Posted inଖେଳ

ଶାମିଙ୍କ ସହ ସାନିଆଙ୍କ ବିବାହ ଫଟୋ ଭାଇରାଲ, ଜାଣନ୍ତୁ ଏହା ପଛର ସତ୍ୟତା…

ନୂଆଦିଲ୍ଲୀ,୨୦।୨: ନିକଟରେ ଟେନିସ ତାରକା ସାନିଆ ର୍ମିଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। କିଛି ଦିନ ପରେ ଶୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ। ତେବେ ଗତ ଏକ ବର୍ଷ ଧରି ସାନିଆ ଏବଂ ଶୋଏବଙ୍କ ଛାଡପତ୍ର ଖବର ସାମ୍ନାକୁ ଆସୁଥିଲା। ଶୋଏବଙ୍କ ନୂଆ ବିବାହ ପରେ ସାନିଆଙ୍କ ନାମ ଜଣେ ଭାରତୀୟ କ୍ରିକେଟରଙ୍କ ସହ ଯୋଡା ଯାଉଛି। ବାସ୍ତବରେ ପ୍ରଶଂସକମାନେ ସାନିଆଙ୍କ ବିଷୟରେ ଦୁଇ ପ୍ରକାରର ଦାବି କରୁଛନ୍ତି। ଏଠାରେ ଆମେ ଆପଣଙ୍କୁ ଉଭୟ ଦାବିର ସତ୍ୟତା କହିବାକୁ ଯାଉଛୁ…

ପ୍ରଥମ ଦାବି- ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସାନିଆ ର୍ମିଜା ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅଛନ୍ତି। ଫଟୋର ଉଭୟ ବିବାହ ପୋଷାକରେ ନଜର ଆସିଛନ୍ତି। ଲୋକମାନେ ଦାବି କରୁଛନ୍ତି ଯେ ଶୋଏବ ମଲିକଙ୍କଠାରୁ ଅଲଗା ହେବା ପରେ ସାନିଆ ର୍ମିଜା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିବାହ କରିଛନ୍ତି। ତେବେ ଏହି ଦାବି ସମ୍ପୂର୍ଣ୍ଣ ଭୁଲ ଅଟେ। ସାନିଆ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଥର ବିବାହ କରିନାହାଁନ୍ତି। ବିବାହ ପୋଷାକରେ ଉଭୟଙ୍କ ଫଟୋ ମଧ୍ୟ ନକଲି । ଏହି ଫଟୋ ଏଆଇ ଆଧାରିତ।

ଦ୍ୱିତୀୟ ଦାବି- ସାନିଆଙ୍କ ବିଷୟରେ ସୋସିଆଲ ମିଡିଆରେ ମଧ୍ୟ ଦାବି କରାଯାଇଛି ଯେ ସେ ଖୁବ ଶୀଘ୍ର ମହମ୍ମଦ ଶାମିଙ୍କୁ ବିବାହ କରିବେ। ଉଭୟଙ୍କ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତଥାପି, ଏହି ସମସ୍ତ ଫଟୋଗୁଡ଼ିକ ଏଆଇ ଆଧାରିତ । ସାନିଆ ଏବଂ ଶାମି ମଧ୍ୟରେ କିଛି ନାହିଁ । ସୋସିଆଲ ମିଡିଆରେ କରାଯାଉଥିବା ଦାବିଗୁଡିକ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଅଟେ ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri