Posted inଜାତୀୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପୁଣି ଗିରଫ ହେଲେ କ’ଣ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲିବେ? ସାମ୍ନାରେ ରହିଛି ଏହି ୩ ବିକଳ୍ପ

ରାଞ୍ଚି,୫।୭: କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଲେ ତାଙ୍କ ରାସ୍ତାର କଣ୍ଟା ଏଯାଏ ସଫା ହୋଇନାହିଁ। ଜେଲ୍‌ରୁ ବାହାରକୁ ଆସିବା ପରେ ସେ ବଡ଼ ନିଷ୍ପତ୍ତି ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏମିତିରେ ଯଦି ପୁଣିଥରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିନିଏ, ଅଥବା ସୁପ୍ରିମକୋର୍ଟ ତାଙ୍କର ଜାମିନକୁ ଅଗ୍ରାହ୍ୟ କରିଦିଅନ୍ତି, ନଚେତ ପୁଣିଥରେ ସେ ଜେଲ ହାଜତକୁ ଚାଲିଯାଆନ୍ତି ତେବେ ସେ କ’ଣ କରିବେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି।

ଯଦି ସୋରେନ୍‌ ଜେଲ ଯାଆନ୍ତି ତେବେ କ’ଣ ହେବ?
ହେମନ୍ତ ସୋରେନଙ୍କ ଏବେର ନିଷ୍ପତ୍ତିକୁ ଦେଖିଲେ ଏବେ ତାଙ୍କୁ ଗିରଫ ହେବାର ଭୟ ନାହିଁ ବୋଲି ସ୍ପଷ୍ଟ ହେଉଛି। ଯଦି ସେ ଗିରଫ ହୁଅନ୍ତି ତେବେ ତାଙ୍କ ପାଖରେ ଅନେକ ବିକଳ୍ପ ରହିଛି, ଯାହାର ବ୍ୟବହାର କରିବାକୁ ସେ ପଛଘୁଞ୍ଚା ଦେବେ ନାହିଁ। ଆସନ୍ତୁ ଜାଣିବା ୩ ମୁଖ୍ୟ ବିକଳ୍ପ ବିଷୟରେ…

ପ୍ରଥମ ବିକଳ୍ପ:ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପାଦଚିହ୍ନରେ ଚାଲିବେ ସୋରେନ?
ଝାରଖଣ୍ଡ ନିର୍ବାଚନ ହେବାରେ କିଛି ମାସର ସମୟ ରହିଛି, ଏମିତିରେ ଜାମିନରେ ଜେଲରୁ ବାହାରକୁ ଆସିବା ପରେ ଚମ୍ପାଇ ସୋରେନଙ୍କୁ ପଦରୁ ହଟାଇ ସେ କ୍ଷମତାକୁ ଫେରିବା ତାଙ୍କର ରଣନୀତି ବୋଲି କୁହାଯାଉଛି। ଗିରଫ ହେବା ପରେ ତାଙ୍କ ପାଖରେ ସବୁଠାରୁ ବଡ଼ ଏବଂ ପ୍ରଥମ ବିକଳ୍ପ ଏହା ଯେ ସେ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲନ୍ତୁ। ଜେଲରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାନ୍ତୁ। ଏମିତି କରି ସେ ନିର୍ବାଚନ ଲାଗି ଲୋକଙ୍କ ସହାନୁଭୂତି ହାସଲ କରିପାରିବେ।

ଦ୍ୱିତୀୟ ବିକଳ୍ପ: ଲାଲୁ ଯାଦବଙ୍କ ପନ୍ଥା ଆପଣାଇପାରନ୍ତି ମୁଖ୍ୟମନ୍ତ୍ରୀ ସୋରେନ?
ଏହି ବିକଳ୍ପ ବିଷୟରେ ଜାନୁଆରୀ ମାସରେ ଚର୍ଚ୍ଚା ହୋଇଥିଲା, ଯେତେବେଳେ ହେମନ୍ତ ଗିରଫ ହୋଇଥିଲେ। ସେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ନୀତି ଆପଣାଇପାରିବେ, ଯାହାଦ୍ୱାରା ଚାରା ଦୁର୍ନୀତି ମାମଲାରେ ଜେଲ ଯିବା ପୂର୍ବରୁ ସେ ନିଜ ପତ୍ନୀ ରାବିଡି ଦେବୀଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଥିଲେ ଏବଂ ତାଙ୍କ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ଯଦି ତାଙ୍କୁ ପୁଣିଥରେ ଜେଲ ଯିବାକୁ ପଡେ ତେବେ ସେ ସ୍ତ୍ରୀଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କରିପାରନ୍ତି।

ତୃତୀୟ ବିକଳ୍ପ: ଏହି ଭେଟେରାନଙ୍କୁ ହସ୍ତାନ୍ତର କରିପାରନ୍ତି ଝାଡ଼ଖଣ୍ଡର ଦାୟିତ୍ୱ?
ହେମନ୍ତ ସୋରେନ ବାହାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଏବେ ବି ସେ ଗିରଫ ହୋଇପାରନ୍ତି। ଏମିତିରେ ସେ ନିଜ ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କୁ ଗାଦିରେ ବସାଇପାରନ୍ତି। ଯେମିତିକି ଚମ୍ପାଇ ସୋରେନ। କାରଣ ସେ ବିନାସର୍ତ୍ତରେ ଇସ୍ତଫା ଦେଇଦେଇଛନ୍ତି। ଏଣୁ ପରିସ୍ଥିତି ସେଭଳି ଉପୁଜିଲେ ଚମ୍ପାଇ ପୁଣିଥରେ ତାଙ୍କ ପାଇଁ ସେଭଳି କାମ କରିପାରନ୍ତି ବୋଲି କୁହାଯାଉଛି।

କ’ଣ ପୁଣି ଗିରଫ ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ?
ହେମନ୍ତଙ୍କ ଦୁର୍ନୀତି ସହ ସମ୍ପର୍କ ନ ଥିବା ହାଇକୋର୍ଟରେ ତାଙ୍କ ଓକିଲ ବାରମ୍ବାର ଦଲିଲ କରିଛନ୍ତି। ଏହି ମାମଲାରେ ତାଙ୍କ ନାମରେ ଜମି ନାହିଁ, ତାଙ୍କ ନାମ ବି ନାହିଁ। ହେଲେ ଅନେକ ମାମଲା ଏଭଳି ରହିଛି ଯେଉଁଥିରେ ତାଙ୍କୁ ସିଧାସିଧା ଅଭିଯୁକ୍ତ କରାଯାଇଛି। ଯେମିତିକି ସାହେବଗଞ୍ଜ ଖନନ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଜାଲିଛି। ଏଣୁ ସୋରେନ ପୁଣିଥରେ ଜେଲ ଯାଇପାରନ୍ତି ବୋଲି ଡର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri