ପ୍ରସ୍ତାବିତ ୧୦୨୭ ଶିଳ୍ପ ମଧ୍ୟରୁ ୨୦୪ ପ୍ରତିଷ୍ଠା

ଯାଜପୁର,୧୪ା୬(ହର୍ଷବର୍ଦ୍ଧନ ବେହେରା): ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୫ରେ ଓଡ଼ିଶା ଶିଳ୍ପ ବିକାଶ ଯୋଜନା-୨୦୨୫ ପରିକଳ୍ପନା କରାଯାଇଥିଲା। ଏଥିରେ ୫ଟି କ୍ଷେତ୍ର ଭିତ୍ତିକ ଶିଳ୍ପ ଯଥା ଫୁଡ୍‌ ଆଣ୍ଡ ଆଲାଏଡ ପ୍ରୋସେସିଂ, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଡାଉନଷ୍ଟ୍ରିମ ଆଣ୍ଡ ଆନ୍ସିଲିଆରି, ଆଇଟି ଆଣ୍ଡ ଆଇଟିଇଏସ୍‌ ମାଧ୍ୟମରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୩୦ ଲକ୍ଷ ନିଯୁକ୍ତି ହେବ ବୋଲି ଘୋଷଣା ହୋଇଥିଲା। ହେଲେ ଶିଳ୍ପ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମେକ୍‌ ଇନ୍‌ ଓଡ଼ିଶା ଜରିଆରେ ୧୦୨୭ଟି ଶିଳ୍ପ ପ୍ରସ୍ତାବ ମଧ୍ୟରୁ ମାତ୍ର ୨୦୪ଟି ପ୍ରତିଷ୍ଠା ହୋଇଛି। ୨୦୧୬ରେ ମଞ୍ଜୁରପ୍ରାପ୍ତ ୫୮ରୁ ୩୬ଟି ପ୍ରକଳ୍ପ, ୨୦୧୮ରେ ମଞ୍ଜୁର ପ୍ରାପ୍ତ ୧୦୯ରୁ ୭୩ ଓ ୨୦୨୨ରେ ମଞ୍ଜୁରପ୍ରାପ୍ତ ୪୭୦ରୁ ୯୫ଟି ଶିଳ୍ପ ପ୍ରତିଷ୍ଠା ହୋଇଛି। ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ଶିଳ୍ପ ପ୍ରତିଷ୍ଠା ପ୍ରସ୍ତାବ ଅତି ନୈରାଶ୍ୟଜନକ ରହିଛି। ଭିସିଆଇ କମ୍ପାନୀ ବାଡ ନିର୍ମାଣ କରୁଥିବାବେଳେ ଜଟିଆ ଷ୍ଟିଲ ପ୍ରାୟ ସମ୍ପୂର୍ଣ୍ଣ ସ୍ଥିତିକୁ ଆସିଛି। ଅନ୍ୟପକ୍ଷେ ଇମ୍ଫା ଫେରୋ ଆଲଏଜ ନିକଟରେ ଜନଶୁଣାଣି ପ୍ରକ୍ରିୟା ସମ୍ପନ୍ନ କରି ବସି ରହିଛି। ଏଥିଯୋଗୁ ସରକାରଙ୍କ ସ୍ଥାନୀୟ ନିଯୁକ୍ତି ପ୍ରତିଶ୍ରୁତି ଫସର ଫାଟିଛି ବୋଲି ମତପ୍ରକାଶ ପାଇଛି।
ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନଷ୍ଟ୍ରିମ ଶିଳ୍ପକୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ୩୬ଟି ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ(ଏସ୍‌ଏସ୍‌ଆଇ)କୁ ଇଡ୍‌କୋ ଜରିଆରେ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଯାଏ ସମସ୍ତ ଆବେଦନକାରୀ ଶିଳ୍ପ କମ୍ପାନୀକୁ ଜମି ଦଖଲ ମିଳି ପାରି ନାହିଁ ବୋଲି ସୂଚନା ମିଳିଛି। ଫଳରେ କଳିଙ୍ଗନଗର ଏସ୍‌ଏସ୍‌ଆଇର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଏହାବାଦ୍‌ ପ୍ରସ୍ତାବିତ ଏସ୍‌ଏସ୍‌ଆଇ କାର୍ଯ୍ୟ ଆରମ୍ଭ ପାଇଁ ରାସ୍ତା, ଡ୍ରେନେଜ, ବିଦ୍ୟୁତ୍‌କରଣ, ପାଣି ଯୋଗାଣ ଇତ୍ୟାଦି ପ୍ରମୁଖ ସୁବିଧା ମିଳୁ ନ ଥିବାରୁ ଡାଉନଷ୍ଟ୍ରିମ ଶିଳ୍ପର ଅଗ୍ରଗତି ଏକ ପ୍ରକାର ସ୍ଥାଣୁ ପାଲଟିଛି। ଅନ୍ୟପକ୍ଷେ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ ଅଭିଜ୍ଞତା ହାସଲ ପାଇଁ ଗତ ପ୍ରାୟ ୫ ବର୍ଷ ହେଲା ପୁରୀରୁ କଳିଙ୍ଗନଗରକୁ ବିଜୁ ପଟ୍ଟନାୟକ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ (ବିପିଏନ୍‌ଏସ୍‌ଆଇ) ସ୍ଥାନାନ୍ତର ପ୍ରସ୍ତାବ ରହିଥିଲା। କିନ୍ତୁ ଇଡ୍‌କୋ ଏହି ଇନ୍‌ଷ୍ଟିଚ୍ୟୁଟକୁ ଆବଶ୍ୟକ ଜମି ଯୋଗାଇ ଦେଇ ନ ପାରିବାରୁ ତାହା କେବଳ ପ୍ରସ୍ତାବରେ ସୀମିତ ରହିଛି।
ସୂଚନା ଅନୁଯାୟୀ, ୨୦୨୦ରେ ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ପାଇଁ ଜିଲାର ଦାନଗଦି ତହସିଲ ଅଧୀନ ଯଖପୁରା ଓ କଚେରୀଗାଓଁ ମୌଜାରେ ୧୦ ଏକର ଜମି ଆବଣ୍ଟିତ ହୋଇଥିଲା। ଏହି ଜମି ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ପାଇଁ ନିଅଣ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇବା ପରେ ଅଧିକ ଜମି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏଯାଏ ଜମି ମିଳି ନ ଥିବାରୁ ବିପିଏନ୍‌ଏସ୍‌ଆଇ ସ୍ଥାନାନ୍ତର ପ୍ରସ୍ତାବ ଅଟକି ରହିଛି ବୋଲି ସୂଚନା ମିଳିଛି । କଳିଙ୍ଗନଗରଠାରେ ରାଜ୍ୟର ସର୍ବାଧିକ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରହିଥିବାରୁ ବିପିଏନ୍‌ଏସ୍‌ଆଇର ଆବଶ୍ୟକତାକୁ ଉପଲବ୍ଧି କରି ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏହି ଅନୁଷ୍ଠାନରେ ଉପତ୍ାଦିତ ସମସ୍ତ ଷ୍ଟିଲ ସାମଗ୍ରୀର ମାନ ପରୀକ୍ଷା ହେବା ସହିତ ଷ୍ଟିଲ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯିବ। ଏହାବାଦ୍‌ କାରଖାନାରେ ନିଯୁକ୍ତି ପାଇଁ ଅପେକ୍ଷାରତ କିମ୍ବା ବିଭିନ୍ନ ବୈଷୟିକ ଡିଗ୍ରୀଧାରୀମାନେ ଏଠାରେ ତାଲିମ ନେଇ ଅଭିଜ୍ଞତା ହାସଲ କରି ପାରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ପରିବର୍ତ୍ତେ ଛଟେଇ ସଂଖ୍ୟା ଅଧିକ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ପୁରୁଣା କମ୍ପାନୀ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ଅଯଥାରେ ମାଡ଼ି ବସିଛନ୍ତି। ଫଳରେ ନୂତନ ଆଗ୍ରହୀ ଶିଳ୍ପ କମ୍ପାନୀ ପାଇଁ ଜମି ଅଭାବ ଦେଖାଦେଇଛି। ମେସ୍କୋ ଷ୍ଟିଲ ଖଣି ହାତେଇବା ପାଇଁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଥମେ କାରଖାନା ନିର୍ମାଣ କରିଥିଲା। ଏଥିପାଇଁ ଉକ୍ତ କମ୍ପାନୀକୁ ସରକାରୀ ଓ ବେସରକାରୀ ଭାବେ ୫୩୦ ଏକର ଜମି ଯୋଗାଇ ଦିଆଯାଇଛି। ହେଲେ ଉକ୍ତ କମ୍ପାନୀ ପ୍ରାୟ ୫ ବର୍ଷ ହେଲା ବନ୍ଦ ପଡିଛି। ଏଥିଯୋଗୁ ୧୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ନୂତନ ସରକାର ଆସିବା ପରେ ଏହି ଶିଳ୍ପ କମ୍ପାନୀର କର୍ମଚାରୀ ଓ ଶ୍ରମିକମାନେ କାରଖାନା ପୁଣିଥରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri