Posted inଖେଳ

ଅଶ୍ୱିନଙ୍କ ୧୦୦ତମ ଟେଷ୍ଟରେ କେକ୍‌ କାଟି ସେଲିବ୍ରେଟ୍‌ କଲେ ସୁନୀଲ ଗାଭାସ୍କର? ଏହା ହେଉଛି ବଡ଼ କାରଣ…

ଧର୍ମଶାଳା,୭।୩: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ଧର୍ମଶାଳାରେ ଖେଳାଯାଉଛି। ରବିଚନ୍ଦ୍ରନ ଅଶ୍ୱିନ ଏଠାରେ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି। ସେହିଭଳି ଦେବଦତ୍ତ ପଡ୍ଡିକଲ ଡେବ୍ୟୁ କରିଥିବାରୁ ତାଙ୍କ ପାଇଁ ଏହି ମ୍ୟାଚ୍‌ ସ୍ବତନ୍ତ୍ର ପାଲଟିଛି। ଏସବୁ ସତ୍ତ୍ୱେ ଷ୍ଟାଡିୟମର କମେଣ୍ଟ୍ରି ବକ୍ସରେ ବସିଥିବା ସୁନିଲ ଗାଭାସ୍କର ହଠାତ୍‌ କେକ୍‌ କାଟିଥିବା ଦେଖାଯାଇଥିଲା। ଏହା ପଛର କାରଣ କ’ଣ ତାହା ଜାଣିବାକୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

କହିବାକୁ ଚାହିଁବୁ, ଗାଭାସ୍କର ଏହି କେକ୍‌କୁ ଅଶ୍ୱିନ କିମ୍ବା ପଡ୍ଡିକଲଙ୍କ ଡେବ୍ୟୁ ଲାଗି କାଟିନାହାନ୍ତି। ଏହା ତାଙ୍କ ଟେଷ୍ଟ କ୍ରିକେଟରେ ୧୦୦୦୦ ରନ୍‌ କରିଥିବା ପ୍ରଥମ କ୍ରିକେଟର ହେବା ଖୁସିରେ ଥିଲା। ୧୯୮୭ ମସିହା ଆଜିର ଦିନରେ ଟେଷ୍ଟ କ୍ରିକେଟରେ ନିଜର ୧୦୦୦୦ ରନ୍‌ ପୂରଣ କରିଥିଲେ ସେ। ସେ ଏଭଳି କରିଥିବା ଦୁନିଆର ପ୍ରଥମ କ୍ରିକେଟର ପାଲଟିଛନ୍ତି। ଅଶ୍ୱିନଙ୍କ ୧୦୦ ଟେଷ୍ଟ ଦିନ ଏହି ସଫଳତାକୁ ୩୭ ବର୍ଷ ପୁରିଛି।

ସୁନୀଲ ଗାଭାସ୍କରଙ୍କ ଟେଷ୍ଟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୧୨୫ ମ୍ୟାଚର ୨୩୪ ଇନିଂସରେ ୧୦,୧୨୨ ରନ ସ୍କୋର କରିଛନ୍ତି, ଯେଉଁଥିରେ ୩୪ ଶତକ ରହିଛି। ଗାଭାସ୍କର ୧୯୭୧ ମସିହାରେ ପୋର୍ଟ ଅଫ ସ୍ପେନରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେହିଭଳି ସେ ୧୯୮୭ ରେ ପାକିସ୍ତାନ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଗାଭାସ୍କର ହେଉଛନ୍ତି ବ୍ୟାଟ୍ସମ୍ୟାନ ଯିଏ ଟେଷ୍ଟ ସିରିଜରେ ଓପନର୍‌ ଭାବରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri