Posted inଜାତୀୟ

‘ଅଗଷ୍ଟରେ ଭାଙ୍ଗିବ ‘ମୋଦି ସରକାର’, ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ’

ନୂଆଦିଲ୍ଲୀ,୫।୭: ଅଗଷ୍ଟରେ ଭାଙ୍ଗିବ ମୋଦି ସରକାର। ଏହାପରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ବୋଲି ବଡ଼ ଦାବି କରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏପରିକି ଦେଶରେ ଯେକୌଣସି ମୂହୁର୍ତ୍ତରେ ନିର୍ବାଚନ ହୋଇପାରେ ବୋଲି ସେ କହିବା ସହ ନିଜ ଦଳର ନେତାଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କହିଛନ୍ତି। ତେବେ ଶୁକ୍ରବାର ଆର୍‌ଜେଡିର ପ୍ରତିଷ୍ଠା ଦିବସ ଅବସରରେ ଲାଲୁ ଏଭଳି ଦାବି କରିଛନ୍ତି।

ନିଜର ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଲାଲୁ ଯାଦବ କହିଛନ୍ତି, ‘ଦିଲ୍ଲୀରେ ମୋଦି ସରକାର ବହୁତ ଦୁର୍ବଳ ଅଛି। ଅଗଷ୍ଟ ଭିତରେ ଏହା ଭାଙ୍ଗିଯାଇପାରେ। ଏଣୁ ସମସ୍ତ ଦଳୀୟ କର୍ମକର୍ତ୍ତା ପ୍ରସ୍ତୁତ ରହିବାକୁ ଅପିଲ କରୁଛି, କାରଣ ନିର୍ବାଚନ ଯେକୌଣସି ସମୟରେ ହୋଇପାରେ।’

ଏହି ଅବସରରେ ଦଳୀୟ ନେତା ତେଜସ୍ବୀ ଯାଦବ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜେଡିୟୁ ଶାସନ କ୍ଷମତା ଲୋଭରେ ନିଜର ବିଚାରଧାରା ସହ ଚୁକ୍ତି କରି ଭାଜପା ସହ ମେଣ୍ଟ କରିଥିଲେ। ହେଲେ ଆର୍‌ଜେଡି କେବେ ବି ଚୁକ୍ତି କରିନାହିଁ କିମ୍ବା ଭାଜପା ଆଗରେ ନଇଁ ନାହିଁ। ଶାସନ କ୍ଷମତାରେ ରହିବା ବଡ଼ କଥା ନୁହେଁ। ଆମର ଲଢ଼େଇ ସେହି ଲୋକଙ୍କ ସହ ଯିଏ ଦୁର୍ବଳ ଶ୍ରେଣୀୟ ଏବଂ ସରକାରୀ ସୁବିଧା ପାଇବାରୁ ବଞ୍ଚିତ। ଲୋକ ସଭା ନିର୍ବାଚନରେ ଆମର ଭୋଟ ଶେୟାର ୯% ବଢ଼ିଛି। ହେଲେ ଏନ୍‌ଡିଏର ୬% କମିଯାଇଛି। ଆର୍‌ଜେଡି ୪ ଆସନରେ ବିଜେତା ହୋଇଛି। ଆହୁରି ମଧ୍ୟ ଦଳ ଜିତି ପାରିଥାନ୍ତା। ତଥାପି ଆମ ମେଣ୍ଟ ନିର୍ବାଚନରେ ୯ ଆସନ ଜିତିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri