୧୦ ଦୁର୍ନୀତି ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବ କଂଗ୍ରେସ

ଭୁବନେଶ୍ୱର, ୧୨।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୧୦ଟି ଦୁର୍ନୀତି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ। ଚିଟ୍‌ଫଣ୍ଡ୍‌ ଦୁର୍ନୀତି, ଖଣି ଦୁର୍ନୀତି, ଗୁଣ୍ଡାରାଜ, ମାସ୍କ ସ୍କାମ୍‌, ତାମିଲ ଶାସନ, ଜମି ହଡ଼ପ, ଜବ୍‌ ଜୁମ୍‌ଲା, ସରକାରୀ ଚାକିରି ବିକ୍ରି, ବିଦ୍ୟୁତ୍‌ ଯନ୍ତ୍ରଣା ଓ ଦରଦାମ୍‌ ବୃଦ୍ଧି ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଦଳ ଲୋକଙ୍କ ନିକଟରେ ପହଞ୍ଚାଇ ବିଜେଡି ଏବଂ ଭାଜପାର ଅସଲ ଚେହେରା ଦେଖାଇବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି।
କଂଗ୍ରେସ ଭବନଠାରେ ସୋମବାର କଂଗ୍ରେସ ପକ୍ଷରୁ ଅନ୍ନପ୍ରାଶନ କାର୍ଯ୍ୟକ୍ରମ କରାଯାଇଛି। କଂଗ୍ରେସ ୧୦ଟି ନକଲି ଛୁଆଙ୍କ କଣ୍ଢେଇ ଆଣି ସେମାନେ ବିଜେଡି ଓ ଭାଜପା ଔରସରୁ ଜନ୍ମ ହୋଇଥିବା କଥା କହିଛି। ସେହି ୧୦ କଣ୍ଢେଇ ସନ୍ତାନଙ୍କ ନାମକରଣ ମଧ୍ୟ କଂଗ୍ରେସ ପକ୍ଷରୁ କରାଯାଇଛି। ସେମାନଙ୍କ ନାମ ଚିଟ୍‌ଫଣ୍ଡ୍‌ ଦୁର୍ନୀତି, ଖଣି ଦୁର୍ନୀତି, ଗୁଣ୍ଡା, ମାସ୍କ ସ୍କାମ୍‌, ତାମିଲ ଶାସନ, ଜମି ହଡ଼ପ, ଜବ୍‌ ଜୁମ୍‌ଲା, ସରକାରୀ ଚାକିରି ବିକ୍ରି, ବିଦ୍ୟୁତ୍‌ ଯନ୍ତ୍ରଣା ଓ ଦରଦାମ ବୃଦ୍ଧି ବୋଲି ଦଳ ଦାବି କରିଛି। କଂଗ୍ରେସ ଭବନଠାରେ ଖବରଦାତା ସମ୍ମିଳନୀ ଆୟୋଜନ କରି ଅଜୟ କୁମାର କହିଛନ୍ତି ଯେ, ଚିଟ୍‌ଫଣ୍ଡ ହେଉଛି ଏଭଳି ଏକ ଶିଶୁ ଯାହାର ତଦନ୍ତ କରିବାରେ ସିବିଆଇ ଫେଲ୍‌ ମାରିଛି। ୬୦ ଲକ୍ଷରୁ ଅଧିକ ପରିବାର ଏହି ଦୁର୍ନୀତିର ଶିକାର ହୋଇଛନ୍ତି। କିନ୍ତୁ ଭାଜପା ଓ ବିଜେଡିର ସଲାସୁତରା ଯୋଗୁ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିପାରିନାହିଁ। ବର୍ଷ ବର୍ଷ ଧରି ତଦନ୍ତ ପରେ ମଧ୍ୟ ସିବିଆଇ ଫାଇନାଲ ଚାର୍ଜଶିଟ୍‌ ଦାଖଲ କରୁନାହିଁ। ସେପଟେ ଗରିବ ଓ ମଧ୍ୟବିତ୍ତ ପରିବାରର ଜମାକାରୀମାନେ ଜମା ଟଙ୍କା ଫେରିପାଇବାକୁ ଚାହିଁ ବସିଛନ୍ତି। ଖଣି ଦୁର୍ନୀତିର ମଧ୍ୟ ସମାନ ଅବସ୍ଥା। ଶାହା କମିଶନ ଏହି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସ୍ତାବ ଦେଇଥିଲେ। କିନ୍ତୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ୟୁପିଏ ସରକାର ସମୟରେ ଯେଉଁ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୪୧୦ ଟଙ୍କା ଥିଲା, ତାହା ଏବେ ବଢ଼ି ୧୧୦୦ ଟଙ୍କା ହେଲାଣି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୫୫ ଟଙ୍କାରୁ ବଢ଼ି ୧୦୦ ଟଙ୍କାରୁ ଅଧିକ ହେଲାଣି। ତେଣୁ ଭାଜପା ଓ ବିଜେଡି ଔରସରୁ ଜନ୍ମ ଏହି ୧୦ ସନ୍ତାନଙ୍କୁ ଦମନ କରିବା ପାଇଁ ରାଜ୍ୟବାସୀ ଏକ ହେବା ଆବଶ୍ୟକ ବୋଲି ଅଜୟ କହିଛନ୍ତି। ଅନ୍ୟପଟେ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଉଭୟ ବିଜେଡି ଓ ଭାଜପାକୁ ଉପଯୁକ୍ତ ଜବାବ ଦେବାକୁ ଅଜୟ କୁମାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ କଂଗ୍ରେସ ଭବନ ସମ୍ମୁଖରେ ଏକ ଅନ୍ନପ୍ରାଶନ କାର୍ଯ୍ୟକ୍ରମ କରାଯାଇଛି। କଂଗ୍ରେସ ନେତାମାନେ ପୁରୋହିତଙ୍କୁ ଡାକି ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri