୭୭ ବର୍ଷ ପରେ ବିକାଶର ନୂଆ ସୂର୍ଯ୍ୟୋଦୟ: କେନ୍ଦୁଗୁଡ଼ା-କନ୍ଦାଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଥୁଆମୁଳ ରାମପୁର,୮।୫(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ବି ଯେଉଁଠି ଶିକ୍ଷା, ସୱାସ୍ଥ୍ୟ ଓ ରାସ୍ତା ସାତସପନ ଥିଲା, ସେଠାରେ ଆଜି ବିକାଶର ନୂଆ ସୂର୍ଯ୍ୟୋଦୟ ହୋଇଛି। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତର ଅତି ଦୁର୍ଗମ କେନ୍ଦୁଗୁଡ଼ା ଓ କନ୍ଦାଗୁଡ଼ା ଗ୍ରାମର କରୁଣ ଚିତ୍ର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନିକ ସ୍ତରରେ ବଡ଼ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ (IAS) ପୁନର୍ବାର ଏହି ଅପହଞ୍ଚ ଇଲାକା ଗସ୍ତ କରି ହିତାଧିକାରୀଙ୍କୁ ‘ଅନ୍ତ୍ୟୋଦୟ’ ଗୃହର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବାଘଝୋଲା ପାହାଡ଼ ପରିବେଷ୍ଟିତ ଏହି ଦୁଇ ଗ୍ରାମର ପ୍ରାୟ ୫୦ଟି ପରିବାର ଦୀର୍ଘ ଦଶନ୍ଧି ଧରି ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। ରାସ୍ତା ଅଭାବରୁ ସ୍କୁଲ ଓ ଅଙ୍ଗନୱାଡ଼ି ପିଲାଙ୍କ ପାଇଁ ଅପହଞ୍ଚ ଥିବା ବେଳେ ଗ୍ରାମବାସୀମାନେ ଆଦିମ ମଣିଷ ଭଳି ଜୀବନ କାଟୁଥିଲେ। ଏପରିକି ଆବାସ ଯୋଜନାରେ ଘର ଖଣ୍ଡିଏ କରିବା ପାଇଁ ପାହାଡ଼ିଆ ବାଟରେ ସାମଗ୍ରୀ ବୋହିବା ସେମାନଙ୍କ ପାଇଁ ସମ୍ଭବ ହେଉ ନ ଥିଲା। ଏହି ସମସ୍ୟା ସମ୍ପର୍କରେ ଲଗାତାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଥିଲା।

ପୂର୍ବରୁ ସିଡିଓ ଶ୍ରୀ ପ୍ରଧାନ ନିଜେ ପାହାଡ଼ ଚଢ଼ି ଗ୍ରାମରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ରାସ୍ତା ଓ ପକ୍କାଘର ଯୋଗାଇ ଦେବାକୁ କଥା ଦେଇଥିଲେ। ସେହି କ୍ରମରେ ବୁଧବାର ସେ କେନ୍ଦୁଗୁଡ଼ା ଗ୍ରାମରେ ପହଞ୍ଚି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନୂତନ ଭାବେ ମଞ୍ଜୁର ହୋଇଥିବା ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ବର୍ତ୍ତମାନ ସୁଦ୍ଧା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି।

ଏହି କାର୍ଯ୍ୟକ୍ରମରେ ସିଡିଓଙ୍କ ସମେତ ଜିଲ୍ଲା ପରିଷଦର ପିଏମ ଆର୍‌ଏଚ (PM RH) ଶ୍ରୀ ଅମୂଲ୍ୟ ବାଉଲ, ବିପିସି ଆର୍‌ଏଚ (BPC RH) ରାଜେନ୍ଦ୍ର ନାରାୟଣ ଦେବ, ବିଏସଏସଓ (BSSO) ସୁନାରାମ ସୋରେନ, ସିଇଇ (CEE) ହିମାଂଶୁ ନାୟକ ଏବଂ ଜିଆର୍‌ଏସ (GRS) ବୈକୁଣ୍ଠ ଦିଶାରି ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସହ ଆଲୋଚନା କରିଥିଲେ। ରାସ୍ତା ଓ ଘର ପରେ ଗ୍ରାମରେ ଶିକ୍ଷା ଓ ପାନୀୟ ଜଳର ସ୍ଥାୟୀ ସମାଧାନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।

‘ଆମେ ପାଠ ପଢ଼ିବାକୁ ଚାହୁଁଛୁ’ ବୋଲି ଗୁହାରି କରୁଥିବା କୁନି କୁନି ପିଲାଙ୍କ ମୁହଁରେ ଏବେ ହସ ଫୁଟିଛି। ପ୍ରଶାସନର ଏହି ତତ୍ପରତା ଏବଂ IAS ଅଧିକାରୀଙ୍କ ବାରମ୍ବାର ଗସ୍ତ ଯୋଗୁଁ ଦୀର୍ଘ ବର୍ଷର ଅବହେଳାର ଅନ୍ତ ଘଟିବାକୁ ଯାଉଛି। ପ୍ରଶାସନର ଏହି ଐତିହାସିକ ପଦକ୍ଷେପ ପାଇଁ କେନ୍ଦୁଗୁଡ଼ା ଓ କନ୍ଦାଗୁଡ଼ା ବାସୀ କୃତଜ୍ଞତା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?