Odisha Elections 2024

ମେଣ୍ଟ ଚର୍ଚ୍ଚା ଭିତରେ ୨ ସାମଲ

ବନ୍ତ,୯।୩(ହରି ନାରାୟଣ ମହାନ୍ତି): ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଯଦି ମେଣ୍ଟ ହୁଏ, ତେବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ କାହା ଭାଗରେ ପଡ଼ିବ ଓ କିଏ ପ୍ରାର୍ଥୀ ହେବେ ସେନେଇ ନେତାମାନେ ଚିନ୍ତିତ ଥିବା ବେଳେ କର୍ମୀମାନେ ଅନାଇ ରହିଛନ୍ତି। ଏପରିକି ବିଜେଡିରୁ ପ୍ରଫୁଲ୍ଲ ସାମଲ ଓ ଭାଜପାରୁ ମନମୋହନ ସାମଲଙ୍କ କଥା ମଧ୍ୟ ଉଠିଲାଣି।  ୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇଥିଲା।

ସେହି ଅନୁଯାୟୀ ଭଣ୍ଡାରିପୋଖରୀ ଆସନ ବିଜେଡି ହାତରେ ରହିଥିଲା । ୨୦୦୦ ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ବିଜେଡିର ରଥ ଦାସ ନିର୍ବାଚନ ଲଢ଼ି ୫୯ ହଜାର ୪ ଶହ ୪୧ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ କୁମାରଶ୍ରୀ ଚିରଞ୍ଜୀବ୍‌ ୩୯ ହଜାର ୭ ଶହ ୮୯ ଭୋଟ ପାଇ ପରାଜିତ ହୋଇଥିଲେ। ୨୦୦୪ ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ବିଜେଡିର ରଥ ଦାସ ନିର୍ବାଚନ ଲଢ଼ି ୫୯ ହଜାର ୬ ଶହ ୭୫ ଭୋଟ ପାଇ ପରାଜିତ ହୋଇଥିଲେ ।
ସେତେବେଳେ କଂଗ୍ରେସ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ ୬୧ ହଜାର ୨ ଶହ ୨୧ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୦୯ରୁ ଅଦ୍ୟାବଧି ସେଠାରେ ବିଜେଡିର ପ୍ରଫୁଲ୍ଲ ସାମଲ ବିଧାୟକ ରହିଆସିଛନ୍ତି। ଦେଖିବାକୁ ଗଲେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନରେ ମେଣ୍ଟ ଥରେ, ବିଜେଡି ୩ଥର ଓ କଂଗ୍ରେସ ଥରେ ଜିତିଛି ା ଗତ କିଛି ଦିନ ତଳେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ଇଡି ଚଢ଼ାଉ ହେବା ପରଠାରୁ କର୍ମୀଙ୍କ ମହଲରେ ଉତ୍ସାହ ହ୍ରାସ ପାଇଥିବା ଦେଖାଯାଇଛି। ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ମଧ୍ୟରେ କିଏ ଟିକେଟ ପାଇବେ ସେନେଇ କର୍ମୀମାନେ ଚିନ୍ତାରେ ରହିଥିଲେ। ଏବେ ମେଣ୍ଟ ରାଜନୀତି କର୍ମୀମାନଙ୍କୁ ଆହୁରି ଅଡୁଆରେ ପକାଇଛି। ଏହି ଆସନ ବିଜେଡି ନେବ ନା ଭାଜପା ଭାଗରେ ପଡ଼ିବ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ କର୍ମୀମାନେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ।

ଅପରପକ୍ଷେ ମେଣ୍ଟ ହେଲେ ଏହି ଆସନ ଭାଜପା ଭାଗରେ ପଡ଼ିବ ଏବଂ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏଠାରୁ ନିର୍ବାଚନ ଲଢ଼ିବେ ବୋଲି ଦଳୀୟ କର୍ମୀ ଆଲୋଚନା କରୁଛନ୍ତି। କାରଣ ୨୦୦୯ ନିର୍ବାଚନରେ ମନମୋହନ ସାମଲ ଏଠାରେ ପ୍ରତିଦ୍ୱନ୍ଦ୍ୱିିତା କରି ୨୧ ହଜାର ୧୬୦ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ।ସେହି ନିର୍ବାଚନ ପରଠାରୁ ଭାଜପା ଏହି ଆସନରେ ନିଜର ସ୍ଥିତିକୁ ସୁଦୃଢ଼ କରି ପାରିଛି। ଭାଜପା ପ୍ରାର୍ଥୀ ବଦ୍ରି ନାରାୟଣ ଧଳ ୨୦୧୪ ନିର୍ବାଚନରେ ୨୮ ହଜାର ୮୦୯ ଏବଂ ୨୦୧୯ ନିର୍ବାଚନରେ ୩୯ ହଜାର ୧୪୧ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri