Posted inଖେଳ

ଚମତ୍କାର କଲେ ଅଶ୍ୱିନ: ଏକାସଙ୍ଗରେ ଭାଙ୍ଗିଲେ ୨ ରେକର୍ଡ

ରାଞ୍ଚି,୨୫।୨: ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ବେନ ଡକେଟ ଏବଂ ଓଲି ପୋପଙ୍କୁ ଦୁଇଟି ବଲରେ ଆଉଟ୍‌ କରିବା ମାତ୍ରେ ସେ ଭାରତରେ ଟେଷ୍ଟ ଖେଳ ୩୫୦ ଉଇକେଟ ପୂରଣ କରିଥିଲେ। ଅଶ୍ୱିନଙ୍କ ବର୍ତ୍ତମାନ ଭାରତରେ ମୋଟ ୩୫୧ ଉଇକେଟ ରହିଛି। ଏହା କରି ଅଶ୍ୱିନ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତରେ କୁମ୍ବଲେ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୩୫୦ ଉଇକେଟ ନେଇଥିଲେ। କୁମ୍ବଲେ ଭାରତରେ ୧୧୫ ଟେଷ୍ଟ ଖେଳିବା ପରେ ମୋଟ ୩୫୦ ଉଇକେଟ ନେଇଥିଲେ। ଏଥି ସହିତ ହରଭଜନ ସିଂ ଭାରତରେ ନିଜ କ୍ୟାରିୟରରେ ୨୫୪ ଉଇକେଟ ନେବାରେ ସଫଳ ହୋଇଥିଲେ। ଏହା ବ୍ୟତୀତ କପିଲ ଦେବ ଭାରତରେ ଟେଷ୍ଟ ଖେଳିବାବେଳେ ତାଙ୍କ ନାମରେ ମୋଟ ୨୧୯ ଉଇକେଟ ନେବାରେ ସଫଳ ହୋଇଥିଲେ।
ପ୍ରଥମ ଇନିଂସରେ ଅଶ୍ୱିନ କେବଳ ଗୋଟିଏ ଉଇକେଟ ନେଇଥିଲେ, କିନ୍ତୁ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଲଗାତାର ଦୁଇଟି ବଲରେ ୨ ଉଇକେଟ ନେଇ ଭାରତରେ ୩୫୧ ଉଇକେଟ ନେଇଥିଲେ। ବର୍ତ୍ତମାନ ଅଶ୍ୱିନ ଟେଷ୍ଟରେ ଭାରତରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇଛନ୍ତି।
ଉଲ୍ଲେଖଥାଉ କି, ତାଙ୍କ ଦେଶରେ ଅଧିକାଂଶ ଉଇକେଟ ନେଇଥିବା ରେକର୍ଡ ମୁରଲୀଧରନଙ୍କ ନାମରେ ରହିଛି। ଶ୍ରୀଲଙ୍କାର ମୁରଲୀଧରନ ତାଙ୍କ ଦେଶରେ ଅର୍ଥାତ୍‌ ଶ୍ରୀଲଙ୍କାରେ ଟେଷ୍ଟରେ ମୋଟ ୪୯୩ ଉଇକେଟ ନେଇଥିଲେ।

ପ୍ରତ୍ୟେକ ଦେଶରେ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲର
୪୯୩ – ମୁରଲୀଧରନ- ଶ୍ରୀଲଙ୍କା
୪୩୪ – ଇଂଲଣ୍ଡ- ଜେମ୍ସ ଆଣ୍ଡରସନ
୩୫୧- ଭାରତ-ଅଶ୍ୱିନ
୩୧୯- ଅଷ୍ଟ୍ରେଲିଆ-ସେନ୍‌ ୱାର୍ନ
୨୬୧- ଦକ୍ଷିଣ ଆଫ୍ରିକା- ଡେଲ ଷ୍ଟେନ
୨୨୯ – ୱେଷ୍ଟଇଣ୍ଡିଜ-କର୍ଟନି ୱାଲ୍ସ
୨୨୪- ଟିମ ସାଉଥୀ-ନ୍ୟୁଜିଲାଣ୍ଡ
୧୬୮ – ଅବଦୁଲ କାଦିର-ପାକିସ୍ତାନ

ଅଶ୍ୱିନ ଏସିଆରେ ୪୦୦ ଉଇକେଟ ପୂରଣ କରିଛନ୍ତି

ଏହା ସହିତ ଅଶ୍ୱିନ ଦ୍ୱିତୀୟ ଭାରତୀୟ ବୋଲର ଯିଏକି ଏସିଆରେ ୪୦୦ ଉଇକେଟ ନେଇଛନ୍ତି। ତାଙ୍କ ପୂର୍ବରୁ କୁମ୍ବଲେ ଏପରି କାର୍ଯ୍ୟ କରିଥିଲେ। କୁମ୍ବଲେ ଏସିଆରେ ମୋଟ ୪୧୯ ଉଇକେଟ ନେଇଛନ୍ତି। ଏଥି ସହିତ ମୁରଲୀଧରନ ଏସିଆର ସର୍ବାଧିକ ଉଇକେଟ ନେଇଥିବା ବୋଲର ଅଟନ୍ତି। ଏସିଆରେ ୬୧୯ ଉଇକେଟ ନେବାରେ ମୁରଲୀଧରନ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri