ନିଜ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କଲେ ଏଲନ ମସ୍କ, ଏବେ ଏହି ମାଧ୍ୟମରେ କରିବେ କଲ୍‌, ମେସେଜ୍‌

ନୁୟର୍କ,୧୦।୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍‌ଶୀଘ୍ର ତାଙ୍କ ଫୋନ ନମ୍ବରକୁ ବନ୍ଦ ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର ବିନା ଲୋକଙ୍କ ସହ କଥା ହେବେ। ବର୍ତ୍ତମାନ ସେ କେବଳ ଏକ୍ସ ମାଧ୍ୟମରେ ଲୋକଙ୍କୁ ମେସେଜ୍‌ ଏବଂ କଲ୍‌ କରିବେ। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଅପଡେଟରେ ମସ୍କ କହିଛନ୍ତି ବର୍ତ୍ତମାନ ମୁଁ ଅଡିଓ ଏବଂ ଭିଡିଓ କଲ୍‌ ପାଇଁ କେବଳ ଏକ୍ସ ବ୍ୟବହାର କରିବି।

ଏକ୍ସ ହେଉଛି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯାହା ପୂର୍ବରୁ ଟୁଇଟର ନାମରେ ଜଣାଯାଉଥିଲା। ମାଇକ୍ରୋବ୍ଲଗିଂ ୱେବସାଇଟ ଚଳାଉଥିବା କମ୍ପାନୀ ଟୁଇଟରକୁ ମସ୍କ କିଣିଥିଲେ। ଅଧିଗ୍ରହଣ ପରେ ସେ ଟୁଇଟର ନାଁକୁ ପରିବର୍ତ୍ତନ କରି ଏହାକୁ ନୂତନ ନାମ ଏକ୍ସ ଦେଇଥିଲେ। ଏକ୍ସରେ ମସ୍କ ଅନେକ ପରିବର୍ତ୍ତନ କରିଛନ୍ତ। ବର୍ତ୍ତମାନ ଉପଭୋକ୍ତାମାନେ ମଧ୍ୟ ଏକ୍ସରେ ରୋଜଗାର କରିବାର ସୁଯୋଗ ପାଇଛନ୍ତି। ସେ ଏକ୍ସକୁ ଏଭଳି ଏକ ପ୍ଲାଟଫର୍ମ କରିବାକୁ ଚାହୁଁ୍‌ଛନ୍ତି, ଯେଉଁଠାରେ ଉପଭୋକ୍ତାମାନେ କେବଳ ଟୁଇଟ୍‌ / ଅପଡେଟ ପୋଷ୍ଟ ନୁହେଁ, ବରଂ କଣ୍ଟେଟ୍‌ ପବ୍ଲିସ୍‌, କଣ୍ଟେଟ୍‌ରୁ ଟଙ୍କା ରୋଜଗାର, କଲ୍‌ କରିବା ଇତ୍ୟାଦି ସହିତ ଅନେକ କାର୍ଯ୍ୟ ମଧ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri