ବୁଲା କୁକୁରଙ୍କ ଆହାର ପାଲଟିଛି ଅଲିଭ ରିଡ୍‌ଲେ କଇଁଛ

ପାରାଦୀପ ୨୧।୨(ଶରତ ରାଉତ): ପାରାଦୀପ ନିକଟସ୍ଥ ସମୁଦ୍ର କୂଳରେ ଏବେ କିଛି ଦିନ ହେଲା ମୃତ ଅଲିଭରିଡ୍‌ଲେ କଇଁଛ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ଉକ୍ତ କଇଁଛଗୁଡ଼ିକୁ ବୁଲା କୁକୁର ଖାଉଛନ୍ତି। ଏପରିସ୍ଥିତି ଯୋଗୁ ବେଳାଭୂମିରେ ଦୁର୍ଗନ୍ଧ ହେଉଛି। ପ୍ରାୟ ୧୫ ଦିନ ହେଲା ଏଭଳି ସ୍ଥିତି ଲାଗିରହିଛି। ଅପରପକ୍ଷେ କଇଁଛ ମରିବାର କାରଣ ଏପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। କାରଣ ଏପର୍ଯ୍ୟନ୍ତ କୌଣସି ମୃତ କଇଁଛଙ୍କ ବ୍ୟବଚ୍ଛେଦ ହୋଇପାରୁନାହିଁ। ପ୍ରାଣୀଧନ ଚିକିତ୍ସକମାନେ ଆନ୍ଦୋଳନ ଜାରି ରଖିଥିବାରୁ ଏପରି ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯେଉଁ କଇଁଛଗୁଡିକ କୂଳରେ ମରିପଡ଼ିଛନ୍ତି, ସେଥିରେ କାହାର କ୍ଷତ ରହିଛି ତ କାହା ବେକରେ ଜାଲ ଲାଗିଛି।
ସୂଚନାଯୋଗ୍ୟ, ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବିଶ୍ୱସ୍ତରରେ କଟକଣା ଜାରି କରାଯାଇଛି। ଏପରିକି ଭାରତରେ ପ୍ରତିବର୍ଷ ନଭେମ୍ବର ୧ ରୁ ପରବର୍ଷ ମେ ୩୧ ପର୍ଯ୍ୟନ୍ତ ଉପକୂଳରେ କଟକଣା ଜାରି କରାଯାଏ। ଅର୍ଥାତ୍‌ କୂଳଠାରୁ ୬ କି.ମି. ସମୁଦ୍ର ପର୍ଯ୍ୟନ୍ତ କୌଣସି ମାଛଧରା ବୋଟ୍‌ ମାଛ ଧରିବେ ନାହିଁ। ଏଥିସହ ଗହୀରମଥା, ଋ଼ଷିକୁଲ୍ୟା ମୁହାଣ, ବରୁଣେଇ ମୁହାଣ ଆଦି ଅଞ୍ଚଳରେ ବୋଟ ଯାତାୟାତ ଉପରେ ଅଙ୍କୁଶ ଲଗାଯାଇଛି। ଏହାସତ୍ତ୍ୱେ କିଛି ମାଛଧରା ବୋଟ ଓ ଛୋଟ ଡଙ୍ଗା ମାଧ୍ୟମରେ କଟକଣା ଅଞ୍ଚଳରେ ମାଛ ଧରାଯାଉଛି । ରାଜନଗର ବନଖଣ୍ଡ ପକ୍ଷରୁ ଅଧିକାଂଶ ସମୟରେ ବୋଟ ମଧ୍ୟ ଜବତ ହେଉଛି। ଫଳରେ ଶତାଧିକ ବିରଳ କଇଁଛ ମରୁଥିବା ଆଶଙ୍କା କରାଯାଉଛି। ଏବେ ସେହି ମୃତ କଇଁଛଗୁଡ଼ିକୁ କୁଜଙ୍ଗ ବନାଞ୍ଚଳ କର୍ମଚାରୀମାନେ ବାଲିରେ ଗାତ ଖୋଳି ପୋତି ଦେଉଛନ୍ତି। କଇଁଛ ମରିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ରଞ୍ଜନ ମିଶ୍ର କୁହନ୍ତି, ଆମେ ଯଥା ସମ୍ଭବ ପାଟ୍ରୋଲିଂ ଓ ସୁରକ୍ଷା ସମ୍ପର୍କରେ ସତର୍କତା ଅବଲମ୍ବନ କରୁଛୁ। ତଥାପି କଇଁଛ ମରୁଛନ୍ତି। ଚଳିତ ବର୍ଷ ବ୍ୟବଚ୍ଛେଦ ରିପୋର୍ଟ ଆସି ନ ଥିବାରୁ କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri