ମାତାଲ କାର୍‌ ଡ୍ରାଇଭରଙ୍କ ସିରିଜ୍‌ ଦୁର୍ଘଟଣା

ହିଞ୍ଜିଳିକାଟୁ,୧।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ୫୯ ନମ୍ବର ଜାତୀୟ ରାଜପଥ ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ- ସାରୁ ରାସ୍ତାରେ ଜଣେ ମଦ୍ୟପ କାର୍‌ ଚାଳକ ସିରିଜ୍‌ ଦୁର୍ଘଟଣା ଘଟାଇଛନ୍ତି। ଦୁର୍ଘଟଣାରେ ବଡ଼ଧରଣର କ୍ଷୟକ୍ଷତି ଘଟି ନ ଥିଲେ ମଧ୍ୟ କାରଟି ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି। ଏପରିକି କେତେଜଣ ବାଇକ୍‌ଚାଳକ ଓ ଅନ୍ୟ ଗାଡ଼ିଗୁଡିକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ପ୍ରକାଶ ଯେ, ବୁଧବାର ରାତିରେ ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ କାର୍‌(ନଂ.ଓଡି୦୨ସିଏନ-୪୮୦୭) ହିଞ୍ଜିଳି ଥାନା ତଥା ୫୯ ନମ୍ବର ଜାତୀୟ ରାଜପଥ ସମରଝୋଳ ଛକ ନିକଟରେ ପ୍ରଥମେ ଏକ କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ୍‌କୁ ପଛପଟୁ ଧକ୍କା ଦେଇଥିଲା। ସେଠାରେ ଉଭୟ ଗାଡ଼ି ଚାଳକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏଭଳି ସ୍ଥିତିରେ ଉକ୍ତ କାରଟି କିଛି ଦୂର ଗଲାପରେ ଅନ୍ୟ ୨ଟି ବାଇକ୍‌କୁ ଧକ୍କା ଦେଇଥିଲା। ପରେ ନିଶାସକ୍ତ କାର୍‌ ଚାଳକ ଜଣଙ୍କ ସାରୁ ଛକରେ ଥିବା ପୋଲିସ ଷ୍ଟପ୍‌ ଫାଟକକୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ କାରର ସମ୍ମୁଖ ଭାଙ୍ଗି କ୍ଷତିଗ୍ରସ୍ତ ହେବା ସହ କାର୍‌ ଚାଳକ ଜଣଙ୍କ ମାତାଲ ଅବସ୍ଥାରେ ଗାଡିରୁ ତଳକୁ ଖସି ପଡ଼ିଥିଲେ।

ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ହିଞ୍ଜିଳି ପୋଲିସ ଦୁର୍ଘଟଣା ଗ୍ରସ୍ତ କାରକୁ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପରେ ପୋଲିସ ଅଚେତ ଅବସ୍ଥାରେ କାର୍‌ ଚାଳକଙ୍କୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷେ ରାଜପଥରେ ମଦ୍ୟପାନ କରି ବେଆଇନ ଭାବେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ନିଶାସକ୍ତ ଡ୍ରାଇଭରଙ୍କୁ ପୋଲିସ ପକ୍ଷରୁ ଚିହ୍ନଟ କରି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri