Odisha Elections 2024

ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଶିଶୁ ଶ୍ରମିକରୁ ଶିଶୁ ସୁରକ୍ଷାକାରୀ

ଭବାନୀପାଟଣା,୮।୩(ଉତ୍ତମ କୁମାର ଦାଶ):ଦିନେ ସେ ଥିଲେ ଶିଶୁ ଶ୍ରମିକ। ଆଉ ଆଜି ଶିଶୁ ସୁରକ୍ଷାକାରୀ। ଆଦିବାସୀ ଝିଅ ଗୁଆଦେଇ ଭୋଇ କଳାହାଣ୍ଡି ଜିଲା ପାଇଁ ଉଦାହରଣ ପାଲଟିଛନ୍ତି। ଜୁନାଗଡ ବ୍ଲକ ଅନ୍ତର୍ଗତ ଦେଦର ଗ୍ରାମର ମା’ବାପା ଛେଉଣ୍ଡ ଝିଅ ଗୁଆଦେଇ ଭୋଇ ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ କାମ କରିବା ସହିତ ଛେଳି ଚରାଉଥିଲେ। ଗୁଆଦେଇଙ୍କ ପାଠ ପଢିବାର ଇଚ୍ଛା ସାମ୍ନାରେ ହାର ମାନିଥିଲା ପରିବାର ଆର୍ଥିକ ବୋଝ। ୨୦୦୦ରେ ଦେଦରଠାରେ ଥିବା କର୍ତ୍ତବ୍ୟ ସଂସ୍ଥାର ଶିଶୁ ଶ୍ରମିକ ବିଦ୍ୟାଳୟରେ ପରିବାର ବିରୋଧ ସତ୍ତ୍ୱେ ନାମ ଲେଖାଇବା ସୁଯୋଗ ପାଇଲେ। ପଞ୍ଚାମ ଶ୍ରେଣୀ ପର୍ଯ୍ୟନ୍ତ ସେଠାରେ ଶିକ୍ଷା ଲାଭ କରି ଜୁନାଗଡ କନ୍ୟାଶ୍ରମରେ ନାମ ଲେଖାଇଥିଲେ। ପରେ ଜୁନାଗଡ କଲେଜରେ ଯୁକ୍ତ ୨ ପାଇଁ ନାମ ଲେଖାଇଥିଲେ। ବର୍ତ୍ତମାନ ଆଦିବାସୀ ଅଞ୍ଚଳ ପାଇଁ ସେ ଏକ ସହୟତାର ଦିଗବାରେଣି ସାଜିଛନ୍ତି। ଦେଦରଠାରୁ ଜୁନାଗଡ ୨୨ କି.ମି. ଦୂର ହୋଇଥିବାବେଳେ ବିଭିନ୍ନ ଗଁାର ଗରିବ ଲୋକମାନଙ୍କୁ ଚିକିତ୍ସା ନିମନ୍ତେ ସହଯୋଗ କରିବା, ଝିଅଙ୍କ ଶିକ୍ଷା ପାଇଁ ସେ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଅଞ୍ଚଳରେ ସେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ, ଚିଲଡ୍ରେନ କ୍ଲବ ଗଠନ କରି ସରକାରୀ ଅଧିକାରୀଙ୍କ ସହିତ ସମନ୍ବୟ ରଖି ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି। ସେହିପରି ଅଞ୍ଚଳରେ ମଦ ବନ୍ଦ ଓ ଶିଶୁ୍‌ମାନଙ୍କୁ ନିୟମିତ ସ୍କୁଲ ଯିବା ପାଇଁ ଏକ ନୀରବ ବିପ୍ଲବ ଆରମ୍ଭ କରି ଆଲୋକର ବାର୍ତ୍ତା ସାଜିଛନ୍ତି ଗୁଆଦେଇ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri