Odisha Elections 2024

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାରର ରାଜନୈତିକ ଭବିଷ୍ୟତ ନେଇ ପ୍ରଶ୍ନ ଉଠଛି। କାରଣ ଏହି ତାଲିକାରୁ ଗମାଙ୍ଗ ପରିବାରରୁ କେହି ସ୍ଥାନ ପାଇନାହାନ୍ତି। ଶିଶିର ଗମାଙ୍ଗ ନବରଙ୍ଗପୁରରୁ ଲୋକ ସଭା ପ୍ରାର୍ଥୀ ଏବଂ ଗୁଣପୁରରୁ ହେମା ଗମାଙ୍ଗ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ହେଲେ କଂଗ୍ରେସ ପକ୍ଷରୁ ଉଭୟ ସ୍ଥାନରେ ପ୍ରାର୍ଥୀ ଘୋଷଣା ହେବା ପରେ ସେମାନଙ୍କର ଆଶା ମଉଳି ଯାଇଛି। ବର୍ତ୍ତମାନ ସେମାନେ କ’ଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ ା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର କଂଗ୍ରେସ ଛାଡି ବିଭିନ୍ନ ରାଜନୈତିକ ଦଳକୁ ଯାଇ ଶେଷରେ ଗତ କିଛି ମାସ ପୂର୍ବରୁ କଂଗ୍ରେସକୁ ଫେରିଥିଲେ। ତାଙ୍କ ପରିବାର ପକ୍ଷରୁ ଟିକେଟ ପାଇଁ ଜୋରଦାର ଲବି କରାଯାଇଥିଲା, ଯାହାକୁ ନେଇ ହେମା ଏବଂ ତାଙ୍କ ପୁଅ ଶିଶିର ପ୍ରାର୍ଥୀ ହେବା ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ହେଲେ ସେମାନଙ୍କର କୌଣସି ରଣକୌଶଳ କାମ ଦେଇ ନ ଥିଲା ା ଏମ୍‌ପି ସପ୍ତଗିରିଙ୍କ ପସନ୍ଦର ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ଗୁଣପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ହୋଇଛନ୍ତି।
କଂଗ୍ରେସ ଗୁଣପୁରରେ ଯୁବନେତା ସତ୍ୟଜିତ୍‌ ଗମାଙ୍ଗଙ୍କୁ ପ୍ରାର୍ଥୀ କରଛି। ସେହିପରି ଭାଜପା ପୂର୍ବତନ ବିଧାୟକ ତଥା ଦଳଡିଅଁା କରିଥିବା ବିଜେଡିର ତ୍ରିନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସରେ ପ୍ରାର୍ଥୀ ଘୋଷଣା ହେବା ପରେ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ର୍ରତିକ୍ରିୟା ପ୍ରକାଶ ପାଇଛି। ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କର ପଦକ୍ଷେପ କ’ଣ ହେବ ସେ ଉପରେ ସୂଚନା ଦିଆଯିବ ବୋଲି ଜିଲା ସଭାପତି ବିଜୟ କୁମାର ଗମାଙ୍ଗ କହିଛନ୍ତି। ସେପଟେ ଏଥର ମଧ୍ୟ ଭାଜପା ଦଳଡିଆଁଙ୍କୁ ଗୁରୁତ୍ବ ଦେଇଛି ା ଏଥରକୁ ମିଶାଇ ୩ ଥର ଦଳଡିଅଁାଙ୍କୁ ପ୍ରାର୍ଥୀ କରିଛି ଭାଜପା। ୨୦୧୯ରେ ବିଜେଡିରୁ ଆସିଥିବା ଅଶ୍ୱିନୀ ଗମାଙ୍ଗ, ୨୦୧୪ରେ ବିଜେଡିରୁ ଆସିଥିବା ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଏବଂ ୨୦୨୪ ନିର୍ବାଚନ ପାଇଁ ବିଜେଡିରୁ ଆସିଥିବା ତ୍ରିନାଥ ଗମାଙ୍ଗ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି। ଦଳ ନେତୃବୃନ୍ଦଙ୍କ ପକ୍ଷରୁ ଦଳରେ ଥିବା ନେତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଦମ୍ଭୋକ୍ତି କରାଯାଉଥିଲା, କିନ୍ତୁ ସେପରି ହେଲା ନାହିଁ। ଅନେକ ଆଶାୟୀ ଥିଲେ ମଧ୍ୟ ଦଳ ତ୍ରିନାଥଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କଂଗ୍ର୍ରେସରେ ଜିଲା ସଭାପତି ବିଜୟ ଗମାଙ୍ଗଙ୍କ ସମେତ ତାଙ୍କ ପୁଅ ଅଭିନାଶ ଗମାଙ୍ଗ ଓ ଭାସ୍କର ଜାଗରେଙ୍ଗା ପ୍ରମୁଖ ଆଶାୟୀ ଥିଲେ, କିନ୍ତୁ ସତ୍ୟଜିତଙ୍କୁ ପ୍ରାର୍ଥୀ କରିବା ପରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଜେଡି ପକ୍ଷରୁ ପୂର୍ବରୁ ଗତ ଦୁଇଥରର ପରମ୍ପରାକୁ ଭଙ୍ଗକରି ରିପିଟ ହୋଇଛନ୍ତି ବିଧାୟକ ରଘୁନାଥ ଗମାଙ୍ଗ। ସିପିଆଇଏମଏଲ ଲିବରେଶନ ପକ୍ଷରୁ ଗୁଣପୁର ବିଧାନସଭା ଦାବି କରାଯାଉଥିଲା, କିନ୍ତୁ ସେପରି ହେଲା ନାହିଁ। ତେଣୁ ସେମାନେ ମଧ୍ୟ ତାଙ୍କର ପ୍ରାର୍ଥୀ ଭାବେ ଅନାସିମ ଶବରଙ୍କ ନଁାକୁ ଜିଲା ସମ୍ପାଦକ ତ୍ରିପତି ଗମାଙ୍ଗ ଘୋଷଣା କରିଛନ୍ତି। ଏପରି ୪ ରାଜନୈତିକ ଦଳ ପକ୍ଷରୁ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ପକ୍ଷରୁ ପ୍ରାର୍ଥିୀ ଘୋଷଣା ହେବା ପରେ ଭୋଜିଭାତ ସହ କର୍ମୀ ସମ୍ମିଳନୀ କରି ରଘୁନାଥ ଗମାଙ୍ଗ ପ୍ରଚାର ଆରମ୍ଭ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri