Posted inଫୁରସତ

ଏହି ବ୍ୟକ୍ତିଙ୍କଠାରୁ ଚା’ ପିଇଲେ ବିଲ୍‌ ଗେଟ୍‌ସ, ନିଆରା ଶୈଳୀକୁ କଲେ ପ୍ରଶଂସା

ଭାରତକୁ ବିବିଧତାରେ ପରିପୂର୍ଣ୍ଣ ଦେଶ କୁହାଯାଏ। ଏଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ଯେତିକି ପାର୍ଥକ୍ୟ ଅଛି, ସେମାନଙ୍କ କାର୍ଯ୍ୟ ଏବଂ କାର୍ଯ୍ୟ ଶୈଳୀରେ ମଧ୍ୟ ସେତିକି ପାର୍ଥକ୍ୟ ଅଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଲୋକଙ୍କ ସ୍ବତନ୍ତ୍ରତା ଖୋଜିବା ଏବଂ ସେମାନଙ୍କଠାରେ କିଛିଦିନ ମଧ୍ୟରେ ସାରା ବିଶ୍ୱରେ ପ୍ରସିଦ୍ଧ କରିବାର ଶକ୍ତି ବି ଅଛି। ଆଜି ଆମେ ଆପଣଙ୍କୁ ଏପରି ଜଣେ ଚା’ ବିକାଳିଙ୍କ ବିଷୟରେ କହିବୁ, ଯିଏ ସୋସିଆଲ ମିଡିଆରେ କିଛିଦିନ ମଧ୍ୟରେ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି ଯେ, ଚା’ ପିଇବା ବଦଳରେ ଲୋକମାନେ ତାଙ୍କ ସହ ସେଲ୍‌ଫି ନେବାରେ ଲାଗିଛନ୍ତି।

ଆମେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଚା’ ତିଆରି ଷ୍ଟାଇଲ୍‌ କଥା କହୁଛୁ। ଠିକ୍‌ ସେମିତି ଜଣେ ଚା’ ବିକାଳି ରଜନୀକାନ୍ତଙ୍କ ଷ୍ଟାଇଲ୍‌ରେ ଚା’ ତିଆରି କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି।  ଚା’ ତିଆରି କରିବା ଏବଂ ପରିବେଷଣ କରିବାରେ  ଅନନ୍ୟ ଶୈଳୀର ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ନଜର ଆସିଥିବା ବ୍ୟକ୍ତି ଜଣକ ନାଗପୁରର ବାସିନ୍ଦା। ତାଙ୍କ ନା ଡଲି। ତାଙ୍କର ‘ଡଲି କି ଟପ୍‌ରି ବହୁତ ପ୍ରସିଦ୍ଧ। ଏପରିକି ନିକଟରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ତାଙ୍କ ଦୋକାନରେ ଚା’ ପିଇଥିଲେ।

ଏହି ଚା’ ମାଲିକ କେବଳ ଏକ ନିଆରା ଶୈଳୀରେ ଚା’ ପରିବେଷଣ କରନ୍ତି ନାହିଁ ବରଂ ଲୋକଙ୍କୁ ଏପରି ଭାବରେ ସ୍ବାଗତ କରନ୍ତି ଯେ,  କେହି ତାଙ୍କ ପ୍ରଶଂସକ ପାଲଟିଯିବେ। ଏବେ ତାଙ୍କ ଚା’ ପରିବେଷଣ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ସେ ଏକ ନିଆରା ଶୈଳୀରେ ଚା’ରେ କ୍ଷୀର ଢାଳୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗ୍ରାହକଙ୍କଠାରୁ ଟଙ୍କା ନେବା ତାଙ୍କର ଶୈଳୀ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏହି ଚା’ ବିକ୍ରେତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ୧୮ କୋଟିରୁ ଅଧିକ ଭ୍ୟୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri