Posted inଫୁରସତ

କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ

ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ ହେବାର ସଙ୍କେତ ଭାବେ ଗ୍ରହଣ କରେ। ତେବେ ପ୍ରକୃତରେ ଦେଖିବାକୁଗଲେ ଆଖି ଡେଇଁବା ଆମ ସ୍ବାସ୍ଥ୍ୟ ସହ ଜଡ଼ିତ। ବିଜ୍ଞାନ କହେ ମାଂସପେଶୀରେ ସଙ୍କୋଚନ ହେଲେ ଆଖି ଡେଇଁଥାଏ। ଆଖିର ନର୍ଭ ଆଖି ଡେଇଁବା ପଛର ବଡ଼ କାରଣ ହୋଇଥାଏ। ଆମର ଆଖିପତା ବହୁତ ସମ୍ବେଦନଶୀଳ। ତେଣୁ ନର୍ଭରେ କିଛି କାରଣରୁ ସୃଷ୍ଟି ହେଉଥିବା ସନ୍ସେସନ ଯୋଗୁ ଆଖି ପଲକ ଡେଇଁପାରେ। ସାଧାରଣତଃ ଆଖି ଡେଇଁବା ଆପେ ବନ୍ଦ ହେଇଯାଇଥାଏ। କିଛି ସେକେଣ୍ଡରୁ ଆରମ୍ଭ ହୋଇ ଦୁଇ ମିନିଟ ପର୍ଯ୍ୟନ୍ତ ବି ଏହା ହୁଏ। ଏମିତିରେ ଚିନ୍ତାର କିଛି ବିଷୟ ନ ଥାଏ। ତେବେ ବେଳେବେଳେ ଆଖି ଡେଇଁବା ଦୀର୍ଘ ସମୟ ଧରି ଜୋର୍‌ ଜୋର୍‌ ହୁଏ। ଏମିତିକି ଭଲରେ ଦେଖାଯାଏ ନାହିଁ। ଏଭଳି ସ୍ଥିତିକୁ ବ୍ଲେଫେରୋସ୍ପାଜ୍‌ମ କୁହାଯାଏ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ଆଜିର ମଣିଷର ଲାଇଫ୍‌ଷ୍ଟାଇଲ୍‌ ବି ଅନେକାଂଶରେ ଆଖି ଡ଼େଇଁବା ପଛର କାରଣ ହୋଇପାରେ। ଯେମିତିକି..

ଷ୍ଟ୍ରେସ୍‌ ବା ଚାପ: ଆଜିକାଲି ପ୍ରାୟ ସମସ୍ତେ ଷ୍ଟ୍ରେସ୍‌ରେ ରହୁଛନ୍ତି। ଆଉ ଶରୀର ଏହି ଷ୍ଟ୍ରେସ୍‌କୁ ରିଲିଜ କରିବା ଲାଗି କିଛି ଉପାୟ ଅବଲମ୍ବନ କରେ। ତନ୍ମଧ୍ୟରେ ଆଖି ଡେଇଁବା ବି ଗୋଟେ କାରଣ ହୋଇପାରେ। ଯଦ୍ୱାରା କି ବ୍ରେନ ଡାଇଭର୍ଟ ହୋଇ ଶରୀର ଷ୍ଟ୍ରେସ୍‌ରୁ ବାହାରିପାରେ।

ଅତ୍ୟଧିକ କ୍ୟାଫିନ୍‌ ସେବନ: ଅଧିକ ଚା’, କଫି ପିଇଲେ ଶରୀରରେ କ୍ୟାଫିନର ମାତ୍ରା ବଢିଯାଏ। କ୍ୟାଫିନ ଶରୀରରେ ମେଟାବୋଲିଜମ୍‌କୁ ବୁଷ୍ଟ କରେ, ହାର୍ଟ ରେଟ୍‌ ବଢାଏ, ମସଲ୍ସ ବା ମାଂସପେଶୀରେ ସମ୍ବେଦନଶୀଳତା ବଢାଇବା କାମ କରେ। ଏହି ମସଲ୍‌ଗୁଡିକ ଭିତରେ ଆଖିର ମସଲ୍ସ ବି ଥାଇପାରେ ଯାହା ଆଖିର ନର୍ଭ ସହ ଆଟାଚ୍‌ ହୋଇଥାଏ। ଏହି ମସ୍‌ଲ୍ସ ସମ୍ବେଦଶୀନ ହେବାଯୋଗୁ ଆଖି ଡେଇଁଥାଏ।

ଆଲକହଲ୍‌: ଆଲକହଲ ବି କ୍ୟାଫିନ୍‌ ପରି ଆଖି ପଲକର ସନସେସନ୍‌ର କାରଣ ହୋଇପାରେ। ଯଦି ଆଖି ଡେଇଁବା ସମସ୍ୟା ଲଗାତାର ହେଉଥାଏ ତେବେ ଆଲକହଲ ଉପରେ ତୁରନ୍ତ ନିୟନ୍ତ୍ରଣ ଆଣିବା ଜରୁରୀ।ଏହାବାଦ ଆଖି ଡେଇଁବା ସମସ୍ୟା ଆଖି ସହ ଜଡ଼ିତ କିଛି ସ୍ବାସ୍ଥ୍ୟ ସମସ୍ୟାର କାରଣ ସ୍ବରୂପ ବି ହୋଇପାରେ। ଯେମିତିକି ଆଖିରେ ଆଲର୍ଜି ହୋଇଥିବା, ଆଖି ଅଧିକ ଥକିଥିବା, ଆଖି ସୁଷ୍କ ହେବା ଆଦି। ଯଦି ଏହାମଧ୍ୟରୁ କିଛି ବି ଆଖି ସମସ୍ୟା ଥାଏ, ତେବେ ଉପଚାର କରାଇଲେ ଆଖି ଡେଇଁବା ସମସ୍ୟା ଦୂରେଇ ଯିବ। ଆଉ ଯଦି ଅଧିକାଂଶ ସମୟ ଆଖି ଡେଉଁଥାଏ ଏହାଯୋଗୁ ଦୃଷ୍ଟିଶକ୍ତି ଦୁର୍ବଳ ହୋଇପାରେ ଓ ଦେଖିବାରେ ଅସୁବିଧା ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri