ମୋତେ ଏଲିଅନ ପରି ବ୍ୟବହାର କରାଯାଏ: ପୁନମ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଶୁକ୍ରବାର ଦେହାନ୍ତ ପୁଣି ଆଜି ଜୀବିତ ଥିବା ଖବର ବେଶ୍‌ ଚର୍ଚ୍ଚା ହେଉଛି। ଶୁକ୍ରବାର ଅଭିନେତ୍ରୀଙ୍କ ମ୍ୟାନେଜର କହିଥିଲେ, ପୁନମ ସବୁଦିନ ପାଇଁ ଏ ଦୁନଆରୁ ବିଦାୟ ନେଇଛନ୍ତି। ତାଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ଘଟିଥିବା କୁହାଯାଉଥିଲା। କିଛି ଲୋକ ପୁନମଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଥିଲେ। ଆଉ କିଛି ଲୋକ ସେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଚାହାନ୍ତି ଏବଂ ଏପରି କରିଥିବା ମଧ୍ୟ କହିଥିଲେ। ତେବେ ଆଜି ସେ କଥା ସତ ହୋଇଛି। ପୁନମ ନିଜେ ସୋସିଆଲ ମିଡିଆରେ ଆସି କହିଛନ୍ତି ମୁଁ ଜୀବିତ। ଯାହା ସମସ୍ତଙ୍କୁ ଚକିତ କରିଛି।

ଅଭିନେତ୍ରୀ ସବୁବେଳେ ଏମିତି କିଛି କଥା କହିଥାନ୍ତି, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥାଏ। କେବେ ତାଙ୍କ ଡ୍ରେସ୍‌କୁ ନେଇ ତ ଆଉ କେବେ ଉଲଗ୍ନ ହେବା କହିଥିବା କଥାକୁ ନେଇ। ସେ କହିଛନ୍ତି, ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ମୋତେ ବେଶି ଟ୍ରୋଲ କରିଥାନ୍ତି। ସେମାନେ ଭାବନ୍ତି ଯେମିତି ମୁଁ ଜଣେ ଭାରତୀୟ ନାରୀ ନୁହେଁ, ଏଲିଅନ। ସେମିତି ମୋତେ ବ୍ୟବହାର କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋ’ ନାଁ ଶୁଣିବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦିଅନ୍ତି। ମୋତେ ଖରାପ ଲାଗୁଛି, କାରଣ ମୁଁ ଏବେ କାହା ସ୍ତ୍ରୀ କିମ୍ବା ବୋହୂ ନୁହେଁ। ବରଂ କାହା ଝିଅ।

ସ୍ମରଣଥାଉକି, ଅଭିନେତ୍ରୀ ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ଶେୟାର କରି କହିଛନ୍ତି, ସେ ଜୀବିତ ଅଛନ୍ତି ଏବଂ ତାଙ୍କର ଗର୍ଭାଶୟ କର୍କଟରେ ମୃତ୍ୟୁ ହୋଇନାହିଁ। ଏହା ସତ ସେ ପୁନମଙ୍କର ଦେହାନ୍ତ ହୋଇନାହିଁ। ଏଥିସହିତ ସେ ନିଜେ ଏପରି ମିଥ୍ୟା ଖବର ପ୍ରସାରଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି। ଭିଡିଓ ଶେୟାର କରି ପୁନମ ମଧ୍ୟ ଏକ ଲମ୍ବା ନୋଟ୍‌ ଲେଖିଛନ୍ତି। ସେ ଲେଖିଛନ୍ତି, ମୁଁ ଆପଣମାନଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ କଥା ଶେୟାର କରିବାକୁ ଚାହୁଁଛି। ମୁଁ ଜୀବନ୍ତ ଅଛି। ଗର୍ଭାଶୟ କର୍କଟ ମୋତେ ମାରି ନାହିଁ, କିନ୍ତୁ ଦୁଃଖର ବିଷୟ ଏହା ହଜାର ହଜାର ମହିଳାଙ୍କ ଜୀବନ ନେଇଛି। ଯାହାର ମୁକାବିଲା ସମ୍ପର୍କରେ ଲୋକେ ଜାଣି ନ ଥିଲେ। ଅନ୍ୟ କେତେକ କର୍କଟ ପରି ଗର୍ଭାଶୟ କର୍କଟରୁ ପୁନରୁଦ୍ଧାର ସମ୍ଭବ। ମୁଖ୍ୟ କଥା ହେଉଛି ଏଚ୍‌ପିବି ଟିକା ଏବଂ ଶୀଘ୍ର ଚିହ୍ନଟ ପରୀକ୍ଷା କରାଯିବ। ଏହି ରୋଗରେ କାହାର ମୃତ୍ୟୁ ଘଟେ ନାହିଁ। ଆସନ୍ତୁ ପରସ୍ପରକୁ ଏହି ସଚେତନତାକୁ ସଶକ୍ତ କରିବା ଏବଂ ପଦକ୍ଷେପ ନେବାକୁ ପ୍ରତ୍ୟେକ ମହିଳାଙ୍କୁ ଅବଗତ କରାଇବା।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri