Posted inଜାତୀୟ

ସ୍କୁଲରେ ପଢାଉଥିବାବେଳେ ଫୋନ୍‌ ଆସିଲା ମିଳିଛି ଭାଜପା ଟିକେଟ୍‌: ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ଦେଲେ ଏମିତି ପ୍ରତିକ୍ରିୟା

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ଗାଜିପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ପାରସନାଥ ରାୟଙ୍କୁ ପ୍ରାର୍ଥୀ କରି ଭାଜପା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାରସନାଥ ନିଜେ ବିଶ୍ୱାସ କରିପାରୁ ନଥିଲେ ଯେ ସେ ଟିକେଟ ପାଇଛନ୍ତି। ଯେତେବେଳେ ପାରସନାଥଙ୍କ ନାମ ଘୋଷଣା ହେଲା, ସେତେବେଳେ ସେ ନିଜ ସ୍କୁଲରେ ସାତଜଣ ଛାତ୍ରଙ୍କୁ ସଂସ୍କୃତ ଶିକ୍ଷା ଦେଉଥିଲେ।
ଜଣେ ଭାଜପା ଅଧିକାରୀ ତାଙ୍କୁ ଫୋନ କରି ଲୋକ ସଭା ନିର୍ବାଚନ ଟିକେଟ ପାଇବା ବିଷୟରେ ସୂଚନା ଦେଇଥିଲେ। ଏହା ଶୁଣି ପାରସନାଥ କହିଥିଲେ, ଏହା କଣ ସତ କିି?ଟିକେଟ୍‌ ପାଇବାର ୨ ଘଣ୍ଟା ପରେ ସେ ଏହାକୁ ବିଶ୍ୱାସ କରିପାରିଥିଲେ। ମୁଁ ଏହା କଳ୍ପନା କରରିପାରୁ ନାହିଁ, କିନ୍ତୁ ଦଳ ଛୋଟ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ସମ୍ମାନ କରେ।
ପାରସନାଥ ରାୟ, ୨ ଜାନୁୟାରୀ ୧୯୫୫ରେ ଜନ୍ମ ହୋଇଥିଲେ। ସେ ମଣିହାରୀ ବ୍ଲକର ଶିଖାଡି ନିବାସୀ। ସେ ଆରମ୍ଭରୁ ରାଷ୍ଟ୍ରିୟ ସ୍ବୟଂ ସଂଗଠନ (ଆରଏସଏସ) ସହିତ ଜଡିତ ଥିଲେ। ସେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ ନିକଟତର। ତାଙ୍କର ଦୁଇଟି ପୁଅ ଏବଂ ଦୁଇ ଝିଅ ଅଛନ୍ତି। ବଡ ପୁଅ ଆଶୁତୋଷ ରାୟ ଭାଜପା ସଂଗଠନରେ କାର୍ଯ୍ୟ କରୁଛନ୍ତି। ସାନପୁଅ ଆଶିଷ ରାୟ ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ।
ପାରସନାଥ ରାୟ ଭାଜପାରୁ ଟିକେଟ ପାଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପଣ୍ଡିତ ମଦନ ମୋହନ ମାଲବ୍ୟ ଶିଖାଡି ଇଣ୍ଟର କଲେଜର ୭ ଜଣ ଛାତ୍ରଙ୍କୁ ସେ ସଂସ୍କୃତ ଶିକ୍ଷା ଦେଉଥିଲେ। ଏହି ସମୟରେ ଭାଜପା ଜିଲା ସଭାପତି ସୁନୀଲ ସିଂଙ୍କ ନିକଟକୁ ଏକ କଲ ଆସିଥିଲା। ସେ ମୁଁ ପ୍ରାର୍ଥୀ ହେବା ନେଇ ସୂଚନା ଦେଇଥିଲେ। ଯଦିଓ ମୁଁ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱାସ କରି ନ ଥିଲି। ଏହା ପରେ ଘରକୁ ଆସି ପୂର୍ବ ବ୍ୟବସ୍ଥା ଅନୁଯାୟୀ ଜିଲାସ୍ତରରେ ଆୟୋଜିତ ୟୁନିଅନ ବୈଠକକୁ ଯାଇଥିଲି। ସେତେବେଳେ ଲୋକେ ସମ୍ବର୍ନ୍ଧନା ଦେବାରୁ ମୋର ବିଶ୍ୱାସ ହୋଇଥିଲା। ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମୁଁ କେବେ ଇଚ୍ଛା ପ୍ରକାଶ କରିନାହିଁ। କେବେ ବି ଟିକେଟ ମାଗି ନ ଥିଲି, କିନ୍ତୁ ଭାଜପା ଏହାର କାର୍ଯ୍ୟକର୍ତ୍ତାମାନଙ୍କର ଯତ୍ନ ନିଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri