ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ। ଫଳରେ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ସମସ୍ତ ସରକାରୀ ରସିଦ ଏବଂ ଦେୟ ହିସାବ କରାଯାଇପାରିବ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଦିନ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧତା ସମ୍ପର୍କରେ ପର୍ଯ୍ୟାପ୍ତ ପ୍ରଚାର କରିବାକୁ ବ୍ୟାଙ୍କଗୁଡିକ ମଧ୍ୟ ଅନୁରୋଧ କରିଛନ୍ତି।
୩୦/୩୧ ମାର୍ଚ୍ଚରେ କରିପାରିବେ NEFT,NEFT ଚେକ୍‌ କ୍ଲିୟରିଂ:
NEFT ଏବଂ RTGS ଜରିଆରେ ନେଣଦେଣ ମାର୍ଚ୍ଚ ୩୧ ୨୦୨୪ ମଧ୍ୟରାତ୍ର ଯାଏ କାମ କରିବ ଅର୍ଥାତ ନେଣଦେଣ କରିପାରିବେ। କାରଣ ଏଜେନ୍ସି ବ୍ୟାଙ୍କଗୁଡ଼ୁକୁ ସରକାରୀ ଖାତା ସମ୍ବନ୍ଧିତ ସମସ୍ତ ଚେକ୍‌ କ୍ଲିୟର କରିବା ଲାଗି ପରାମର୍ଶ ଦିଆଯାଇଥାଏ।
କେଉଁ କେଉଁ ସରକାରୀ କାମ କରିପାରିବେ?
-କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ବ ପ୍ରାପ୍ତି ଏବଂ ଦେୟ
-କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମ୍ବନ୍ଧରେ ପେନସନ୍‌ ଦେୟ
-ଏସ୍‌ଡିଏସ୍‌ ୧୯୭୫
-ପିପିଏଫ୍‌ ସ୍କିମ, ୧୯୬୮
-ଏସ୍‌ସିଏସ୍‌ଏସ୍‌, ୨୦୦୪
-କିଷାନ ବିକାଶ ପାତ୍ର, ୨୦୧୪, ସୁକନ୍ୟା ସମୃଦ୍ଧି ଯୋଜନା
ଏଜେନ୍ସି ବ୍ୟାଙ୍କ କ’ଣ?
ଆରବିଆଇର ଓ୍ବେବ୍‌ସାଇଟ୍‌ ମୁତାବକ, ସରକାରୀ ବ୍ୟାଙ୍କିଙ୍ଗ ଡିଭିଜନ ଏବଂ ଆରବିଆଇ ଆକ୍ଟର ଧାରା ୪୫ ଅନୁଯାୟୀ ନିଯୁକ୍ତ ଏଜେନ୍ସି ବ୍ୟାଙ୍କର ଶାଖାଗୁଡ଼ିକୁ ନେଇ ଏକ ନେଟୱାର୍କ ସରକାରୀ କାରବାର କରିଥାଏ। ବର୍ତ୍ତମାନ ସମସ୍ତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏବଂ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ଆରବିଆଇର ଏଜେଣ୍ଟ ଭାବରେ କାର୍ଯ୍ୟ କରନ୍ତି। କେବଳ ଏଜେନ୍ସି ବ୍ୟାଙ୍କଗୁଡିକର ନିଯୁକ୍ତ ଶାଖା ସରକାରୀ ବ୍ୟାଙ୍କିଙ୍ଗ ବ୍ୟବସାୟ ପରିଚାଳନା କରିପାରିବ।
ଏଜେନ୍ସି ବ୍ୟାଙ୍କଗୁଡିକ ସରକାରୀ ରସିଦ ଏବଂ ଦେୟ ପରିଚାଳନା କରିବାକୁ କ୍ଷମତାପ୍ରାପ୍ତ ଅଟନ୍ତି। ଡିସେମ୍ବର ୭, ୨୦୨୩ରେ ଆରବିଆଇ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସମୁଦାୟ ୩୩ ଏଜେନ୍ସି ବ୍ୟାଙ୍କ ଅଛି। ଏହି ତାଲିକାରେ ୧୨ ଟି ରାଜ୍ୟ ବ୍ୟାଙ୍କ ଏବଂ ୨୦ ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ଅନ୍ତର୍ଭୁକ୍ତ। ଏହି ବ୍ୟବସ୍ଥାରେ ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍‌ ଏକମାତ୍ର ବିଦେଶୀ ବ୍ୟାଙ୍କ ଅଟେ।
ତାଲିକା:

– Central Bank of India

– Bank of India (BOI)

– Bank of Baroda (BOB)

– Bank of Maharashtra

– UCO Bank

– Union Bank of India

– HDFC Bank Limited

– ICICI Bank Limited

– Jammu and Kashmir Bank Limited

– Karnataka Bank Limited

– Canara Bank

– Indian Bank

– Indian Overseas Bank (IOB)

– Punjab and Sind Bank (PSB)

– Punjab National Bank (PNB)

– State Bank of India (SBI)

– Axis Bank Limited

– City Union Bank Limited

– DCB Bank Limited

– Federal Bank Limited

– IDBI Bank Limited

– IDFC FIRST Bank Limited

– IndusInd Bank Limited

– Karur Vysya Bank Limited

– Kotak Mahindra Bank Limited

– RBL Bank Limited

– South Indian Bank Limited

– Yes Bank Limited

– Dhanlaxmi Bank Limited

– Bandhan Bank Limited

– CSB Bank Limited

– Tamilnad Mercantile Bank Limited

– DBS Bank India Limited.


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା

ଭୁବନେଶ୍ୱର,୯।୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଶହୀଦନଗରସ୍ଥିତ ସ୍ମାଇଲ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ‘ବମ୍ପର ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର...

ରୁଚି ଫୁଡ୍‌ଲାଇନର ନୂତନ ଟିଭିସି ଲୋକାର୍ପିତ

ଭୁବନେଶ୍ୱର,୯।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ‘ରୁଚି ଫୁଡ୍‌ଲାଇନ୍‌’ର ବହୁ ପ୍ରତୀକ୍ଷିତ ତଥା ଜନସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ବା...

ଡିସ୍‌ ଟିଭି ସ୍ମାର୍ଟ+ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୯।୫: ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ‘ଡିସ୍‌ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri