Posted inଜାତୀୟ

Video: ଲାଇଭ୍‌ ଶୋ’ରେ ବର୍ଷିଲେ ହରଭଜନ: କହିଲେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବାର ପ୍ରଶ୍ନ ନାହିଁ …

ନୂଆଦିଲ୍ଲୀ,୧୩।୭: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ହେଲେ ଏବେଠାରୁ ଟୁର୍ନାମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତ ସରକାରଙ୍କ ଅନୁମତି ବିନା ଟିମ୍‌ ଇଣ୍ଡିଆକୁ ପାକିସ୍ତାନକୁ ପଠାଇବ ନାହିଁ। ଏମିତିରେ ପଡୋଶୀ ଦେଶକୁ ଯିବା ଏକପ୍ରକାର ସମ୍ଭବ ନୁହେଁ ବୋଲି କୁହାଯାଉଛି। ରିପୋର୍ଟ ମୁତାବକ ଚାମ୍ପିଅନ୍ସ ଟ୍ରଫି ଲାଗି ହାଇବ୍ରିଡ ମଡେଲ ଦାବି କରୁଛି ବିସିସିଆଇ। ଏଥିଲାଗି ଟିମ୍‌ ଇଣ୍ଡିଆ ନିଜ ମ୍ୟାଚଗୁଡ଼ିକ ପାକିସ୍ତାନ ବଦଳରେ ଶ୍ରୀଲଙ୍କା ନଚେତ ଦୁବାଇରେ ଖେଳିବାକୁ ଚାହୁଁଛି। ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ପୂର୍ବତନ କ୍ରିକେଟର ହରଭଜନ ସିଂ ପାକିସ୍ତାନୀ ଗଣମାଧ୍ୟମ ସହ ପୂର୍ବତନ ଖେଳାଳିଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି।

ଏକ ପାକିସ୍ତାନୀ ଚ୍ୟାନେଲ ସହ ଅତିଥି ଭାବେ ଯୋଡ଼ି ହୋଇ ହରଭଜନ କହିଛନ୍ତି, ଟିମ୍‌ ଇଣ୍ଡିଆ ବିଲ୍‌କୁଲ ପାକିସ୍ତାନ ଯିବ ନାହିଁ। କାରଣ ଦଳକୁ ପାକିସ୍ତାନର ଆବଶ୍ୟକତା ନାହିଁ। ଯଦି ଆପଣମାନେ ଟିମ ଇଣ୍ଡିଆ ବିନା ତିଷ୍ଠି ପାରିବେ ତେବେ ଆପଣ ଯାହା କରିବା କଥା କରନ୍ତୁ।

କହିରଖୁଛୁ, ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି ଯେ ଯଦି ଚାମ୍ପିୟନ୍ସ ଟ୍ରଫି ଖେଳିବା ଲାଗି ଟିମ୍‌ ଇଣ୍ଡିଆ ପାକିସ୍ତାନ ନ ଆସେ ତେବେ ଟିମ ଇଣ୍ଡିଆ ସ୍ଥାନରେ ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟ ଖେଳିବ। ଏସିଆ କପ ସମୟରେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା। ଏଣୁ ଆଗାମୀ ଟୁର୍ନାମେଣ୍ଟରେ ଏଭଳି ହେବା ଦେଖିବା ସାଧାରଣ କଥା ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri