Posted inଜାତୀୟ

କେଜରିଓ୍ବାଲ ସରକାରଙ୍କ ବଡ ଘୋଷଣା, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା, ୪୦୦ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୭।୩: ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ସରକାର ଆସିବା ପରଠାରୁ ଲୋକଙ୍କୁ ଗତ ୯ ବର୍ଷ ଧରି ବିଦ୍ୟୁତ ବିଲ ଉପରେ ରିହାତି ଦିଆଯାଉଛି। ଭବିଷ୍ୟତରେ ଏହି ରିହାତି ଜାରି ରହିବ କି ନାହିଁ ସେନେଇ ଆଜି ଦିଲ୍ଲୀ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟତୀତ ମନ୍ତ୍ରୀ ସୌରଭ ଭରଦ୍ବାଜ, ଆତିଶି, ଇମ୍ରାନ ହୁସେନ, କୈଳାଶ ଗେହଲୋଟ, ଗୋପାଳ ରାୟ ଏବଂ ରାଜକୁମାର ଆନନ୍ଦ ଉପସ୍ଥିତ ଥିଲେ। ଭବିଷ୍ୟତରେ ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବଦ୍ୟୁତ୍‌ ମଧ୍ୟ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମାନ ଧାଡିରେ ଦିଲ୍ଲୀର ଲୋକଙ୍କୁ ପୂର୍ବ ପରି ୪୦୦ୟୁନିଟ ପର୍ଯ୍ୟନ୍ତ ଅଧା ବିଲ ଦେବାକୁ ପଡିବ। ଏହି ପ୍ରସଙ୍ଗରେ ସରକାର ଆଜି ଏକ ଜରୁରୀ ବୈଠକ ଡାକିଥିଲେ।
କେବଳ ଏକ ମାସ ପୂର୍ବରୁ କେଜରିୱାଲ ସରକାର ଦିଲ୍ଲୀର ଲୋକଙ୍କ ପାଇଁ ଏକ ନୂତନ ସୌର ନୀତି ଆଣିଥିଲେ ଯାହା ଅଧୀନରେ ସରକାର ନିଜ ଘରର ଛାତରେ ସୌର ପ୍ୟାନେଲ ଲଗାଉଥିବା ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ସୌର ନୀତି ୨୦୨୪ ବିଷୟରେ ସୂଚନା ଦେବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ ଯେ ଶିଳ୍ପ ପରିଚାଳନା କରୁଥିବା ଲୋକମାନେ ମଧ୍ୟ ଏହା ଅଧୀନରେ ଉପକୃତ ହେବେ। ସେମାନଙ୍କର ବାଣିଜି୍ୟକ ୟୁନିଟ ଗୁଡିକରେ ସୌର ପ୍ୟାନେଲ ସ୍ଥାପନ କରି ଲୋକଙ୍କ ବିଦ୍ୟୁତ ବିଲ ଅଧା ହ୍ରାସ କରାଯାଇପାରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛି ଯେ ଯେଉଁମାନେ ନିଜ ଘରର ଛାତରେ ସୌର ପ୍ୟାନେଲ ଲଗାନ୍ତି ସେମାନେ ଯେତେ ୟୁନିଟ ବିଦ୍ୟୁତ୍‌ ଖର୍ଚ୍ଚ କଲେ ମଧ୍ୟ ଶୂନ ବିଲ ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri