ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଷ୍ଟାର ପ୍ରଚାରକ ସଚିନ ପାଇଲଟ ଏହା କହିଛନ୍ତି।  ବାଲେଶ୍ୱର ମିଶନପଡିଆଠାରେ ଜିଲା କଂଗ୍ରେସ ସଭାପତି ସଞ୍ଜିବ ଗିରିଙ୍କ ନେତୃତ୍ୱରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେଇ ସଚିନ କହିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବାଲେଶ୍ୱର ଲୋକସଭା କ୍ଷେତ୍ର ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ସହ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍‌ ମାଗିବାକୁ ଆସିଛି। ତେବେ ଏଠାକାର ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ। ଦୀର୍ଘଦିନ ଧରି ରାଜ୍ୟରେ ଥିବା ବିଜେଡି ସରକାର ନାମରେ ବହୁ ଅଭିଯୋଗ ରହିଛି। ଅବୈଧ ଖଣି ଉତ୍ତୋଳନ, ଚିଟ୍‌ଫଣ୍ଡ ଭଳି ବିଭିନ୍ନ ସ୍କାମର ତଦନ୍ତ ପାଇଁ ରାଜ୍ୟ ସରକାର ଆଶ୍ୱାସନା ଦେଇ ଚୁପ୍‌ ରହିଛନ୍ତି। ଏଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସରକାରକୁ ବଦଳାଇବା ପାଇଁ ସେମାନେ ମନବଳାଇଲେଣିି। ସେହିପରି କେନ୍ଦ୍ରରେ ଭାଜପା ସରକାର ୧୦ବର୍ଷ ଧରି ରହିଛି। ସରକାର ଗଢ଼ିବା ବେଳେ ଦରଦାମ୍‌ ନିୟନ୍ତ୍ରଣ, ବେରୋଜଗାରୀ, କଳାଧନ ଫେରସ୍ତ, ଭ୍ରଷ୍ଟାଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଶ୍ୱାସନା ଦେଇଥିଲେ। ହେଲେ ୧୦ବର୍ଷ ମଧ୍ୟରେ ଏସବୁର ରିପୋର୍ଟ ଦେଖାଇବା ପାଇଁ ସରକାରଙ୍କ ପାଖରେ ରିପୋର୍ଟ କାର୍ଡ଼ ନାହଁି। ଯେତେବେଳେ କଂଗ୍ରେସ ସରକାର ଥିଲା ରାଜ୍ୟରେ ବଡ଼ବଡ଼ ଉଦ୍ୟୋଗ, କଳକାରଖାନା ଗଢ଼ି ଉଠିଥିଲା। ଲୋକମାନଙ୍କ ପାଇଁ ଉନ୍ନତି କରିବାର ସୁଯୋଗ ରହିଥିଲା। ଏହି ରାଜ୍ୟରେ ଜଙ୍ଗଲ, ପାଣି, କୋଇଲା ଭଳି ଖଣିଜ ପଦାର୍ଥ ଭରି ରହିଛି। କିନ୍ତୁ ଏଠାକାର ସରକାର ୨୫ବର୍ଷ ଧରି ଲୋକଙ୍କୁ ଶୋଷଣ କରିଆସୁଛନ୍ତି। କେବଳ ରାଜ୍ୟରେ ନୁହେଁ ଦେଶ ସାରା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି।
 କଂଗ୍ରେସ ଦଳ ଦେଶର ବଡ଼ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି। ଏହାପରେ ମଧ୍ୟ ଭାଜପା ସରକାର ଆଚରଣ ବିଧିକୁ ଆଳ କରି ଦଳର ଆକାଉଣ୍ଟ ସିଜ୍‌ କରିଦେଇଛି। ତଥାପି ଦୃଢଭାବେ କଂଗ୍ରେସ ଓ ଇଣ୍ଡିଆ ଆଲାଏନ୍ସ ପ୍ରାର୍ଥୀଙ୍କ ସହଭାଗିତାରେ ନିର୍ବାଚନ ଲଢୁଛୁ। ଯେଉଁଠି ନିର୍ବାଚନ ସରିଲାଣି ସେଠାରେ ଭାଜପା ପଛୁଆ ରହିଛି। ଭାଜପା ନେତାମାନେ ସେଥିପାଇଁ ଧର୍ମକୁ ନେଇ ମନ୍ଦିର ଓ ମସଜିଦ୍‌ ଏବଂ ହିନ୍ଦୁ ଓ ମୁସଲମାନ ସମ୍ପର୍କରେ କଥା ରଖୁଛନ୍ତି। ବିକାଶ ଓ ଲୋକଙ୍କ କଥା କହିବା ବନ୍ଦ କରିଦେଲେଣି। ଚଳିତ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ବାଲେଶ୍ୱରରେ କଂଗ୍ରେସ ଜିତିବ। ଏଥିସହିତ କଂଗ୍ରେସ ସରକାରକୁ ଆସିଲେ ପ୍ରତି ଗରିବ ପରିବାରର ଆକାଉଣ୍ଟକୁ ୧ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ, ଏମ୍‌ଏସ୍‌ପି ପାଇଁ ନିର୍ଦ୍ଦିଷ୍ଟ ନିୟମ ତିଆରି କରାଯାଇ ଗ୍ୟାରେଣ୍ଟି ଦିଆଯିବ। ଦେଶରେ ୩୦ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରାଯିବ ଭଳି ସଚିନ କହିଥିଲେ। ସମାବେଶରେ ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ବାଲେଶ୍ୱର ବିଧାନସଭା ପ୍ରାର୍ଥୀ ମୋନାଲିସା ସାମଲ, ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା, ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ, ନୀଳଗିରି ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ, ବଡ଼ସାହି ବିଧାୟକ ପ୍ରାର୍ଥୀ କ୍ଷୀରୋଦ ପାତ୍ର, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି, ପିସିସି ଜିଲା ଅବଜରଭର ଅଭୟ ଚହଲ, ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଜିଲା ମୁଖ୍ୟ ବିକାଶ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନୀ ପ୍ରଚାର କରିଥିଲେ।
ଏହାପରେ ଅପରାହ୍ନ ୩ଟାରେ ସଚିନ ଭୋଗରାଇ ହେଲିପ୍ୟାଡ୍‌ ପଡ଼ିଆଠାରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସେ କହିଥିଲେ, ଦୀର୍ଘ ୨୫ ବର୍ଷ ଉକ୍ତ ଅଞ୍ଚଳର ଲୋକେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ଆସୁଥିଲେ ମଧ୍ୟ ସ୍ଥାନୀୟ ସମସ୍ୟା ଭରି ରହିଛି। ଏପରିକି ଚଳିତ ନିର୍ବାଚନରେ ବିଜେଡି ଓ ଭାଜପାରେ ମଧ୍ୟ କଂଗ୍ରେସର ପୂର୍ବତନ ନେତାମାନେ ପ୍ରାର୍ଥୀ ହୋଇଛନ୍ତି। ଯଦି ଭୋଗରାଇବାସୀ ତାଙ୍କୁ ଭୋଟ୍‌ ଦେବେ, ତେବେ କାହଁିକି ଅରିଜିନାଲ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ସ୍ଥାନୀୟ ସମସ୍ୟାର ସମାଧାନ ନ କରିବେ ବୋଲି ସେ ପ୍ରଶ୍ନ ଉଠାଇଥିଲେ। ଏଥିସହିତ ଭୋଗରାଇବାସୀଙ୍କୁ ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri