Odisha Elections 2024
Posted inଜାତୀୟ

ପରିବାର ପାଇଁ କେମିତି ସମୟ ବାହାର କରନ୍ତି ଅମିତ ଶାହା? ଉତ୍ତର ଶୁଣି ଭାବୁକ ହେଲେ ପତ୍ନୀ

ନୂଆଦିଲ୍ଲୀ,୨୦।୩: ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହା ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ରାଇଜିଂ ଇଣ୍ଡିଆ ସମ୍ମିଳନୀ -୨୦୨୪’ ରେ ଭାଗ ନେଇଥିଲେ। ସମସ୍ତ ଜ୍ୱଳନ୍ତ ପ୍ରସଙ୍ଗ ସହିତ (ଉଦାହରଣ ସ୍ବରୂପ, ସିଏଏରୁ ନିର୍ବାଚନ ବଣ୍ଡ ପର୍ଯ୍ୟନ୍ତ), ସେ ମଧ୍ୟ କିଛି ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେଇଥିଲେ। ରାଇଜିଂ ଇଣ୍ଡିଆ ସମ୍ମିଳନୀର ପ୍ଲାଟଫର୍ମରୁ ତାଙ୍କୁ ପଚରାଯାଇଥିଲା ଯେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଲୋକ ସଭା ନିର୍ବାଚନ -୨୦୨୪ ହେତୁ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ବହୁ ପରିମାଣରେ ବୃଦ୍ଧି ପାଇଛି, ଏଭଳି ପରିସ୍ଥିତିରେ ସେ ନିଜ ପରିବାର ପାଇଁ କିଭଳି ସମୟ ବାହାର କରିପାରିବେ। ଏହି ପ୍ରଶ୍ନରକୁ ନେଇ ଶାହା ଏମିତି ଉତ୍ତର ଦେଇଥିଲେ ଯେ ସେଠାରେ ଉପସ୍ଥିତ ଥିବା ତାଙ୍କ ପତ୍ନୀ ସୋନାଲ ଶାହା ମଧ୍ୟ ହସି ପକାଇଥିଲେ।
ଶାହା କହିଛନ୍ତି ଯେ ଦେଶର କାର୍ଯ୍ୟ ମଧ୍ୟରେ ସେ ନିଜ ପରିବାର ପାଇଁ ସମୟ ପାଇପାରୁ ନାହାଁନ୍ତି। ସେ କହିଛନ୍ତି, ଦେଶର କାର୍ଯ୍ୟ ମଧ୍ୟରେ ମୁଁ ମୋ ପରିବାର ପାଇଁ ସମୟ ପାଇପାରୁ ନାହିଁ। ହେଲେ ମୋ ପତ୍ନୀ ମୋ କାମ ମଧ୍ୟରେ ଏକ ମୁହୂର୍ତ୍ତ ବାହାର କରନ୍ତି ଏବଂ ଏହିପରି ଭାବରେ ମୁଁ ମୋର ସନ୍ତୁଳନ ବଜାୟ ରଖେ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ଶୁଣି ତାଙ୍କ ପତ୍ନୀ ସୋନାଲ ଶାହା ହସି ଦେଇଥିଲେ। ସୂଚନାଯୋଗ୍ୟ, ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ହୋଇଥିବାରୁ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସମୟ ପାଇବା ତାଙ୍କ ପାଇଁ ବହୁତ କଷ୍ଟକର। ବର୍ତ୍ତମାନ ଲୋକ ସଭା ନିର୍ବାଚନର ତାରିଖ – ୨୦୨୪ ମଧ୍ୟ ଘୋଷଣା କରାଯାଇଛି, ଏଭଳି ପରିସ୍ଥିତିରେ ତାଙ୍କ ବ୍ୟସ୍ତତା ବହୁଗୁଣିତ ହେବାକୁ ଯାଉଛି। ଭାଜପାର ଜଣେ ଭେଟେରାନ ନେତା ହୋଇଥିବାରୁ ତାଙ୍କୁ ନିର୍ବାଚନ ପ୍ରଚାର ସହ ଦେଶର ବିଭିନ୍ନ ସ୍ଥାନ ଗସ୍ତ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri