ପ୍ରଥମ ସପ୍ତାହରେ ରେକର୍ଡ କଲା ‘ଫାଇଟର’

ମୁମ୍ବାଇ: ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ହ୍ରିତିକ ରୋଶନ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍‌’। ଏହା ଆରମ୍ଭ ଦିନରୁ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରିଛି। ବକ୍ସ ଅଫିସରେ ଜବରଦସ୍ତ ରୋଜଗାର ହେବା ପରେ ‘ଫାଇଟର୍‌’ ଦ୍ୱିତୀୟ ଦିନରେ ଟିକେଟ ଓିଣ୍ଡୋରେ ବମ୍ପର ରୋଜଗାର କରିଥିଲା। ତୃତୀୟ ଏବଂ ଚତୁର୍ଥ ଦିନରେ ଭଲ ରୋଜଗାର କରି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମଟି ୧୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ପ୍ରଥମ ସପ୍ତାହ ‘ଫାଇଟର୍‌’ ଆଡଭାନ୍ସ ବୁକିଂ ମାଧ୍ୟମରେ ୭ କୋଟି ଟଙ୍କା ବ୍ୟବସାୟ କରିଥିଲା ଏବଂ ୨ ଦିନ ମଧ୍ୟରେ ଫିଲ୍ମ ୫୦ କୋଟି ଟଙ୍କା ଅତିକ୍ରମ କରିଛି।

Hrithik Roshan-Deepika Padukone-Anil Kapoor's Fighter to now release on this date; Details inside - Entertainment News | The Financial Express

‘ଫାଇଟର’ରେ ହ୍ରିତିକ ଏବଂ ଦୀପିକାଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିଛି। ଉଭୟଙ୍କ ଚମତ୍କାର କେମିଷ୍ଟ୍ରି ଦର୍ଶକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରୁଛି। ଫିଲ୍ମର ଟ୍ରେଲର ଦର୍ଶକଙ୍କ ପ୍ରତ୍ୟେକ ଶିରାପ୍ରଶିରାରେ ଦେଶପ୍ରେମ ଏବଂ ଉତ୍ସାହରେ ପରିପୂର୍ଣ୍ଣ କରିଥିଲା। ‘ଫାଇଟର’ ହେଉଛି ଭାରତର ସବୁଠୁ ବଡ଼ ଏରିଲ ଆକ୍ସନ ଫିଲ୍ମ। ଫିଲ୍ମର ଭିଏଫ୍‌ଏକ୍ସକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଫିଲ୍ମକୁ ଫୁଲ୍‌ ଏଣ୍ଟରଟେନିଂ ବୋଲି କହୁଛନ୍ତି।

Hrithik Roshan-Deepika Padukone starrer Fighter trailer to release on January 15 : Bollywood News - Bollywood Hungama

ହ୍ରିତିକ ଏବଂ ଦୀପିକାଙ୍କ ଅଭିନୀତ ଏହି ଫିଲ୍ମ ୪ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୮ କୋଟି ଟଙ୍କା ଆୟ କରିଛି। ଫିଲ୍ମ ‘ଫାଇଟର୍‌’ ତୃତୀୟ ଦିନରେ ଅର୍ଥାତ୍‌ ଶନିବାର ଭାରତରେ ୨୯କୋଟି ଟଙ୍କାର ବ୍ୟବସାୟ କରିଥିଲା ଏବଂ ରବିବାର ଫିଲ୍ମର ରୋଜଗାରରେ ଏକ ବଡ଼ ଧରଣର ଜମ୍ପ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri