ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌ ଉଦ୍ୟମ କରିଛନ୍ତି। କିନ୍ତୁ ଏଥିରେ ସେମାନେ ବିଫଳ ହୋଇଛନ୍ତି।
ସୂଚନାନୁଯାୟୀ, କେତେଜଣ ଦୁର୍ବୃତ୍ତ ପ୍ରଥମେ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ସେମାନେ ସିସି କ୍ୟାମରାରେ କାଦୁଅ ଲଗାଇ ଦେଇଥିଲେ। ଏହାପରେ ବ୍ୟାଙ୍କର ପ୍ରଥମ ସଟର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଭିତରେ ଥିବା ଲକରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବ୍ୟାଙ୍କରେ ଲାଗିଥିବା ସାଇରନଟି ବାଜିବାରୁ ଲୁଟ୍‌ ଉଦ୍ୟମ କରିବାକୁ ଆସିଥିବା ଦୁର୍ବୁତ୍ତ ପଳାଇଥିଲେ।
ଉକ୍ତ ସାଇରନର ନୋଟିଫିକେଶନ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ବାଜିଥିଲା। ଭୁବନେଶ୍ବର କାର୍ଯ୍ୟାଳୟରୁ ଉମରକୋଟ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନଙ୍କୁ ସୂଚନା ଦିଆଯାଇଥିଲା। ସଙ୍ଗେସଙ୍ଗେ ଉମରକୋଟ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର, ଥାନାଧିକାରୀ ଡମ୍ବରୁ ଧର ପ୍ରଧାନ, ଏସ୍‌ଆଇ ଶିବାଜୀ ପଣ୍ଡା, ଅକ୍ଷୟ ମିଶ୍ର, ସୌମେନ୍ଦ୍ର ସେଠ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେତେବେଳକୁ ଦୁର୍ବୃତ୍ତମାନେ ପଳାଇଥିଲେ। ବ୍ୟାଙ୍କ ମ୍ୟାନେଜର ଦିଲୀପ କୁମାର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଏସ୍‌ଆଇ ଶିବଜି ପଣ୍ଡା, ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚତ୍ ତଦନ୍ତ କରିଥିଲେ। ଉମରକୋଟ ପୋଲିସ କେସ ନଂ ୧୫୫/୨୪ ରେ ମାମଲା ରୁଜୁ କରିଛି। ପୋଲିସ ପାଟ୍ରୋଲିଂ ଢିଲା ଯୋଗୁ ଚୋରି ଦୁର୍ବୃତ୍ତଙ୍କ ସାହସ ବଢୁଛି ବୋଲି ଚର୍ଚ୍ଚା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri