ପୁଣି ସୁରକ୍ଷା ବ୍ୟବସ୍ଥା ଢିଲା: ଶ୍ରୀମନ୍ଦିରରେ ପଶିଲେ ବିଦେଶିନୀ

ପୁରୀ,୨୩ା୩(ଅଜିତ ମହାନ୍ତି): ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଶନିବାର ପୂର୍ବାହ୍ନରେ ଜଣେ ବିଦେଶୀ ମହିଳା ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସେବାୟତମାନଙ୍କଠାରୁ ଆରମ୍ଭ କରି ଜଗନ୍ନାଥ ପ୍ରେମୀମାନେ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦେଶିନୀଙ୍କ ସହ ଜଣେ ଯୁବକ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ବାଇଶି ପାହାଚଠାରେ ସେବାୟତମାନେ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ। ପରେ ସିଂହଦ୍ୱାର ପୋଲିସ ଖବର ପାଇ ଉକ୍ତ ବିଦେଶିନୀ ଓ ଯୁବକଙ୍କୁ ନେଇ ଥାନାରେ ଅଟକ ରଖିଥିଲା। ଏ ନେଇ ଅତିରିକ୍ତ ଏସି ସୁଶୀଲ କୁମାର ମିଶ୍ର କହିଛନ୍ତି, କି ଶ୍ରୀମନ୍ଦିର ମଧ୍ୟକୁ ଅନ୍ୟ ଧର୍ମର ଲୋକ ପ୍ରବେଶ ନ ଥିବା ସେମାନେ ଜାଣି ନ ଥିବା କହିଛନ୍ତି। ସେମାନେ ଏକ ଗ୍ରୁପରେ ଭାରତ ଭ୍ରମଣରେ ଆସିଛନ୍ତି। ତେବେ ସେମାନଙ୍କୁ ପଚାରଉଚରା କରାଯିବା ସହ ସେମାନଙ୍କ ପାସପୋର୍ଟ ଯାଞ୍ଚ କରାଯାଉଛି। ତେବେ ଏପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟଦକ୍ଷତା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାଡ୍‌

ଦାରିଙ୍ଗବାଡ଼ି,୧୨ା୫(ଅରୁଣ ସାହୁ): କନ୍ଧମାଳ ପ୍ରଶାସନ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଅଞ୍ଚଳରେ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ନାକା ଲାଗାଇ ଗାଡିମୋଟର ଯାଞ୍ଚ...

ଛାଡ଼ିଲେନି ଗାଡ଼ି: ଫେରିଗଲେ ପୋଲିଂ କର୍ମଚାରୀ

ଭବାନୀପାଟଣା,୧୨।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗ୍ରାମବାସୀ ରାସ୍ତା ଓ ପାନୀୟ ଜଳ ଦାବି ନେଇ...

ଧର୍ମେନ୍ଦ୍ରଙ୍କୁ ଆଶୀର୍ବାଦ କଲେ ପୁରୀ ଶ୍ରୀମନ୍ଦିର ସେବାୟତ

ସମ୍ବଲପୁର,୧୨ା୫(ପ୍ରମୋଦ ବହିଦାର): କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଭାଜପା ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ରବିବାର ସନ୍ଧ୍ୟାରେ ସମ୍ବଲପୁରରେ...

କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦବାଲି,୧୨ା୫(କିଷାନ ପାତ୍ର)-ପୋଷା କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଲେ। ଏଭଳି ଏକ...

ସ୍ତ୍ରୀଙ୍କୁ ହତ୍ୟା କରି ଜାଳି ଦେଇଥିବା ସ୍ବୀକାର କଲେ ସ୍ବାମୀ

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର)- ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେବା ମାମଲାରେ ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ସନ୍ତୋଷ ପାତ୍ରଙ୍କୁ ରବିବାର...

ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର: ଗିରଫ ହେଲେ ଦାଦାଶ୍ୱଶୁର

ବ୍ରହ୍ମପୁର,୧୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଦାଦାଶ୍ୱଶୁରଙ୍କୁ ଗିରଫ କରିଛି। ସେ ହେଲେ କଳାହାଣ୍ଡି ଜିଲା ରାମପୁର...

ମାଓବାଦୀ ଅଞ୍ଚଳକୁ ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ନୂଆପଡ଼ା,୧୨।୫(ମକାରୁ ବେମାଲ)- ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ...

ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ ମାଝି

ଭୁବନେଶ୍ୱର,୧୨ା୫: ବିଜେଡିରୁ ନିଲମ୍ବିତ ହୋଇଛନ୍ତି ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦଳରୁ ନିଲମ୍ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri