ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…

ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍‌ ପଛରେ ସ୍କୁଟିଟି ପିଟି ହୋଇଯିବାରୁ ଛିଟିକି ପଡ଼ିଥିଲେ ପ୍ରେମୀଯୁଗଳ। ପ୍ରେମିକାଙ୍କ ମୁଣ୍ଡ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟରରେ ପିଟି ହୋଇଯାଇଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଦୌଡ଼ିଯାଇ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାପାର୍ଶ୍ୱରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ପ୍ରେମିକାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରେମିକ ଜଣକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୃତ ପ୍ରେମିକା ଜଣକ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ମାଣିଦା ଗ୍ରାମର ରାମକୃଷ୍ଣ ଦାସଙ୍କ ଝିଅ ପୂଜା (୨୧)।

ସୂଚନାନୁଯାୟୀ, ବସ୍ତା ଥାନା ଅଧୀନ ଚାକୁରାଇ ଗ୍ରାମର ଚିନ୍ମୟ ଦାସ ତାଙ୍କ ପ୍ରେମିକା ପୂଜାଙ୍କ ସହିତ ଏକ ସ୍କୁଟିରେ ବସି ଚନ୍ଦନେଶ୍ୱର ମନ୍ଦିର ଆସୁଥିଲେ। ଜଳେଶ୍ୱର-ଚନ୍ଦନେଶ୍ୱର ୫ ୭ ନଂ ରାଜ୍ୟ ରାଜପଥ ଭୋଗରାଇ ଥାନାଛକ ଶ୍ରୀବତ୍ସପୁର ସ୍କୁଲଠାରେ ବିପରୀତ ଦିଗରୁ ଆସୁଥିବା ଲଷ୍ମୀନାରୟଣ ଯାତ୍ରୀବାହୀ ବସ୍‌ ସମ୍ମୁଖରେ ଥିବା ଏକ ପିକ୍‌ଅପ୍‌କୁ ଓଭର ଟେକ୍‌ କରୁଥିବାବେଳେ ବସ୍‌ ପଛପଟେ ସ୍କୁଟିଟି ପିଟି ହୋଇଯାଇଥିଲା। ଆହତ ହୋଇଥିବା ପ୍ରେମିକ ତଥା ଚିନ୍ମୟଙ୍କ କହିବା ଅନୁଯାୟୀ, ପୂଜାଙ୍କୁ ସେ ଚନ୍ଦନେଶ୍ୱର ମନ୍ଦିରରେ ବରଣମାଳା ଦେଇ ଜୀବନସାଥୀ କରିବାକୁ ଆସୁଥିଲେ। ହେଲେ ସବୁ ସ୍ବପ୍ନ ଚୂରମାର ହୋଇଗଲା ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଭୋଗରାଇ ପୋଲିସ ଏକ ଅପମୃତ୍ୟୁ ମାମଲା ଋ଼ଜୁ କରି ପ୍ରାଥମିକ ତଦନ୍ତ କରୁଥିବା ବେଳେ ଖବର ଲେଖା ହେଲା ବେଳକୁ ମୃତ ପୂଜାଙ୍କ ଆତ୍ମୀୟ ସ୍ବଜନ ହସ୍ପିଟାଲକୁ ଆସିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri