ୟୁଟ୍ୟୁବର ଏଲଭିଶଙ୍କୁ ଜାମିନ

ନୂଆଦିଲ୍ଲୀ,୨୨।୩: ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗ ବସ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ମିଳିଛି ଜାମିନ। ରେଭ ପାର୍ଟିରେ ସାପ ବିଷ ମଗାଇବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ ରେ ଗିରଫ କରାଯାଇଥିଲା। ଏବେ ସେ କୋର୍ଟରୁ ଜାମିନ ପାଇଥିବା ଖବର ସାମ୍ନାକୁ ଆସିଛି।

ଗିରଫ ପରେ ଏଲଭିଶଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ତାଙ୍କର ପ୍ରଥମ ଜାମିନ ଆବେଦନ ଶୁଣାଣି ହୋଇପାରି ନ ଥିଲା। ଏହା ପରେ ଓକିଲ ଦ୍ୱିତୀୟ ଥର ଆବେଦନ କରିଥିଲେ। ଶେଷରେ ଏଲଭିଶଙ୍କୁ ଜାମିନ ମିଳିଛି। ଏହି ଖବର ପାଇବା ପରେ ଏଲଭିଶ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଟୁଇଟରରେ ଲଗାତର ଭାବେ ସେ ଟ୍ରେଣ୍ଡ କରୁଛନ୍ତି।

ଏଲଭିଶଙ୍କୁ ଏନ୍‌ଡିପିଏସ୍‌ର ନିମ୍ନ ଅଦାଲତରେ ଜାମିନ ପ୍ରଦାନ କରାଯାଇଛି। ରବିବାର (୧୭ ମାର୍ଚ୍ଚ) ରୁ ସେ ଲୁକ୍ସୋର ଜେଲରେ ରହିଥିଲେ। ଏବେ ତାଙ୍କୁ ଜିଲ୍ଲା କୋର୍ଟରୁ ଆରାମ ମିଳିଛି। ୫ ଦିନ ଜେଲରେ ରହିବା ପରେ ଏବେ ସେ ତାଙ୍କ ଘରକୁ ଫେରିବେ। ୫୦-୫୦ ହଜାର ଟଙ୍କା ଜାମିନ ବଣ୍ଡରେ ତାଙ୍କୁ କୋର୍ଟରୁ ଜାମିନ ମିଳିଛି।

ସୂଚନାଯୋଗ୍ୟ, ଏଲଭିଶ ରେଭ୍‌ ପାର୍ଟୀରେ ସାପ ବିଷ ଯୋଗାଉଥିବା ଅଭିଯୋଗ ହୋଇଛି। କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ନୋଏଡା ପୋଲିସକୁ ପଚରାଉଚରା ବେଳେ ସେ ସାପ ବିଷ ଯୋଗାଇ ଦେଇଥିବା ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri