Posted inଜାତୀୟ

ବିରୋଧୀ ଦଳର ନେତା ହେଲେ ରାହୁଲ

ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳର ନେତା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପରେ ରାହୁଲ ବିରୋଧୀ ଦଳର ନେତା ହେବା ପାଇଁ ସହମତି ହୋଇଛନ୍ତି। ପ୍ରାୟ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। ରାହୁଲ ଏବେ ଉତ୍ତର ପ୍ରଦେଶ ରାଏବରେଲିରୁ ଏମପି ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।

ଲୋକ ସଭା ନିର୍ବାଚନ ପରେ ମଙ୍ଗଳବାର ଇଣ୍ଡିଆ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଲୋକ ସଭାର ବିରୋଧୀ ଦଳ ନେତା କିଏ ହେବ ବୋଲି ନିଷ୍ପତ୍ତି ହୋଇଛି। ସର୍ବସମ୍ମତି କ୍ରମେ ରାହୁଲଙ୍କୁ ବିରୋଧୀ ଦଳ ନେତା ଭାବେ ମନୋନୀତ କରାଯାଇଛି। କଂଗ୍ରେସ ସଂସଦୀୟ ଦଳର ନେତା ପ୍ରୋଟେମ ସ୍ପିକର ଭର୍ତ୍ତୁହରି ମହତାବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏନେଇ କେସି ବେଣୁ ଗୋପାଳ ସୂଚନା ଦେଇ କହିଛନ୍ତି, କଂଗ୍ରେସ ସଂସଦୀୟ ପାର୍ଟି ଅଧ୍ୟକ୍ଷ ସୋଦିଆ ଗାନ୍ଧୀ ପ୍ରୋଟେମ୍‌ ସ୍ପିକରଙ୍କୁ ଚିଠି ଲେଖିଛନ୍ତି।ଏଥିସହ ଅନ୍ୟ ପଦବୀ ପାଇଁ ନାମ ଘୋଷଣା ପରେ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଇଣ୍ଡିଆ ମେଣ୍ଟ ବୈଠକରେ କଂଗ୍ରେସ ଏମପି ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଟିଏମସି ଏମପି ଡେରେକ ଓ’ବ୍ରାଇନ ଏବଂ କଲ୍ୟାଣ ବାନାର୍ଜୀ, ସମାଜବାଦି ପାର୍ଟି ନେତା ରାମ ଗୋପାଳ ଯାଦବ, ଡିଏମକେର ଟିଆର ବାଲୁ, ଆରଜେଡିର ସୁରେନ୍ଦ୍ର ଯାଦବ, ଏନସିପି (ଏସପି)ର ସୁପ୍ରିୟା ସୁଲେ, ଆରଏସପିର ଏନ.କେ ପ୍ରେମଚନ୍ଦ୍ରନ ସେନା (ୟୁବିଟି) ଆରବିନ୍ଦ ସାୱନ୍ତ, ଆରଏଲପି ଏମପି ହନୁମାନ ବେନିୱାଲ ଉପସ୍ଥିତ ଥିଲେ।

ରାହୁଲ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ଏକ ସାମ୍ବିଧାନିକ ପଦବୀରେ ରହିବେ। ଚଳିତ ଲୋକ ସଭା ନିର୍ବାଚନରେ ରାହୁଲ ଦୁଇଟି ଲୋକ ସଭା ଆସନ ୱାୟନାଡ ଓ ରାଏବରେଲିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଉଭୟ ଆସନ ଜିତିଥିଲେ। ହେଲେ ନିର୍ବାଚନ ଫଳାଫଳ ଘୋଷଣା ପରେ ସେ ୱାୟନାଡ ଲୋକ ସଭା ଆସନ ଛାଡିଥିଲେ।

ନିକଟରେ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକରେ କହିଥିଲେ ଯେ, ତାଙ୍କ ଦଶ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଏକ ସଶକ୍ତ ବିରୋଧୀ ପାଇ ନାହାନ୍ତି। ଯାହା ତାଙ୍କୁ ଗଭୀର ଆଘାତ ଦେଇଛି। କିନ୍ତୁ ମୋଦିଙ୍କ ଏହି ଯନ୍ତ୍ରଣା କମେଇ ଦେଇଛନ୍ତି ଜନତା ଜନାର୍ଦ୍ଦନ। ଜନସାଧାରଣ ଚଳିତ ନିର୍ବାଚନରେ ଦେଶରେ ବିରୋଧୀଙ୍କୁ ସଶକ୍ତ କରିଛନ୍ତି। କହିରଖୁଛୁ କି, ମୋଦି ସମ୍ପୂର୍ଣ୍ଣ ଭାବେ ଠିକ କହିଥିଲେ ଯେ, ଗତ ୧୦ବର୍ଷ ଧରି ଲୋକ ସଭାରେ ବିରୋଧୀ ଦଳର ନେତାଙ୍କ ଅଭାବ ରହିଛି। ୧୯୮୦ରୁ ୧୯୮୯ ଏବଂ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ପଦବୀ ଖାଲି ରହିଛି। କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ଯାଏଁ ବିରୋଧୀ ଦଳ ନେତା ନ ଥିଲେ। ସେ ଲୋକ ସଭାରେ ଲୋକ ଲେଖା ସମିତିର ଅଧ୍ୟକ୍ଷ ରହି ଆସୁଥିଲେ। ତେଣୁ ଆଜିକୁ ୧୦ବର୍ଷ ଯାଏଁ ଏହି ପଦ ଖାଲି ରହି ଆସୁଥିଲା। ଯାହା ଆଜି ପୂରଣ ହୋଇଛି

ରାହୁଲ ର ଲୋକ ସଭାର ବିରୋଧୀ ଦଳ ନେତା ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ। ଏଥର ୫ବର୍ଷ ପାଇଁ ସରକାରଙ୍କ ଆଗରେ ଏକ ବଳିଷ୍ଠ ଓ ଦୃଢ ବିରୋଧୀ ଉଭା ହେବେ। ଶେଷ ଥର ପାଇଁ ସୁଷମା ସ୍ବରାଜ ୨୦୦୯ରୁ ୨୦୧୪ପର୍ଯ୍ୟନ୍ତ ଲୋକ ସଭାରେ ବିରୋଧୀ ଦଳର ନେତା ଥିଲେ। କିନ୍ତୁ ୨୦୧୪ ଏବଂ ୨୦୧୯ ନିର୍ବାଚନରେ କୌଣସି ବିରୋଧୀ ଦଳ ସଂସଦରେ ୫୪ ଏମପି ଜିତି ପାରି ନ ଥିଲେ। ନିୟମ ଅନୁଯାୟୀ, ବିରୋଧୀଦଳର ନେତା ହେବାକୁ ହେଲେ ଲୋକ ସଭାର ମୋଟ ସଂଖ୍ୟାର ୧୦ ପ୍ରତିଶତ ଅର୍ଥାତ ୫୪ ଏମପି ରହିବା ଆବଶ୍ୟକ। ଏଥର କଂଗ୍ରେସକୁ ଏହି ପଦ ମିଳିବ। କାରଣ କଂଗ୍ରେସ ଚଳିତ ର୍ନିବାଚନରେ ସର୍ବାଧିକ ୯୯ଟି ଏମପି ପଦ ପାଇଛି। ଆଉ ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ ନେତା ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri