Posted inଫୁରସତ

ଜୀବନରେ ସବୁକ୍ଷେତ୍ରରେ ମିଳିବ ସଫଳତା, ପଢ଼ନ୍ତୁ ଖାନ୍‌ ସାର୍‌ଙ୍କର କିଛି ପ୍ରେରଣାଦାୟକ କଥା…

ଜୀବନର ରାସ୍ତା ସହଜ ନୁହେଁ। ଏଠାରେ ସୁଖ ଅଛି ତ ଦୁଃଖ ବି ଅଛି। ହସ ଅଛି ତ ଲୁହ ବି ଅଛି। କଣ୍ଟା ଅଛି ତ ଫୁଲ ବି ଅଛି। ଏଣୁ ଅବିରତ ଭାବେ ଯାତ୍ରାରେ ଚାଲିବାକୁ ହେବ। ବେଳେବେଳେ କୌଣସି ଘାତ ପ୍ରତିଘାତର ସମ୍ମୁଖୀନ ହେଉଥିଲେ କାହା ନା କାହାର ପ୍ରେରଣାର ଆବଶ୍ୟକତା ପଡ଼ିଥାଏ। ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଅନ୍ୟମାନଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି। ବ୍ୟକ୍ତିତ୍ୱ ହେଉ ଅବା ସେମାନଙ୍କ କଥା ଲୋକଙ୍କୁ ବେଳ ଅବେଳରେ ମାର୍ଗଦର୍ଶନ ଦେଉଛି। ସେଭଳି ଜଣେ ହେଲେ ସମସ୍ତଙ୍କ ପ୍ରିୟ ‘ଖାନ୍‌ ସାର୍‌’। ଆସନ୍ତୁ ପଢ଼ିବା ସେ କହିଥିବା ସେଭଳି କିଛି ପ୍ରେରଣାଦାୟକ କଥା…

-ଜୀବନ ହେଉ ଅବା ହ୍ବାଟ୍ସଆପ୍‌, ଲୋକେ ସବୁବେଳେ ଆପଣଙ୍କ ଷ୍ଟାଟସ୍‌ ହିଁ ଦେଖିଥାନ୍ତି।

-ଜୀବନର ଆରମ୍ଭ ଖରାପ ହୋଇଥାଇପାରେ, ହେଲେ ଅନ୍ତ ଜବରଦସ୍ତ ହେବା ଉଚିତ।

-ଜୀବନରେ ଖରାପ ସମୟ ଆସିଲେ ନିଜ ଉପରେ କାମ କର, ନିଜକୁ ବଦଳାଅ। ସମୟ ସହଜରେ ଚାଲିଯିବ। ହେଲେ ଯଦି ତୁମେ ପରିସ୍ଥିତିକୁ ଦୋଷ ଦିଅ ତେବେ ସେହି ସମୟ ବହୁତ କଷ୍ଟଦେବ।

-ଯାହାର ସଫଳତାକୁ ରୋକି ହୁଏନା, ତାକୁ ଲୋକେ ବଦନାମ କରିବା ଆରମ୍ଭ କରନ୍ତି।

-ପ୍ରେମ କରିବାକୁ ଚାହୁଁଥିଲେ ବହିକୁ କର, ପ୍ରତାରିତ କଲେ ବି ଭାଗ୍ୟ ଚମକାଇବ।

-ସଫଳତା ପାଇବାକୁ ଚାହୁଁଥିଲେ ଲୋକଙ୍କ ନଜରରେ ପାଗଳ ହୁଅ।

-ବଞ୍ଚିବା ଲାଗି ଅମ୍ଳଜାନ ଯେତିକି ଲୋଡା ସେତିକି ଶିକ୍ଷା ବି ଲୋଡା।

-କିଛି ପାଇବାକୁ ହେଲେ କିଛି ହରାଇବା ନୁହେଁ, କିଛି କରିବାକୁ ପଡ଼ିଥାଏ।

-ଅନ୍ୟମାନଙ୍କ ସମସ୍ୟାରୁ କେବଳ ସାହସ ମିଳିବା ସମ୍ଭବ, ତାଙ୍କ ଉପାୟ ଆପଣାଇବା ମୁସ୍କିଲ ହେବ।

-ଯଦି ଆପଣଙ୍କ ପୋଷାକ ଭଲ ଲୋକେ ଆପଣଙ୍କୁ ପସନ୍ଦ କରିବେ, ହେଲେ ଯଦି ଆପଣଙ୍କ ବିଚାର ଭଲ ତେବେ ଫଲୋ କରିବେ।

-ରାଜା ହେବାକୁ ଇଚ୍ଛା ଥିଲେ ଗୁଲାମଙ୍କ ଭଳି ପରିଶ୍ରମ କରିବାକୁ ହେବ।

-ଗରିବଙ୍କୁ ଛାଡ଼ି ଆମେ ଦେଶକୁ ଆଗକୁ ନେଇପାରିବା ନାହିଁ।

-ସଫଳତା ପାଇବାକୁ ହେଲେ ବିଶ୍ୱାସ କରିବାକୁ ହେବ ଯେ ଆମେ କରିପାରିବା।

-ପରିଚୟରୁ ମିଳିଥିବା କାମ ବହୁତ ସମୟ ଯାଏ ରହି ନ ଥାଏ, ହେଲେ କାମରୁ ମିଳିଥିବା ପରିଚୟ ଆଜୀବନ ରହିଥାଏ।

-ଯିଏ ପାଣିରେ ଗାଧାଏ ସେ ପୋଷାକ ବଦଳାଏ, ହେଲେ ଯିଏ ଝାଳରେ ଗାଧାଏ ସେ ଇତିହାସ ଲେଖେ।

-ଦୁନିଆର କୌଣସି ବି ଅସୁବିଧା ଆପଣଙ୍କ ସାହସଠାରୁ ବଡ଼ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri