Posted inଜାତୀୟ

ଖେଳୁଥିବା ଶିଶୁ ଉପରେ ମାଡ଼ିଗଲା କାର୍, ଚାଲିଗଲା ଜୀବନ

ଅହମ୍ମଦାବାଦ,୧୪।୪: ଅହମ୍ମଦାବାଦରେ ଏକ ହାଉସିଂ ସୋସାଇଟିର ପାର୍କିଂ ସ୍ଥାନରେ ଖେଳୁଥିବା ଏକ ଶିଶୁ ଉପରେ କାର୍ ମାଡି ଯିବାରୁ ଶିଶୁଟିର ମୃତ୍ୟୁ ହୋଇଛି। ସିସିଟିଭିରେ ରେକର୍ଡ ଏହି ଘଟଣାରେ ଦେଖିବାକୁ ମିଳୁଛି ଯେ ଜଣେ ବର୍ଷକର ଝିଅ କାର କିପରି ମାଡି ଯାଇଛି।

ଏପ୍ରିଲ ୧୨ ଶୁକ୍ରବାର ଦିନ ଅହମ୍ମଦାବାଦର ନେହେରୁ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣା ପରେ କାର ଡ୍ରାଇଭରକୁ ଅଟକ ରଖାଯାଇ ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ନାବାଳିକା ଜଣକ କଲୋନୀରେ ସୁରକ୍ଷା କର୍ମୀ କାର୍ୟ୍ୟ କରୁଥିବା ମହାବୀରଙ୍କ ଝିଅ। ମହାବୀର, ୨୬ ବର୍ଷ, ତାଙ୍କ ପତ୍ନୀ ଏବଂ ସେମାନଙ୍କର ନାବାଳିକା ଝିଅ ସହିତ ସୋସାଇଟିରେ ଗୋଟିଏ ଘରେ ରହୁଥିଲେ। ଏହି ଦମ୍ପତିଙ୍କର ଆଉ ଏକ ଝିଅ ଅଛି ଯିଏ ନେପାଳରେ ରୁହେ।

ସିସିଟିଭି ଫୁଟେଜରେ ଡ୍ରାଇଭର ବାହାରକୁ ଯିବା ପାଇଁ ଚେଷ୍ଟା କରୁଥିବାବେଳେ ପାର୍କିଂ ଅଞ୍ଚଳରେ କାରକୁ ପଛୁଆ ଆଣୁଥିବାର ଦେଖାଯାଇଛି। ଏହାପରେ ଝିଅଟି ଆଣ୍ଠେଇ ଆଣ୍ଠେଇ କାର ପାଖକୁ ଆସିଥିଲା ଏବଂ ବାମ ଟାୟାର ସାମ୍ନାରେ ଠିଆ ହୋଇଥିଲା। କାରଟି ହଠାତ୍ ଚାଲିବା ଆରମ୍ଭ କରିଥିଲା ଏବଂ ପିଲାଟିର ମୁଣ୍ଡରେ ଚଢି ଯାଇଥିଲା।

ଭିଡିଓରେ ଆହୁରି ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପିଲାଟିକୁ କୋଳରେ ନେବା ପରେ ମହିଳା ଅଜ୍ଞେ କାର ଡ୍ରାଇଭର ସହିତ ମୁହାଁମୁହିଁ ହୋଇଥିଲେ।

ତେବେ କାର ଚଳାଉଥିବା ୪୫ ବର୍ଷିୟ କନକ ଲିଡିଆଙ୍କୁ ପୋଲିସ ଅଟକ ରଖିଛି। ସେ ଅହମ୍ମଦାବାଦର ଅମ୍ବାୱାଡି ଅଞ୍ଚଳର ବାସିନ୍ଦା।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri