ବ୍ରିଟେନ୍‌ ସଂସଦରେ ଗୀତା ହାତରେ ଧରି ଶପଥ ନେଇଥିବା ଏମ୍‌ପି ଶିବାନୀ ରାଜା କିଏ? ଜାଣନ୍ତୁ ସବୁକିଛି…

ଲଣ୍ଡନ,୧୧।୭: ବ୍ରିଟେନ୍‌ରେ ଜୁଲାଇ ୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪ ବର୍ଷ ଧରି ନିରବଚ୍ଛିନ୍ନ ଶାସନ କ୍ଷମତାରେ ଥିବା କଞ୍ଜର୍ଭେଟିଭ୍‌ ପାର୍ଟିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୬୫୦ରୁ ୪୧୨ ଆସନ ଜିତି ଶାସନ କ୍ଷମତାକୁ ଫେରିଛି ଲେବର ପାର୍ଟି। ତେବେ ଲେବର ପାର୍ଟିର ଏହି ବଡ଼ ବିଜୟର ପୁରୋଧା ସାଜିଥିଲେ ଏମ୍‌ପି ଶିବାନୀ ରାଜା।

ଭାରତୀୟ ବଂଶୋଦ୍ଭବ ଶିବାନୀ ୩୭ ବର୍ଷ ଧରି ଲେବର ପାର୍ଟିର ଗଡ଼ କୁହାଯାଉଥିବା ଲିସେଷ୍ଟର ଇଷ୍ଟରୁ ବିଜେତା ହୋଇ ଇତିହାସ ରଚିଛନ୍ତି। ଏହି ନିର୍ବାଚନରେ ଶିବାନୀଙ୍କ ବିପକ୍ଷରେ ଲେବର ପାର୍ଟିର ପ୍ରାର୍ଥୀ ଏବଂ ଲଣ୍ଡନର ଡେପୁଟି ମେୟର ରାଜେଶ ଅଗ୍ରଓ୍ବାଲ ଲଢ଼ୁଥିଲେ। ତାଙ୍କୁ ଶିବାନୀ ୪ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।

ଶିବାନୀଙ୍କ ବିଜେତା ହେବା ପରେ ବ୍ରିଟେନ ସଂସଦରେ ଶପଥ ନେଇଛନ୍ତି। ଏହି ଅବସରରେ ସେ ହାତରେ ଗୀତା ଧରିଥିବା ଦେଖାଯାଇଥିଲା। ଏହାର ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କୁ ବେଶ ପସନ୍ଦ କରାଯାଉଛି।

୨୯ ବର୍ଷୀୟ ଶିବାନୀ ଭାରତୀୟ ବଂଶୋଦ୍ଭବ। ହେଲେ ସେ ନିଜ ପରିବାରର ପ୍ରଥମ ପିଢ଼ି ଯିଏ ବ୍ରିଟିଶ ନାଗରିକ। ତାଙ୍କ ମା’ବାପା ୧୯୭୦ରେ କେନିଆରୁ ଇଂଲଣ୍ଡର ଲିସେଷ୍ଟର ଆସିଥିଲେ। ୧୯୯୪ ଜୁଲାଇ ୨୧ରେ ଶିବାନୀଙ୍କ ଜନ୍ମ ହୋଇଥିଲା। ବ୍ରିଟେନରେ ସେ ବଢ଼ିଥିବା ସତ୍ତ୍ୱେ ନିଜ ସଂସ୍କୃତି ଭୁଲି ନାହାନ୍ତି। ସେ ଗୁଜରାଟୀ ପରିବାରରୁ ଆସିଛନ୍ତି। ଏଣୁ ରାଜନୀତି ସହ ପାରିବାରିକ ବ୍ୟବସାୟରେ ତାଙ୍କର ଦକ୍ଷତା ରହିଛି। ୨୦୨୨ରେ ଲିସେଷ୍ଟରରେ ଦଙ୍ଗା ହୋଇଥିଲା। ସେତେବେଳେ ଶାସନ କ୍ଷମତାକୁ ନେଇ ଅନେକଙ୍କ ମନରେ ଅସନ୍ତୋଷ ଥିବା ହୃଦୟଙ୍ଗମ କରିଥିଲେ ସେ। ପରେ ସେ ଏହାକୁ ବଦଳାଇବା ପାଇଁ ରାଜନୀତୀରେ ପ୍ରବେଶ କରିଥିଲେ।

ଶିବାନୀଙ୍କ ପିଲାଦିନ ଲିସେଷ୍ଟର ରଶି ମିଡରେ ବିତିଛି। ସେ ପ୍ରାରମ୍ଭିକ ପାଠପଢ଼ା ହେରିକ ପ୍ରାଇମେରି ସ୍କୁଲ ଏବଂ ସୋଅର ବେଲି କଲେଜରୁ କରିଥିଲେ। ଏହାପରେ ସେ ଡି ମୋଟଫୋର୍ଟ ୟୁନିଭର୍ସିଟିରୁ ଫାର୍ମାସୁଟିକାଲା ଏବଂ କଷ୍ମେଟିକ୍‌ ସାଇନ୍ସରୁ ଗ୍ରାଜୁଏଶନ ଡିଗ୍ରୀ ହାସଲ କରିଥିଲେ। ଗ୍ରାଜୁଏଶନରେ ସେ ଅନେକ କଷ୍ମେଟିକ୍‌ ବ୍ରାଣ୍ଡ ସହ କାମ କରିଥିଲେ। ୨୦୧୭ରେ ସେ ମିସ୍‌ ଇଣ୍ଡିଆ ୟୁକେ ପ୍ରତିଯୋଗିତାରେ ଭାଗ ନେଇ ସେମି ଫାଇନାଲିଷ୍ଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri