୍କିତ ଏସ୍‌ଓପି ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଏନେଇ ବୈଠକ ସରିଛି। କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ରଥ, ମୁଖ୍ୟ ଶାସନ ସଚିବ, ଗଜପତି ମହାରାଜାଙ୍କ ସହ ଆଲୋଚନା କରାଯାଇ ସମସ୍ତଙ୍କ ପରାମର୍ଶ କ୍ରମେ ଏବଂ ରାଜ୍ୟ ସରକାରଙ୍କ ମାର୍ଗଦଶିକା ଅନୁଯାୟୀ ପଦକ୍ଷେପ ନିଆଯିବ। ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀଲୋକନାଥଙ୍କ ଶରଣାପନ୍ନ ହେବୁ। ଶ୍ରୀଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସିବ। ମା’ ବିମଳାଙ୍କ ନିକଟରେ ଗୁଆଟେକା ହେବ। ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହଙ୍କ ଶରଣାପନ୍ନ ହେବୁ। ଏ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରାଯାଉଛି ବୋଲି ପାଢ଼ୀ କହିଛନ୍ତି। ବୈଠକ ପରେ ଅଧ୍ୟକ୍ଷ ଜଷ୍ଟିସ୍‌ ରଥ, ଜିଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସ୍‌ପି ପ୍ରମୁଖ ଶ୍ରୀମନ୍ଦିର ଯାଇ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା, ଅଳଙ୍କାର ରହିବାକୁ ଥିବା ଷ୍ଟ୍ରଙ୍ଗ ରୁମ୍‌ ସହ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri