Posted inଜାତୀୟ

ନିୟମ ବଦଳାଇଲେ ସରକାର; ବିଷାକ୍ତ ମଦ ବିକିଲେ ୫ ଲକ୍ଷ ଟଙ୍କା ଜରିମାନା ସହ ଏତିକି ବର୍ଷ ଜେଲ୍‌

ଚେନ୍ନାଇ,୨୯।୬: ରାଜ୍ୟରେ ବିଷାକ୍ତ ମଦ ପିଇ ୬୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ତାମିଲନାଡୁ ସରକାର ଶନିବାର ନିୟମ ସଂଶୋଧନ କରି ବିଷାକ୍ତ ବିକ୍ରି ମାମଲାରେ ଦଣ୍ଡକୁ ବହୁଗୁଣିତ କରିଛନ୍ତି।

ରାଜ୍ୟ ସରକାର ତାମିଲନାଡୁ ନିଷେଧାଦେଶ ଅଧିନିୟମ, ୧୯୩୭ ରେ ସଂଶୋଧନ କରି ଜୀବନ ପ୍ରତି ବିପଦ ଥିବା ବେଆଇନ ମଦ ଉତ୍ପାଦନ, ଠୁଳ କରିବା ଏବଂ ବିକ୍ରୟ ଭଳି ଅପରାଧ ପାଇଁ ଦଣ୍ଡବିଧାନ ଏବଂ ପରିମାଣ ବୃଦ୍ଧି କରିଛନ୍ତି।

ତାମିଲନାଡୁ ନିଷେଧାଦେଶ (ସଂଶୋଧନ) ଅଧିନିୟମ ୨୦୨୪, ଯାହା ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଅନୁଯାୟୀ କାର୍ଯ୍ୟକାରୀ ହେବ, ତାହା ରାଜ୍ୟରୁ ବେଆଇନ ମଦ ବିପଦକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ଲକ୍ଷ୍ୟ ରଖିଛି।

ଏହି ସଂଶୋଧନ ଅଧିନିୟମର ଧାରା ୪,୫,୬,୭ ଏବଂ ୧୧ ଅନୁଯାୟୀ ବିଭିନ୍ନ ଅପରାଧ ପାଇଁ କାରାଦଣ୍ଡ ଏବଂ ଜରିମାନା ପରିମାଣକୁ ବହୁଗୁଣିତ କରାଯାଇଛି। ସେହି ଅନୁଯାୟୀ, ସଂଶୋଧନରେ ସର୍ବାଧିକ ୧୦ ବର୍ଷ କଠୋର କାରାଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପ୍ରସ୍ତାବ ଦିଆଯାଇଛି।

ବେଆଇନ ମଦ ସେବନ ହେତୁ ମୃତ୍ୟୁ ଘଟିଲେ ଚୋରା ଚାଲାଣକାରୀଙ୍କୁ ୧୦ ଲକ୍ଷରୁ କମ ଜୋରିମାନା ଆଜୀବନ ଆରଆଇ ହେବ ବୋଲି ଏଥିରେ କୁହାଯାଇଛି।

ପ୍ରାୟ ଚାଳିଶ ଦିନ ପୂର୍ବରୁ ଘଟିଥିବା ଏହି ଦୁଃଖଦ ଘଟଣାରେ ମହିଳା ଏବଂ କିନ୍ନରଙ୍କ ସମେତ ପ୍ରାୟ ୬୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିରୋଧୀ ଦଳ ଏଆଇଏଡିଏମକେ ଏବଂ ଭାଜପା ପକ୍ଷରୁ ମଦ କାରବାର ମାମଲାରେ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri