Odisha Elections 2024

କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍‌ପି ହେବାକୁ ମନ

ଭବାନୀପାଟଣା,୧୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି। ଚା’ ଦୋକାନଠୁ ହାଟବଜାର ସବୁଠି ଚର୍ଚ୍ଚା ଏଥର କିଏ ବିଧାନସଭା ଓ ଲୋକ ସଭା ପାଇଁ ଟିକେଟ ପାଉଛନ୍ତି। ତେବେ ଏଇ କିଛି ଦିନ ହେଲା ଜିଲାର ଭାଜପା ନେତାଙ୍କ ପୋଷ୍ଟର, ୱାଲ୍‌ପେଣ୍ଟିଂ, ବ୍ୟାନରକୁ ଦେଖିଲେ ଭିନ୍ନ ଧରଣର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ତୃଣମୂଳସ୍ତରରେ ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିବା ନେତା ଏବେ ଏମ୍‌ପି ହେବାକୁ ମନ ବଳାଇଲେଣି।

ସେଥିପାଇଁ ଭାଜପାରୁ ଏମ୍‌ପି ପ୍ରାର୍ଥୀ ହେବା ଲାଗି ଆଶାୟୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳିଛି। ଏପରିକି ବର୍ତ୍ତମାନ ଏମ୍‌ପି ଥିବା ବସନ୍ତ ପଣ୍ଡାଙ୍କ ସହ ଦିନେ ବିଶ୍ୱସ୍ତ ଥିବା ନେତାମାନେ ମଧ୍ୟ ଏମ୍‌ପି ପ୍ରାର୍ଥୀ ପାଇଁ ଲବି କରୁଥିବା ଶୁଣିବାକୁ ମିଳୁଛି। କାରଣ ବିଧାନସଭା କ୍ଷେତ୍ରରେ ଜିଲାରେ ଶାସକ ବିଜେଡିର ସଙ୍ଗଠନ ମଜଭୁତ ଥିବାବେଳେ ଲୋକ ସଭା ନିର୍ବାଚନମଣ୍ଡଳୀରେ ମୋଦିଙ୍କ ହାୱାରେ ନିର୍ବାଚନ ବୈତରଣୀ ପାର ହୋଇଯିବେ ବୋଲି ଅନେକଙ୍କ ଧାରଣା ଜନ୍ମିଲାଣି। ସେଥିପାଇଁ ବିଧାୟକ ନୁହେଁ, ଏମ୍‌ପି ହେବା ପାଇଁ ଅନେକ ନେତା ମନ ବଳାଉଥିବା ଜଣାପଡିଛି।

କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଏଥର ଭାଜପା ଟିକେଟ ନ ଦେଇ ତାଙ୍କ ବଦଳରେ ନୂଆ ନେତାଙ୍କୁ ଛିଡ଼ା କରିପାରେ ବୋଲି ଆଶାୟୀ ପ୍ରାର୍ଥୀମାନେ କହୁଛନ୍ତି। ତେଣୁ ସେମାନେ ଏମ୍‌ପି ପ୍ରାର୍ଥୀ ହେବା ପାଇଁ ରାଜ୍ୟର ବରିଷ୍ଠ ତଥା ଦିଲ୍ଲୀର ଦଳୀୟ ତୁଙ୍ଗ ନେତାଙ୍କୁ ସାକ୍ଷାତ୍‌ କରି ଲବି ଆରମ୍ଭ କରିଛନ୍ତି।

ଏମ୍‌ପି ବସନ୍ତ ପଣ୍ଡାଙ୍କ ସହ ଭବାନୀପାଟଣା ବିଧାୟକ ତଥା ଓଡ଼ିଶା ବିଧାନସଭା ବିରୋଧୀ ଦଳର ପୂର୍ବତନ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଏମ୍‌ପି ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେବୀ, ବର୍ତ୍ତମାନର ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଭୁବନେଶ୍ୱର ମେୟର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ, ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲାର ପୂର୍ବତନ ସଭାପତି ଭବେନ୍ଦ୍ର ପଣ୍ଡା, ବିସିସିବିର ପୂର୍ବତନ ସଭାପତି କାଳିପ୍ରସାଦ ରାୟଗୁରୁ, ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଭାରତ ଭୂଷଣ ଦେଓ ପ୍ରମୁଖ ଦୌଡ଼ରେ ଥିବା ଜଣାପଡିଛି। ତେବେ ଏମ୍‌ପି ପଣ୍ଡା ରାଜ୍ୟ ସଙ୍ଗଠନର ନିର୍ବାଚନ କୋର୍‌ କମିଟିର ସଦସ୍ୟ ଭାବେ ଏବେ ତାଙ୍କ ନାମ ସ୍ଥାନ ପାଇଥିବାରୁ ଦଳ ତାଙ୍କୁ ପୁଣିଥରେ ଲୋକ ସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ସକାଶେ ଟିକେଟ ଦେଇପାରେ ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ପିଲାଙ୍କୁ ୨ ଶିକ୍ଷକ

ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ...

ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ...

ଆସିକାର ବିକାଶ ଶୀର୍ଷ ଛୁଇଁବ: ମଞ୍ଜୁଳା

ଆସିକା/ବ୍ରହ୍ମପୁର,୧୯ା୫(ସୁରେନ୍ଦ୍ରନାଥ ସାହୁ/ଅଶୋକ କୁମାର ସାହୁ):ଆସନ୍ତା ୨୦ ତାରିଖରେ ଆସିକା ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ।...

ରାସ୍ତା କାମ ଅଧାରୁ ଛାଡ଼ି ଠିକାଦାର ଛୁ’

ପାଣିକୋଇଲି,୧୯ା୫(ବିକାଶ ମଲ୍ଲିକ)ଅମୃତିଆଠାରୁ ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତା ଏବେ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ପୂର୍ବରୁ ପାଣିକୋଇଲି ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ ଅମୃତିଆ ଗ୍ରାମ ପର୍ଯ୍ୟନ୍ତ...

‘ପ୍ରତିଶ୍ରୁତି ନାହିଁ ତ ଭୋଟ ନାହିଁ’ ଚେତାବନୀ

ରସୁଲପୁର,୧୯ା୫(ରଞ୍ଜିତ ରାଉତ)ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା, ଗନ୍ଧଣ, ବଡ଼କଇଞ୍ଚି, ଟିକରପଡ଼ା, ରସୁଲପୁର ଓ ରାହାମ୍ବା ୬ ପଞ୍ଚାୟତର ଜୀବନରେଖା ହେଉଛି ମୂଳ ଖରସ୍ରୋତା ନଦୀ। ଏହି...

ଉନ୍ନୟନ ନାଁରେ ବଳିପଡୁଛି ଗଛ, ବଢୁଛି ତାପମାତ୍ରା

ପଟ୍ଟାମୁଣ୍ଡାଇ,୧୯ା୫(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନଁାରେ ଦୈନିକ ଶତାଧିକ ଗଛ ବଳିପଡୁଛି। ବିକାଶ ଆଳରେ ଦୈନିକ ବନ କ୍ଷୟ...

ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

କେନ୍ଦ୍ରାପଡ଼ା, ୧୯ା୫(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଯୋଗୁ ଯୁବବର୍ଗଙ୍କୁ କର୍ମନିଯୁକ୍ତି ସହ ଜିଲାର ଅର୍ଥନୀତି ଚଳଚଞ୍ଚଳ ହୁଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ...

କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri