Posted inଖେଳ

ଗଳା କାଟି ଦେବି…ବିପକ୍ଷ ଖେଳାଳିଙ୍କ ଏମିତି କଥା ଶୁଣି ରାଗିଯାଇଥିଲେ ଯୁବରାଜ, କରିଥିଲେ ଏମିତି କାମ

ନୂଆଦିଲ୍ଲୀ,୮।୩: ପ୍ରତ୍ୟେକ କ୍ରିକେଟ ପ୍ରେମୀ ଯୁବରଜ ସିଂଙ୍କ ୬ଟି ବଲ୍‌ରେ ୬ଟି ଛକା ମନେ ରଖିଥିବେ, ଯାହା ସେ ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ମାରିଥିଲେ। ୟୁଭି ଇଂରାଜୀ ପେସର୍‌ ଷ୍ଟୁଆର୍ଟ ବ୍ରଡକୁ ବଲ୍‌ରେ କରି ୬ଟି ଛକା ମାରିଥିଲେ। କିନ୍ତୁ ଯୁବରାଜ ସିଂଙ୍କର ଏକ ଓଭରରେ ୬ ଛକା ମାରିବାର ଉଦ୍ଦେଶ୍ୟ ନ ଥିଲା, ବରଂ ସେ କ୍ରୋଧରେ ଏହି ସଫଳତା ହାସଲ କରିଥିଲେ। ଯୁବରାଜଙ୍କୁ ତାଙ୍କ ଗଳା କାଟିବାର ଧମକ ମିଳିଥିଲା, ଯାହା ତାଙ୍କୁ ଏତେ କ୍ରୋଧିତ କରିଥିଲା ଯେ ସେ ଏପରି ଲଗାତର ଛକା ମାରିଥିଲେ।
ଛକା ମାରିବାର ବର୍ଷକ ପରେ ଯୁବରାଜ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ। ସେ କହିଥିଲେ, ମୁଁ ଆଣ୍ଡ୍ରିୟୁ ଫ୍ଲିଣ୍ଟଫଙ୍କୁ ୨ଟି ଚୌକା ମାରିଥିଲି, ଯାହା ସେ ପସନ୍ଦ କରୁ ନ ଥିଲେ। ଓଭର ଶେଷ ହେବା ପରେ ଫ୍ଲିଣ୍ଟଫ ମୋ ସଟକୁ ‘ପୁଅର୍‌’(Poor) ବୋଲି କହିଥିଲେ। ଏହା ବ୍ୟତୀତ ସେ ମୋତେ କହିଥିଲେ ଯେ, ସେ ମୋର ଗଳା କାଟିଦେବେ।
ୟୁଭି ଆହୁରି ମଧ୍ୟ କହିଛନ୍ତି, ତା’ପରେ ମୁଁ ଫ୍ଲିଣ୍ଟଫଙ୍କୁ କହିଲି ଯେ ତୁମେ ଜାଣ ଯେ ମୁଁ ମୋ ହାତରେ ଥିବା ବ୍ୟାଟରେ ତୁମକୁ କେଉଁଠାରେ ମାରିବି। ଏହା ପରେ ଅମ୍ପାୟାରମାନେ ଭିତରକୁ ଆସିଲେ ଏବଂ ମୁଁ ସ୍ଥିର କଲି ଯେ ପ୍ରତ୍ୟେକ ବଲ କେବଳ ବାଉଣ୍ଡ୍ରିଙ୍କ ବାହାରେ ଯିବ। ମୋର ଭାଗ୍ୟ ଭଲ ଥିଲା ଯେ ମୁଁ ସେଦିନ ତାହା କରିବାରେ ସଫଳ ହୋଇଥିଲି।
ଏହା ପରେ ଯୁବରାଜ ଇନିଂସରେ୧୯ତମ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରଡଙ୍କୁ ଟାର୍ଗେଟ କରିଥିଲେ। ଗୋଟିଏ ପରେ ଗୋଟିଏ ୬ ଛକା ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଲଗାତାର ୬ଟି ଛକା ମାରିଥିବା ଯୁବରାଜ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏହି ଛକା ସହିତ ଯୁବରାଜ ମଧ୍ୟ ୧୨ବଲରେ ଅର୍ଦ୍ଧଶତକ ହାସଲ କରିବାର ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri