Posted inଜାତୀୟ

ଭାରତୀୟ ନୌସେନାକୁ ମିଳିଲା ନୂତନ ମୁଖ୍ୟ; ଆଡମିରାଲ ଦୀନେଶ ତ୍ରିପାଠୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୩୦।୪: ଭାରତୀୟ ନୌସେନାକୁ ମିଳିଛି ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୌସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ନୌସେନା ମୁଖ୍ୟ ଭାବେ ଆଡମିରାଲ ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିଲା । ଆଜି ଦିଲ୍ଲୀରେ ନୌସେନା ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବର୍ତ୍ତମାନର ନୌସେନା ମୁଖ୍ୟ ପିଭିଏସ୍‌ଏମ୍‌, ଏଭିଏସ୍‌ଏମ୍‌, ଭିଏସ୍‌ଏମ୍‌ ଆଡମିରାଲ ଆର. ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏବେ ୨୬ ତମ ଭାରତୀୟ ନୌସେନା ମୁଖ୍ୟ ହୋଇଛନ୍ତି ଆଡମିରାଲ ତ୍ରିପାଠୀ । ସେ ନୌସେନାରେ ପ୍ରାୟ ୪୦ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଏକାଧିକ ଗୁରୁ ଦାୟିତ୍ୱ ଓ ସାମୁଦ୍ରିକ ମିଶନର ନେତୃତ୍ୱ ମଧ୍ୟ ନେଇଛନ୍ତି ।

୧୯୬୪ ମସିହା ମେ’ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ୧୯୮୫ ମସିହା ଜୁଲାଇ ପହିଲାରେ ଭାରତୀୟ ନୌସେନାରେ ଭର୍ତ୍ତି ହୋଇଥିଲେ। ସେ ପ୍ରାରମ୍ଭିକ ସମୟରେ ଜଣେ ନୌସନିକ ଭାବେ କାର୍ଯ୍ୟନିର୍ବାହୀ ଶାଖାରେ ଯୋଗ ଦେଇଥିଲେ। ଜଣେ ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ ଭାବେ ତାଙ୍କର ଅଭିଜ୍ଞତା ରହିଛି । ସେ ପ୍ରାୟ ୩୯ ବର୍ଷ ଧରି ନୌସେନାରେ ଏକାଧିକ ବରିଷ୍ଠ କମାଣ୍ଡିଂ ପଦରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ-ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ୍‌ ଭାବରେ ମୁମ୍ବାଇ ନୌସେନା ବେସରେ କାଯ୍ୟରତ ଥିଲେ ।

କାର୍ଯ୍ୟଭାର ସମ୍ଭାଳିବା ପରେ ଆଡମିରାଲ ତ୍ରିପାଠୀ କହିଛନ୍ତି, ସେ ନୌସେନାରେ ନୂତନ ପଦ୍ଧତି ସାମିଲ କରି ଆତ୍ମନିର୍ଭର କରିବା ପ୍ରୟାସକୁ ଆଗକୁ ନେବେ। ସାମୁଦ୍ରିକ ସୀମାରେ ଦେଖାଯାଉଥିବା ଚ୍ୟାଲେଞ୍ଜକୁ ଦେଖି ଭାରତୀୟ ନୌସେନାକୁ ସମ୍ଭାବିତ ଶତ୍ରୁଙ୍କ ମୁକାବିଲା କରିବା ଲାଗି ପରିଚାଳନାଗତ ଦୃଷ୍ଟି ଉପରେ ନଜର ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୩ ଥର ବିବାହ, ଆତ୍ମହତ୍ୟା ଯୋଜନା, ଭାଇଙ୍କ ବିରୋଧରେ ଦଳ; ଗୋଟିଏ ମାଷ୍ଟରଷ୍ଟ୍ରୋକ୍‌ ଯୋଗୁ ପଓ୍ବନ କଲ୍ୟାଣ ବଦଳାଇଦେଲେ ଆନ୍ଧ୍ର ରାଜନୀତି…

ନୂଆଦିଲ୍ଲୀ,୧୪।୬: ଏକ ସମୟରେ ଆନ୍ଧ୍ରପ୍ରଦେଶ ରାଜନୀତିରେ ପଓ୍ବନ କଲ୍ୟାଣଙ୍କ ଦବ୍‌ଦବା ପ୍ରାୟ ଶୂନ ଭଳି ରହିଥିଲା। ତାଙ୍କର ଜନ ସେନା ପାର୍ଟିର ପରିଚୟ ବି ସେତେଟା...

ଇଟାଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲିଙ୍ଗନ କଲେ ପୋପ୍‌ ଫ୍ରାନ୍ସିସ୍‌

ନୂଆଦିଲ୍ଲୀ,୧୪।୬: ଇଟାଲୀରେ ଚାଲିଥିବା ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ସେ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଉଭୟଙ୍କ ଭେଟର କିଛି...

ନିଆଁ ଲାଗିଯାଇଥିବା ଗୁଜବ ଯୋଗୁ ବଡ଼ ଦୁର୍ଘଟଣା; ଏକ୍ସପ୍ରେସ୍‌ରୁ କୁଦିଲେ ଯାତ୍ରୀ, ପିଟିଲା ମାଲବାହୀ ଟ୍ରେନ୍‌

ରାଞ୍ଚି,୧୪।୬: ଝାଡ଼ଖଣ୍ଡ ଲାଟେହାରର ସାସାରାମ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ ଲାଗିବା ଗୁଜବ ୩ଜଣଙ୍କ ଜୀବନ ନେଇଛି। ଏକ୍ସପ୍ରେସ୍‌ଟି କୁମାଣ୍ଡି ଷ୍ଟେଶନରେ ପହଞ୍ଚିଥିବା ବେଳେ କେହି ଜଣେ...

ଇସ୍ତଫା ଦେଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୧୪।୬:ପଶ୍ଚିମବଙ୍ଗର କଂଗ୍ରେସ ସଭାପତି ଆଧୀର ରଞ୍ଜନ ଚୌଧୁରୀ ଇସ୍ତଫା ଦେଇଛନ୍ତି। ସେ ଦଳର ହାଇ କମାଣ୍ଡଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫାରେ ସେ କହିଛନ୍ତି, ମମତା...

ଚାଷୀଙ୍କ ପାଇଁ ବଡ଼ଖବର: ଏହି ଦିନ ଆକାଉଣ୍ଟକୁ ଆସିବ  ପିଏମ୍‌ କିଶାନ ଟଙ୍କା, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ କିଶାନ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ସପ୍ତାହରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଆସିବ ୧୭ତମ କିସ୍ତି। ତେବେ ନିକଟରେ ପ୍ରଧାନମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ପାଓ୍ବାରଫୁଲ ଉପ ମୁଖ୍ୟମନ୍ତ୍ରୀ! ମନ୍ତ୍ରୀମାନଙ୍କ ଠାରୁ ମିଳେ କେତେ ଅଧିକ ଦରମା?

ନୂଆଦିଲ୍ଲୀ,୧୪।୬: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନ କମାଣ ଧରିଥିବାବେଳେ ଓଡ଼ିଶାରେ ୨୪ବର୍ଷରେ କ୍ଷମତାକୁ...

ଜୈଶ ଆତଙ୍କବାଦୀ ଆମିର ଦେଇଛନ୍ତି ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ!

ନୂଆଦିଲ୍ଲୀ,୧୪।୬: ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଏମ) ଅଯୋଧ୍ୟାରେ ରାମ ମନ୍ଦିରକୁ ବିସ୍ଫୋରଣ କରିବାକୁ ଧମକ ଦେଇଛନ୍ତି। ଅଡିଓ ମାଧ୍ୟମରେ ଏହି ଧମକ ଦିଆଯାଇଛି,...

ଯୌନ ଉତ୍ପିଡନରେ ସବୁବେଳେ ପୁରୁଷ ଦୋଷୀ ନୁହେଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି

ଆହ୍ଲାବାଦ,୧୪।୬: ଆହ୍ଲାବାଦ ହାଇକୋର୍ଟ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିବାବେଳେ କହିଛନ୍ତି ଯେ ମହିଳାଙ୍କ ଉପରେ ଯୌନ ଉତ୍ପୀଡ଼ନ ସହ ଜଡିତ ଆଇନ ମହିଳା-କେନ୍ଦ୍ରିକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri