Posted inଖେଳ

ନିରାଶ କରୁଛନ୍ତି ଗିଲ, ନଂ- ୩ରେ ଫେଲ୍‌ ହେବା ପରେ ହୋଇପାରନ୍ତି ଦଳରୁ ବିଦା !

ହାଇଦ୍ରାବାଦ,୨୮।୧: ଟେଷ୍ଟ ଫର୍ମାଟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏବେ ଦଳରେ ନଂ- ୩ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତାଙ୍କୁ ମିଳିଥିଲେ ହେଁ ତାଙ୍କ ବ୍ୟାଟ୍‌ ଚାଲୁନାହିଁ। ଏହାର ପ୍ରଭାବ ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟରେ ଦେଖିବାକୁ ମିଳିଛି। ଗିଲଙ୍କ ଯୋଗୁ ଭାରତୀୟ ଟିମ୍‌ ହାତରୁ ମ୍ୟାଚ୍‌ଟି ଖସିଯାଇପାରେ। ତେବେ ଏହି କାରଣରୁୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।

ହାଇଦ୍ରାବାଦ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ୨୨୩ରନ୍‌ର ଟାର୍ଗେଟ ମିଳିଥିଲା। ଯଶସ୍ବୀ ଜୟସଓ୍ବାଲଙ୍କ ଉଇକେଟ ଯିବା ପରେ ଗିଲ ମଇଦାନକୁ ଆସିଥିଲେ। ଦଳକୁ ତାଙ୍କର ଆବଶ୍ୟକତା ଥିବା ବେଳେ ସେ ଷ୍ଟ୍ରଗଲ କରୁଥିବା ନଜର ଆସିଥିଲା। ସେ ୬୬ ବଲ୍‌ରେ ୨୩ ରନ୍‌ କରିଥିଲେ। ଏହି କାରଣରୁ ତାଙ୍କର ବ୍ୟାଟିଂ ଏବେ ପ୍ରଶ୍ନ ଘେରରେ ରହିଛି।

ପ୍ରଥମେ ଗିଲ ଓପନିଂ କରୁଥିଲେ। ଏବେ ତାଙ୍କୁ ନୂଆ ସ୍ଥାନ ମିଳିଛି। ହେଲେ ଏଯାବତ ସେ ନଂ-୩ ଦାୟିତ୍ୱକୁ ସଠିକ୍‌ ଭାବେ ତୁଲାଇ ପାରିନାହାନ୍ତି। ଯେବେଠାରୁ ଏହି ଏହି କ୍ରମାଙ୍କରେ ଖେଳିବାକୁ ଆସିଛନ୍ତି ସଂଘର୍ଷ କରୁଛନ୍ତି। ଜୁଲାଇ ୧୨ ୨୦୨୩ରୁ ସେ ବ୍ୟାଟିଂ କରିବାକୁ ଆସିଥିଲେ। ଏଯାବତ ସେ ୪୭,୬,୧୦,୨୯*,୨,୨୬,୩୬,୧୦,୨୩,୦ ରନ୍‌ କରିପାରିଛନ୍ତି।

ଏଣୁ ଆଗାମୀ ଦିନରେ ଗିଲଙ୍କୁ ସୁଯୋଗ ଦେବା ଦଳ ଲାଗି ଶୁଭଙ୍କର ନୁହେଁ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ରଖୁଛନ୍ତି। ଏପରିକି ଗିଲଙ୍କୁ ଟେଷ୍ଟରୁ ବାହାର କରାଯିବାର ସମୟ ଆସିଛି ବୋଲି ଅନେକେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri