Posted inଖେଳ

ପ୍ରୋ କବାଡି ଲିଗ୍‌: ପୁନେରି ପଲଟନ୍‌ ଚାମ୍ପିୟନ

ହାଇଦ୍ରାବାଦ,୨।୩: ଗଚିବାଓଲିର ବାଲଯୋଗୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍‌ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍‌। ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍‌ ଅପ୍‌ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି ପଲଟନ୍‌ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରଥମ ଥର ଟାଇଟଲ ହାସଲ କରିବାରେ ସମର୍ଥ ହୋଇଛି।
ଫାଇନାଲ ମ୍ୟାଚରେ ଉଭୟ ଦଳ ସତର୍କତାର ସହ ଖେଳ ଆରମ୍ଭ କରିଥିଲେ। ରକ୍ଷଣାତ୍ମକ ଢଙ୍ଗରେ ଉଭୟ ଦଳ ଖେଳ ଆରମ୍ଭ କରିଥିଲେ। ଉଭୟ ଦଳ ପରସ୍ପରକୁ ଗୋଟିଏ ପଏଣ୍ଟ ଛାଡୁ ନ ଥିବା ବେଳେ ମ୍ୟାଚ୍‌ ୭-୭ରେ ରହିଥିଲା। ତେବେ ପ୍ରଥମାର୍ଦ୍ଧରେ ଏକ ସୁପର ରେଡ ସହ ପଲଟନର ପଙ୍କଜ ମୋହିତେ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ। ଏକା ଥରରେ ହରିୟାଣା ଷ୍ଟିଲର୍ସର ୪ ଖେଳାଳିଙ୍କୁ ଆଉଟ କରିବା ସହ ପୁଣେକୁ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ପୁନେରି ପଲଟନ୍‌ ୧୩-୧୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଷ୍ଟିଲର୍ସ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ପୁଣେର ଡିଫେଣ୍ଡର ମାନେ ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍‌ ଶେଷ ହେବା ବେଳକୁ ପୁଣେ ୨୮-୨୨ରେ ଆଗୁଆ ରହିଥିଲା। ଅନ୍ତିମ ମିନିଟରେ ଷ୍ଟିଲର୍ସ ୩ ପଏଣ୍ଟ ସଂଗ୍ରହ କରିଥିବା ବେଳେ ପ୍ରଥମ ଟାଇଟଲ ବିଜୟୀ ହୋଇଥିଲା। ଉଭୟ ଦଳ ୧୭ ରେଡ ପଏଣ୍ଟ ଅର୍ଜନ କରିଥିବା ବେଳେ ଟ୍ୟାକେଲ ପଏଣ୍ଟରେ ବାଜି ମାରି ନେଇଥିଲା ପୁଣେ। ଷ୍ଟିଲର୍ସ ୫ ଟ୍ୟାକେଲ ପଏଣ୍ଟ ଅର୍ଜନ କରିଥିବା ବେଳେ ୯ ଟ୍ୟାକେଲ ପଏଣ୍ଟ ହାତେଇଥିଲା ପଲଟନ। ପଲଟନ ପକ୍ଷରୁ ପଙ୍କଜ ମୋହିତେ ୯ ଓ ମୋହିତ ଗୋୟତ ୬ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ମୋହିତ ପତାରେ ୬ ଓ ସିଦ୍ଧାର୍ଥ ଦେଶାଇ ୪ ପଏଣ୍ଟ ଅର୍ଜନ କରିଥିଲେ। ଯୋଗେଶଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଯୁବ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା। ପୁନେରି ପଲଟନର ଅସଲମ ଇନାମଦାରଙ୍କୁ ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri