କାର୍ଯ୍ୟରତ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ,ଏହି ଦାବି କରିବା ପରେ…

ଦେବଗଡ,୮ା୫(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଳକ ଅନ୍ତର୍ଗତ ଆମ୍ବକଟା ସ୍ଥିତ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଗ୍ରିଡରେ ଗତ ଏପ୍ରିଲ ୨୯ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବାସୁପାଲି ଗ୍ରାମର ଦୀପକ ବେହେରା ଓ ରଞ୍ଜ ଗ୍ରାମର ହିମାଦ୍ରୀ ପ୍ରଧାନ ଗୁରୁତର ହୋଇ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତିି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରଞ୍ଜ ଗ୍ରାମର ହିମାନ୍ଦ୍ରୀ ପ୍ରଧାନଙ୍କ ମୃତ୍ୟୁ ଘଟିଛି । ଗ୍ରାମରେ ହିମାଦ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ମୃତଦେହ ଧରି ଓପିଟିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ହିମାଦ୍ରୀଙ୍କ ପୁଅକୁ ଓପିଟିସିଏଲରେ ସ୍ଥାୟୀ ନିଯୁକ୍ତି ସହ କ୍ଷତିଗ୍ରସ୍ତ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଏବଂ ମୃତ ହିମାଦ୍ରୀଙ୍କ ସ୍ତ୍ରୀଙ୍କୁ ଆଜୀବନ ପେନସନ ଦାବି କରିଛନ୍ତି। ଏହା ସହ ଦୁର୍ଘଟଣାରେ ସମ୍ପୃକ୍ତ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଗ୍ରାମବାସୀମାନେ ଅଡ଼ି ବସିଥିବା ଦେଖାଯାଇଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଓପିଟିସିଏଲ କିମ୍ବା ଜିଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ପାରି ନ ଥିବା ବେଳେ ଏହା ଗ୍ରାମବାସୀଙ୍କୁ ଅଧିକ ଉତ୍ତେଜିତ କରିଥିଲା। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ ଜଣାଇ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିକ୍ଷୋଭରେ ସାମିଲ ହୋଇଥିଲେ l ଉତ୍ତେଜନାକୁ ଦୃଷ୍ଟିରେ ରଖି ଓପିଟିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଓପିଟିସିଏଲର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,ଉପଜିଲାପାଳ ପରକ୍ଷିତ ସାହୁ,ବାରକୋଟ ତହସିଲଦାର, ଓପିଟିସିଏଲ ଡିଜିଏମ ମିସ କିରୋ,ଭାଜପା ଜିଲା ସଭାପତି ଅରୁଣ କୁମାର ସାହୁ, ଏସଡିପିଓ ରମେଶ ମାହାନା, ବାରକୋଟ ଥାନା ଅଧିକାରୀ ସୁଶାନ୍ତ କୁମାର ବେଇ, ପ୍ରମୁଖ ଆଲୋଚନା କରୁଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରୁନଥିବା ଦେଖି ଓପିଟିସିଏଲ ଗ୍ରୀଡ ଫାଟକ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ କରୁଥିବା ଗ୍ରାମବାସୀମାନେ ଉତ୍ତେଜିତ ହୋଇ ଫାଟକର ତାଲା ଭାଙ୍ଗି ମୃତଦେହକୁ ଓପିଟିସିଏଲ ଗ୍ରୀଡ ପରିସର ମଧ୍ୟକୁ ବୋହି ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ମୃତଦେହ ସେହିଠାରେ ରହିବ ବୋଲି ନିଜ ଜିଦରେ ଅଟଳ ରହିଥିଲେ। ତେବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ, ବାରକୋଟ ପାକ୍ସ ସଭାପତି ପ୍ରତାପ ପ୍ରଧାନ,ଓପିଟିସିଏଲର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଅନୁଷ୍ଠାନ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ସମେତ ମୃତ ହିମାଦ୍ରୀଙ୍କ ପଦବୀରେ ପରିବାରର କୌଣସି ସଦସ୍ୟଙ୍କୁ ଚାକିରି ସମ୍ବନ୍ଧରେ ବିଚାର କରାଯିବା ସହ ମୃତ ହିମାଦ୍ରୀଙ୍କ ପତ୍ନୀଙ୍କୁ ପେନସନ ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଟଙ୍କା ସହାୟତା ପାଇଁ ଓପିଟିସିଏଲ ଅଧିକାରୀ ରାଜି ହୋଇଥିଲେ । ଫଳରେ ରାତ୍ରୀ ପ୍ରାୟ ୯ଟା ୧୫ ମିନିଟ ସମୟରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହ ଉଠାଇବା ସହ ପ୍ରାୟ ୫ ଘଣ୍ଟା ଧରି ଲାଗିରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ଶାନ୍ତ ହୋଇଥିଲା ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri