ଅଧା କର୍ମଚାରୀଙ୍କ ଉପରେ ସବୁ ଦାୟିତ୍ୱ

ଖୁଣ୍ଟା,୬।୩(ଦେବରଞ୍ଜନ ବେହେରା): ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ନେଇ ସରକାର ବିଭିନ୍ନ ପଦ ପଦବୀ ସୃଷ୍ଟି କରିବା ସହିତ ଅଧିକାରୀ ନିଯୁକ୍ତି କରୁଛନ୍ତି। ମାତ୍ର ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଏବେ ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳୁଛି। ପଦବୀ ଅଛି, ମାତ୍ର କର୍ମଚ଼ାରୀ ନିଯୁକ୍ତ ହେଉନାହାନ୍ତି। ବହୁ ଗୁରୁତ୍ୱ ବହନ କରୁଥିବା ଏକାଧିକ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଜଣେ ଅଧିକାରୀ ଏକାଧିକ ଦାୟିତ୍ୱ ତୁଲାଉଛନ୍ତି। ଫଳରେ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କୁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତି ମାସ ମାସ ଧରି ଲାଗି ରହିଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନ ଥିବା ଚିନ୍ତାର କାରଣ ହୋଇଛି।
ସରକାର ୫-ଟି ମାଧ୍ୟମରେ ଟିମ୍‌ୱାର୍କ କଥା କହୁଥିବା ବେଳେ ଏହା ଏହି ବ୍ଲକ ପାଇଁ ପ୍ରହସନ ପାଲଟିଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସୂଚ଼ନା ଅନୁଯାୟୀ, ଗତ ୨୦୨୩ ମାର୍ଚ୍ଚ ମାସରୁ ଏହି ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ଏବିଡିଓ) ଅବସର ଗ୍ରହଣ କରିବା ପରଠାରୁ ଅଦ୍ୟାବଧି କୌଣସି ଅଧିକାରୀଙ୍କୁ ନିଯୁକ୍ତି ମିଳିନାହିଁ। ସେହିପରି ଜିପିଓ ପଦବୀ ଦୀର୍ଘ ମାସ ଧରି ଖାଲିଥିବା ବେଳେ ଜଣେ ପିଇଓ ୨ଟି ପଞ୍ଚାୟତ ସମେତ ଅତିରିକ୍ତ ଭାବେ ଜିପିଓ ଦାୟିତ୍ୱ ତୁଲାଉଛନ୍ତି। ଆକାଉଣ୍ଟ୍‌ସ ଅଧିକାରୀ,ଏନ୍‌ଆର୍‌ଇଜିଏସ୍‌ର ଏସିପି ପଦବୀ ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଖାଲି ପଡ଼ିଛି। ଏଏଫ୍‌ଓ ଏବଂ ୨ବରିଷ୍ଠ କିରାଣି ପଦବୀ ମଧ୍ୟରୁ ଗୋଟିଏ ଖାଲି ପଡ଼ିଥିବା ଓ ଅନ୍ୟ ପଦବୀଟି ଡେପୁଟେଶନ କର୍ମଚ଼ାରୀଙ୍କ ଦ୍ୱାରା ଚାଲିଛି। ସେହିପରି ୧୩ ପଞ୍ଚାୟତ ମଧ୍ୟରୁ ୨ଟି ପଞ୍ଚାୟତରେ ଜିଆର୍‌ଏସ୍‌ ପଦବୀ ଓ ୬ଟି ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ଖାଲି ରହିଛି। ଆଇପିଓ ପଦବୀଟି ଦୀର୍ଘ ବର୍ଷ ହେବ ଖାଲି ରହିଛି। ୫ ପିଅନ ପଦବୀ ସ୍ଥାନରେ ୩ ଜଣ ପିଅନଙ୍କୁ ନେଇ ଚାଲିଛି କାର୍ଯ୍ୟାଳୟ। ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ରାତ୍ରି ଜଗୁଆଳି ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ନାହିଁ ନାହିଁରେ ଚାଲୁଥିବା ଏହି ବ୍ଲକ କାର୍ଯ୍ୟାଳୟ ଲୋକଙ୍କୁ କିଭଳି ଭାବେ ତ୍ୱରିତସେବା ଯୋଗାଇ ପାରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ସମ୍ପର୍କରେ ବିଡିଓ କରୁଣାକର ଧିନ୍ଦାଙ୍କୁ ପଚାରିବାରୁ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ପଦବୀରେ କର୍ମଚାରୀ ଥିବା ନ ଥିବା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ବାର୍ଷିକ ଏଷ୍ଟାବ୍ଲିସମେଣ୍ଟ ରିପୋର୍ଟରେ ଉଚ୍ଚ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri