ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ…

ଦୁବାଇ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜରବୈଜାନ ସୀମାନ୍ତ ପ୍ରାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପଛରେ ଘନ କୁହୁଡ଼ି ଏବଂ ପ୍ରତିକୂଳ ପାଗ ଥିବା କୁହାଯାଉଛି। ତେବେ ରାଷ୍ଟ୍ରପତିଙ୍କ କର୍ଡନରେ ଅନ୍ୟ ଦୁଇ ହେଲିକପ୍ଟର ସାମିଲ ଥିଲେ। ଏଣୁ ପାଗ ଯଦି ଖରାପ ଥିଲା ତେବେ ଅନ୍ୟ ଦୁଇ ହେଲିକପ୍ଟର ଉପରେ ତାହାର ପ୍ରଭାବ ପଡ଼ିଥାନ୍ତା ବୋଲି ଚର୍ଚ୍ଚା ହେଉଛି। ଏଣୁ ଅନେକେ ଏହାକୁ ଷଡଯନ୍ତ୍ରର ନାମ ଦେଉଛନ୍ତି।

ଏମିତିରେ ପ୍ରଶ୍ନ ଉଠିଛି ଯେ ରଇସିଙ୍କ ମୃତ୍ୟୁରେ ସବୁଠାରୁ ଅଧିକ ଲାଭ କାହାର ହୋଇଥାନ୍ତା। ପ୍ରଥମେ ସନ୍ଦେହ ରଇସିଙ୍କ ନମ୍ବର ୨ ଉପ ରାଷ୍ଟ୍ରପତି ମହମ୍ମଦ ମୋଖବରଙ୍କ ଉପରେ ରହିଛି। ରଇସିଙ୍କ ପଦ ଖାଲି ହେବା ପରେ ସେ ପ୍ରଥମ ଦାବିଦାର ବୋଲି କୁହାଯାଉଛି। ହେଲେ ଏବେ ତାଙ୍କୁ ନିର୍ବାଚନ ଯାଏ ଏହି ଦାୟିତ୍ୱ ମିଳିଛି।

୧୯୭୯ ପରେ ଇରାନରେ ବହୁତ କିଛି ବଦଳି ଯାଇଛି। ସେଠାରେ ଆମେରିକା, ବ୍ରିଟେନ୍‌ ଏବଂ ଭାରତ ଭଳି ଗଣତନ୍ତ୍ରିକ ଉପାୟରେ ନିର୍ବାଚନ ହୋଇ ନ ଥାଏ। ସେନା, ରାଜନୀତି ଏବଂ ଧାର୍ମିକ ଅନୁଷ୍ଠାନରେ ବସିଥିବା କିଛି ବିଶିଷ୍ଟ ଲୋକ ନିଜସ୍ବ ସହମତିରେ ସରକାର ଚୟନ କରିଥାନ୍ତି। ଏଣୁ ରଇସି ଅନ୍ତଃ ରାଜନୀତି ଏବଂ ଷଡଯନ୍ତ୍ରର ଶିକାର ହୋଇପାରନ୍ତି।

ଅପରପକ୍ଷେ ଚାବାହର ପୋର୍ଟକୁ ନେଇ ଭାରତ ଏବଂ ଇରାନ ମଧ୍ୟରେ ଚୁକ୍ତି ହୋଇଛି। ଭାରତ ୧୦ ବର୍ଷ ଯାଏ ଏହି ବନ୍ଦରର ସଞ୍ଚାଳନ କରିବ। ଏଥିଲାଗି ଦେଶ ମୋଟା ଅଙ୍କର ନିବେଶ ମଧ୍ୟ କରୁଛି। ତେବେ ଏହି ଚୁକ୍ତି ଉପରେ ଆମେରିକା ଭାରତ ନାଁ ନନେଇ ପ୍ରତିବନ୍ଧ ଲଗାଇବାର ଧମକ ଦେଇଛି। ଏପରିକି ଏହି ଚୁକ୍ତି ହେବାର କିଛି ଦିନ ପରେ ଏହି ଦୁର୍ଘଟଣା ଘଟିଛି। କ’ଣ ଏହା ସଂଯୋଗ ମାତ୍ର?

ତେବେ ଚାବାହର ପୋର୍ଟକୁ ନେଇ ଭାରତ ଆମେରିକାକୁ କଟାକ୍ଷ କରୁଛି। ଏକ ମଜଭୂତ ଏବଂ ସଶକ୍ତ ଭାରତ ତାଙ୍କୁ ପସନ୍ଦ ଆସୁନାହିଁ। ଆମେରିକା ଭାରତକୁ ମଜଭୂତ ହେବା ଦେଖିବାକୁ ଚାହୁଁଛି, ହେଲେ ନିଜସ୍ବ ସର୍ତ୍ତରେ। ଅପରପକ୍ଷେ ରଇସି ଏହାକୁ ନେଇ ସ୍ପଷ୍ଟ ଥିଲେ, ଏବେ ତାଙ୍କ ନିଧନ ପରେ ଏହି ପ୍ରୋଜେକ୍ଟ କାମ ଧିର ହୋଇପାରେ ବୋଲି କୁହାଯାଉଛି।

କେବଳ ସେତିକି ନୁହେଁ ଚାବାହର ଜରିଆରେ ଭାରତ ନର୍ଥ ସାଉଥ୍‌ ଇକୋନୋମିକ୍‌ କୋରିଡର ସହ ଯୋଡ଼ି ହୋଇଯିବ। ଏହା ଭାରତକୁ ଆଫଗାନିସ୍ତାନ, ମଧ୍ୟ ଏସିଆ, ୟୁରୋପ ଏବଂ ରୁଷିଆ ସହ ଯୋଡ଼ିବ। ଆର୍ଥିକ ଗତିବିଧି ବଢ଼ିଲେ ଭାରତକୁ ଏହାର ଫାଇଦା ହେବ। ଏଣୁ ଭାରତର ଅଭିବୃଦ୍ଧି ଆମେରିକା ଏବଂ ଚାଇନା ଉଭୟଙ୍କୁ ପସନ୍ଦ ଆସୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri