Odisha Elections 2024

ପ୍ରଥମେ କଂଗ୍ରେସ, ପରେ ଭାଜପା ସହ ଲଢ଼େଇ ହେବ: ଦେବାଶିଷ

କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ତେବେ ଓଡ଼ିଶାରେ ଭାଜପା ସରକାର ଗଢ଼ିବାକୁ ମୋଦି ଗ୍ୟାରେଣ୍ଟି ପରି ଭାଜପା ନୂଆ ସ୍ଲୋଗାନ ଦେଇଥିବାବେଳେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହାତ ମିଳାଇଥିଲେ। ଏହି ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହୋଇଥିଲା। ଅନ୍ୟପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର ଶନିବାର ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଜେଡି ଓ ଭାଜପାର ସମ୍ପର୍କ ନେଇ ପ୍ରଶ୍ନ ଉଠାଇଥିଲେ। ବିଜେଡି ଓ ଭାଜପା ଉଭୟ ଦଳ କେବଳ ସାମ୍ନାରୁ ପ୍ରତିଦ୍ବନ୍ଦ୍ୱୀ ଭାବେ ପରସ୍ପରକୁ ଆକ୍ଷେପ କରୁଛନ୍ତି ନାଁ ବାସ୍ତବରେ ପରସ୍ପରର ପ୍ରତିଦ୍ବନ୍ଦୀ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏପରିକି ଉଭୟ ଦଳର ସମ୍ପର୍କ କଂଗ୍ରେସକୁ ବିଜୟୀ କରାଇବ ଓ ଖାସ୍‌ କରି କଟକରେ କଂଗ୍ରେସର ପ୍ରଦର୍ଶନ ପୂର୍ବପରି ରହିବ ବୋଲି ପ୍ରଭାରୀ ଅଜୟ କୁମାର କହିଥିଲେ।
ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଭାଜପା ଯେକୌଣସି ପ୍ରକାରର ସ୍ଲୋଗାନ ଦେଲେ ଓଡିଶାବାସୀ ତାହାକୁ ସ୍ବୀକାର କରି ନାହାଁନ୍ତି, କି କରିବେ ନାହିଁ। ଗତ ନିର୍ବଚନ ସମୟରେ ମିଶନ ୧୨୦ କହିଥିଲେ, ହେଲେ ତାହା ୨୦ ଭଳିଆ ରହିଗଲେ। ଓଡ଼ିଶାବାସୀ କେବଳ ଗୋଟିଏ ସ୍ଲୋଗାନ ଜାଣିଛନ୍ତି, ତାହା ହେଉଛି ନବୀନ ମନ୍ତ୍ର, ଯାହାର ସୁବିଧା ଘରେ ଘରେ ଓଡ଼ିଶାବାସୀ ପାଉଛନ୍ତି ଏବଂ ସେଥିପାଇଁ ଆଜି ନବୀନ ଓଡ଼ିଶାରେ ପରିଣତ ହୋଇଛି। ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିଜେଡି ୧୩୦ ବିଧାୟକ ସିଟ୍‌ ଜିତିବା ସୁନିଶ୍ଚିତ। ଅନ୍ୟପଟେ କଂଗ୍ରେସର ଯେଉଁ ଅଭିଯୋଗ ରହିଛି ତାହା ଭିତ୍ତିହୀନ। ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସେଠାରେ କୌଣସି ରାଜନୈତିକ ଟିପ୍ପଣୀ ଦେବା ଉଚିତ ନ ଥିଲା, ଯାହାକି ଉଭୟ କରି ଦେଖାଇଛନ୍ତି। ଯେବେ ରାଜନୈତିକ ମଞ୍ଚରେ ଉଭୟ ରହିବେ ସେବେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ। ସରକାରୀ କାର୍ଯ୍ୟକ୍ରମକୁ ରାଜନୈତିକ ରୂପ ଦେବା କଂଗ୍ରେସ ପ୍ରତି ଶୋଭା ପାଉନି। ଏସବୁ ଯୋଗୁ କଂଗ୍ରେସର ସ୍ଥିତି ଓଡ଼ିଶାରେ ନାହିଁ ବୋଲି ସ୍ପଷ୍ଟ କରାଉଛି। ଅନ୍ୟପଟେ ନିର୍ବାଚନ ନେଇ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ କଟକରେ ବିଜେଡି ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି ଦେବାଶିଷ କହିଛନ୍ତି। ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଥମେ କଂଗ୍ରେସ ଓ ପରେ ଭାଜପା ସହ ଲଢ଼େଇ ହେବ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ପ୍ରାର୍ଥୀ କୋଟିପତି

ଭଦ୍ରକ,୧୭।୫(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ୩ ପ୍ରମୁଖ ଦଳ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅସିତ୍‌ ପଟ୍ଟନାୟକ ସବୁଠୁ ଧନୀ। ପ୍ରାର୍ଥତ୍ପତ୍ର ଦାଖଲ...

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ କୌଳିକ ବୃତ୍ତି

ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା...

ଘୋଡ଼ା ଚଢ଼ି ନାମାଙ୍କନପତ୍ର ଦାଖଲ କରିବା ପ୍ରତାପ ଷଡଙ୍ଗୀଙ୍କୁ ପଡ଼ିଲା ମହଙ୍ଗା

ବାଲେଶ୍ୱର,୧୭।୫(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ...

ଏନ୍‌ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ

କଟକ,୧୬ା୫ (କାର୍ତ୍ତିକ ସାହୁ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ...

ବିପଦପୂର୍ଣ୍ଣ ଅବସ୍ଥାରେ ବ୍ଲକ ଜୀବିକା ମିଶନ ଅଫିସ୍‌

ଗୋପ,୧୬।୫(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ବ୍ଲକ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବନି। ଏପରି...

ବିପଦସଙ୍କୁଳ ଅବସ୍ଥାରେ ଶିଶୁ ଉଦ୍ୟାନ

ସାଲେପୁର,୧୭।୫(ଅରବିନ୍ଦ ଭୂୟାଁ): ସାଲେପୁରର ଏକମାତ୍ର ଶିଶୁ ଉଦ୍ୟାନ ଏବେ ବିପଦସଙ୍କୁଳ ହୋଇପଡ଼ିବା ସହ ଜରାଜୀର୍ଣ୍ଣ ହୋଇଯାଇଛି। ଏହି ଉଦ୍ୟାନ ଭିତରେ ନିୟମିତ ଛୋଟ ପିଲାମାନେ ଖେଳକୁଦ...

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୫ରୁ ଊଦ୍ଧର୍‌ବ ଗୁରୁତର

ନୀଳଗିରି(ପ୍ରଶାନ୍ତ କୁମାର ବିଶ୍ୱାଳ)/ ରେମୁଣା(ରବୀନ୍ଦ୍ର ମହାକୁଡ), ୧୭ା୫:ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗଡିଆମାଳସ୍ଥିତ ସ୍ନୋ ୱାଲର୍‌ଡ ନାମକ ଚିଙ୍ଗୁଡି ପ୍ଲାଣ୍ଟରେ ଗୁରୁବାର ରାତି ପ୍ରାୟ ୯ଟା...

ଧର୍ମଶାଳାରେ ନିର୍ଣ୍ଣାୟକ ହେବେ ସ୍ବାଧୀନ ପ୍ରାର୍ଥୀ

ଯାଜପୁର,୧୭ା୫(ହର୍ଷବର୍ଦ୍ଧନ  ବେହେରା) : ମତଦାନ ପାଇଁ ଆଉ ମାତ୍ର ୧୫ ଦିନ ବାକି ରହିଛି। ସେଥିପାଇଁ ନେତାମାନେ ଏବେ ପୂରା ଦମ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri