Posted inଖେଳ

କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟର ସମ୍ମୁଖୀନ ହୋଇପାରନ୍ତି ମେରୀକମ୍‌

ନୂଆଦିଲ୍ଲୀ,୧୬।୮: ଚଳିତବର୍ଷ ବିଭିନ୍ନ ଖେଳ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଚୟନ କମିଟି କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ଏହି କମିଟିରେ ସ୍ଥାନ ପାଇଛନ୍ତି ଏକମାତ୍ର ସକ୍ରିୟ ଆଥ୍‌ଲେଟ ଏମ୍‌.ସି. ମେରୀକମ୍‌। ଏହି ମହିଳା ଚାମ୍ପିୟନ ବକ୍ସରଙ୍କୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଖେଳରତ୍ନ, ଅର୍ଜୁନ, ଧ୍ୟାନଚାନ୍ଦ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଗି ଆସିଥିବା ସୁପାରିସକୁ ଚୂଡ଼ାନ୍ତ କରିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ୧୨ ଜଣିଆ କମିଟି ଗଠନ ହୋଇଥିଲା। ଏଥିରେ ମେରୀକମଙ୍କ ବ୍ୟତୀତ ପୂର୍ବତନ ଫୁଟ୍‌ବଲ ଅଧିନାୟକ ବାଇଚୁଙ୍ଗ ଭୂତିଆ, ପୂର୍ବତନ ମହିଳା କ୍ରିକେଟର ଅଞ୍ଜୁମ ଚୋପ୍ରା, ପୂର୍ବତନ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ ଓ ଟେବୁଲ ଟେନିସ କୋଚ୍‌ କମଲେଶ ମେହେଟ୍ଟା ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। ତେବେ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ଯୋଜନା (ଟପ୍ସ)ରେ ସାମିଲ ଥିବା ମେରୀକମ୍‌ଙ୍କୁ ମନ୍ତ୍ରଣାଳୟ କମିଟିର ସଦସ୍ୟ ଭାବେ ଚୟନ କରାଯାଇଥିଲା। ଏବେ ୬ ଥର ବକ୍ସିଂ ଚାମ୍ପିୟନଙ୍କ ବ୍ୟକ୍ତିଗତ କୋଚ୍‌ ଛୋଟେ ଲାଲ ଯାଦବ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଗି ପ୍ରାଥମିକ ତାଲିକାରେ ସ୍ଥାନ ପାଇଛନ୍ତି। ଏଥିଯୋଗୁ ମେରୀକମ୍‌ ସମ୍ଭବତଃ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ମାମଲାର ସମ୍ମୁଖୀନ ହୋଇପାରନ୍ତି। ମିଳିଥିବା ସୂଚନା ମୁତାବକ ମେରୀକମ୍‌ଙ୍କ ଅନୁରୋଧ କ୍ରମେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ପକ୍ଷରୁ କୋଚ୍‌ ଛୋଟେଲାଲଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ସୁପାରିସ କରାଯାଇଥିଲା। ନିୟମ ଅନୁସାରେ ମେରୀକମ୍‌ଙ୍କ ନାମ କମିଟିର ସଦସ୍ୟଙ୍କ ମଧ୍ୟରେ ରହିବା ଉଚିତ ନୁହେଁ। କମିଟି ବୈଠକରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟର ଜଣେ ଅଫିସିଆଲ କହିଛନ୍ତି। ବିଏଫ୍‌ଆଇ ପକ୍ଷରୁ ବିଶ୍ୱ ଚାମ୍ପିୟନଶିପ ପଦକଧାରୀ ଗୌରବ ବିଧୁରି ଓ ଏସିଆନ ଗେମ୍ସ ଚାମ୍ପିୟନ ଅମିତ ପାଙ୍ଘାଲଙ୍କ ନାମ ଅର୍ଜୁନ ପାଇଁ ପଠାଯାଇଛି। ସେହିଭଳି ଦ୍ରୋଣାଚାର୍ଯ୍ୟ ଲାଗି ଏଲାଇଟ୍‌ କୋଚ୍‌ ସନ୍ଧ୍ୟା ଗୁରୁଙ୍ଗ ଓ ଶିବ ସିଂହଙ୍କ ନାମ ସୁପାରିସ କରାଯାଇଛି। ମନ୍ତ୍ରଣାଳୟର ଅଫିସିଆଲମାନେ ଆଶା କରୁଛନ୍ତି ଯେ, ବକ୍ସର ଓ ବକ୍ସିଂ କୋଚ୍‌ଙ୍କ ସମ୍ପର୍କରେ ଆଲୋଚନା ହେବାବେଳେ ମେରୀକମ୍‌ ବିରତ ରହିବେ। ତେବେ କମିଟିର ସଦସ୍ୟମାନେ ନିଜକୁ ବିରତ ରଖିବା ପରିବର୍ତ୍ତେ ଅନ୍ୟ ସଦସ୍ୟଙ୍କୁ ପ୍ରଭାବିତ କରିବାର ବହୁ ଦୃଷ୍ଟାନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri