ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଆରମ୍ଭ

ଭୁବନେଶ୍ୱର,୧୮।୨(ଶର୍ମିଷ୍ଠା ପାଣିଗ୍ରାହୀ)ପ୍ରସିଦ୍ଧ କୁମ୍ଭମେଳା ଅବସରରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଶନିବାର ଖଣ୍ଡଗିରି ପାନ୍ଥିକାଠାରେ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଆୟୋଜିତ ଏହି ମେହାତ୍ସବ ସାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କୃଷି ଉନ୍ନୟନ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ବେଜ, କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ, ଅନୁଷ୍ଠାନର ସମ୍ପାଦକ ଦୀପକ ମହାପାତ୍ର, ଦାଶରଥି ଗରାବଡୁ, ଅଶ୍ୱିନୀ ସୁନ୍ଦରାୟ, ହୃଦୟ ବଲ୍ଲଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ କୋକିଳା ଡାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ଷଡ଼ଋତୁ ଏବଂ କୁନି କୁନି ପିଲାଙ୍କ ଦ୍ୱାରା ଦେଶାତ୍ମକ ବୋଧକ ନୃତ୍ୟ ପରିବେଷିତ ହୋଇଥିଲା। ପରେ ସୁର ସାଗର ମ୍ୟୁଜିକାଲ ଗ୍ରୁପ୍‌ ଦାରା ବର୍ଣ୍ଣାଢ଼୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତ ଦର୍ଶକଙ୍କୁ ମୁଗ୍ଧ କରିଥିଲା।

ଆଜିଠୁ ଯାତ୍ରା ମହାସମର:

ଖଣ୍ଡଗିରି କୁମ୍ଭମେଳାରେ ଅନନ୍ୟ ଆକର୍ଷଣ ହେଉଛି ଖଣ୍ଡଗିରି ଯାତ୍ରା। ରବିବାରଠାରୁ ପାହାଡ଼ ପାଦଦେଶରେ ଆରମ୍ଭ ହେଉଛି ଯାତ୍ରା ମହାସମର। ୨୯ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମରରେ ୧୨ ଅପେରା ପାର୍ଟି ଲୋକଙ୍କ ମନୋରଞ୍ଜନ କରିବେ। ଦମଦାର ଡାଏଲଗ, ମନଛୁଆଁ କାହାଣୀ, ମେଲୋଡିରେ ପୂରା ଅଞ୍ଚଳ କମ୍ପିବ। ଆଇଗିଣିଆ ଗ୍ରାମ ପକ୍ଷରୁ ମହତାବ ପେଣ୍ଡାଲରେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଇ ସମ୍ରାଟ, ୨୧ରୁ ଅଶୋକ ସମ୍ରାଟ, ୨୫ରୁ ୨୯ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ପଡ଼ିବ। ଘାଟିକିଆ ଗ୍ରାମ ପକ୍ଷରୁ ସନାତନ ମଣ୍ଡପରେ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ ଓ ୨୪ରୁ ୨୯ ପର୍ଯ୍ୟନ୍ତ ଅପେରା ସୂର୍ଯ୍ୟମନ୍ଦିର ଚାଲିବ। ଜାଗମରା ଗ୍ରାମ ପକ୍ଷରୁ ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ୧୮ରୁ୨୨ ପର୍ଯ୍ୟନ୍ତ କଳିଙ୍ଗ ଗଣନାଟ୍ୟ ଓ ୨୩ରୁ ୨୯ ଶିବାନୀ ଗଣନାଟ୍ୟ ନାଟକ ପରିବେଷଣ କରିବ। କେସିସି ପଡ଼ିଆ ମା’ ମଙ୍ଗଳା ମଣ୍ଡପରେ ୧୮ରୁ ୨୩ ପର୍ଯ୍ୟନ୍ତ ଦୁର୍ଗା ମନ୍ଦିର ଏବଂ ୨୪ରୁ ୨୯ ପର୍ଯ୍ୟନ୍ତ ସ୍ବର୍ଣ୍ଣ ମହଲ ଚାଲିବ। ଜୟଦୁର୍ଗା ମଣ୍ଡପରେ ୧୮ରୁ ୨୩ ପର୍ଯ୍ୟନ୍ତ ଗୌରୀ ଗଣନାଟ୍ୟ ଏବଂ ୨୪ରୁ ୨୯ ପର୍ଯ୍ୟନ୍ତ ସ୍ବପ୍ନ ମହଲ ଚାଲିବା ସାଇ ନୀଳାଦ୍ରି ଯାତ୍ରା କମିଟି ପକ୍ଷରୁ ୨୪ରୁ ୨୯ ପର୍ଯ୍ୟନ୍ତ ରଙ୍ଗମହଲ ଯାତ୍ରା ପରିବେଷଣ କରିବ।

ଯାତ୍ରାରେ ଅଶ୍ଳୀଳତା ମନା

ଯାତ୍ରା ପରିବେଷଣ ସମୟରେ ଯେଭଳି କୌଣସି ଅଶ୍ଳୀଳତା ପ୍ରଦର୍ଶନ ନ ହୁଏ କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତି ନ ହୁଏ, ସେ ନେଇ ବିଏମ୍‌ସି ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। କୌଣସି ଯାତ୍ରାପାର୍ଟି ଲୋକଙ୍କ ଭାବାବେଗକୁ ଆଘାତ ଦେବାଭଳି କିମ୍ବା ଅଶ୍ଳୀଳ ନୃତ୍ୟ କିମ୍ବା ଯାତ୍ରା ପରିବେଷଣ କରିପାରିବେ ନାହିଁ। ସେହିପରି ଲୋକଙ୍କ ଗହଳିକୁ ଦେଖି ଯାତ୍ରାପାର୍ଟି ମାଲିକମାନେ ଆବଶ୍ୟକ ସଂଖ୍ୟକ ସ୍ବେଚ୍ଛାସେବୀ ବା ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବେ। ଯେପରି କୌଣସି ଆପରାଧିକ ଘଟଣା ନ ଘଟେ ତାହା ଉପରେ ମଧ୍ୟ ନଜର ରଖିବେ। ଯାତ୍ରା ପାଇଁ ପ୍ରଚାର ସମୟରେ ଅତ୍ୟଧିକ ସାଉଣ୍ଡ କରିବେ ନାହିଁ। ଯାତ୍ରା ପେଣ୍ଡାଲ ପାଖରେ ପର୍ଯ୍ୟାପ୍ତ ଅଗ୍ନିନିର୍ବାପକ ଯନ୍ତ୍ର ରଖିବା, ଆବଶ୍ୟକ ସଂଖ୍ୟକ ସିସିଟିଭି ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରିବା, ଦର୍ଶକଙ୍କ ପାଇଁ ପେଣ୍ଡାଲ ପାଖରେ ପାନୀୟଜଳ ବ୍ୟବସ୍ଥା କରିବା, ଡଷ୍ଟବିନ୍‌ ରଖିବା ଆଦି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri