Posted inଖେଳ

ଆଙ୍ଗୁଠି ଭାଙ୍ଗିଯିବା ସତ୍ତ୍ୱେ ପ୍ରତିଶ୍ରୁତି ପାଳନ କଲେ ଏହି କ୍ରିକେଟର୍‌

ବ୍ରିସବେନ,୨୮।୧: ୱେଷ୍ଟଇଣ୍ଡିଜ ୨୭ବର୍ଷ ପରେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଇଁ ପେସର୍‌ ଶାମର ଜୋସେଫ ବିଜୟର ହିରୋ ଥିଲେ। ସେ ଆଘାତକୁ ଖାତିର ନ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ବୋଲିଂ କରି ୭ ଉଇକେଟ ନେଇଥିଲେ। ଆଙ୍ଗୁଠିର ଅବସ୍ଥା ବିଷୟରେ ଚିନ୍ତା ନ କରି ଶେଷ ପର୍ଯ୍ୟନ୍ତ ବୋଲିଂ କରିବେ ବୋଲିଂ କରିବେ ବୋଲି ସେ ଅଧିନାୟକଙ୍କୁ କହିଥିଲେ
ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବାବେଳେ ଶାମର ଆହତ ହୋଇଥିଲେ। ୧୧ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶାମରଙ୍କୁ ମିଚେଲ ଷ୍ଟାର୍କଙ୍କ ୟର୍କର ଯୋଗୁ ଆଙ୍ଗୁଠିରେ ଆଘାତ ହୋଇଥିଲା। ବଲ ହିଟ ହେବା ପରେ ୩ ରନ୍‌ରେ ବ୍ୟାଟିଂ କରୁଥିବା ଶାମର ରିଟାର୍ଡ ହର୍ଟ ନେଇଥିଲେ। ଆଘାତ ପରେ ସେ ବୋଲିଂ ପାଇଁ ପଡ଼ିଆକୁ ଫେରିବେ ବୋଲି ବହୁତ କମ ଆଶା ଥିଲା। କିନ୍ତୁ ପଡ଼ିଆକୁ ଆସିବା ପରେ ଶାମର ଅଧିନାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯାହା ହେଉନା କାହିଁକି, ଶେଷ ଉଇକେଟ ପଡ଼ିବା ପର୍ଯ୍ୟନ୍ତ ସେ ବୋଲିଂ କରିବେ।
ମ୍ୟାଚ ପରେ ଶାମର କହିଛନ୍ତି, ଏହା କଷ୍ଟସାଧ୍ୟ କିନ୍ତୁ ମୁଁ କ୍ଳାନ୍ତ ନୁହେଁ କାରଣ ମୁଁ ମୋ ଦଳ ପାଇଁ ଏହା କରିବାକୁ ଚାହୁଁଥିଲି। ମୁଁ ମୋର ଅଧିନାୟକଙ୍କୁ କହିଥିଲି ଯେ ଶେଷ ଉଇକେଟ ପଡ଼ିବା ପର୍ଯ୍ୟନ୍ତ ମୁଁ ବୋଲିଂ କରିବି। ମୋର ଆଙ୍ଗୁଠି ଭାଙ୍ଗିଛି କି ନାହିଁ ଏଥିରେ କିଛି ଫରକ ପଡେ ନାହିଁ। ମୁଁ ଖୁସି ଯେ ସେମାନେ ଏବେ ମୋ ପାଇଁ ଗର୍ବିତ।
ଏହି ମ୍ୟାଚରେ ଶାମର ଜୋସେଫ ମୋଟ ୮ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ବୋଲିଂ କରି ସେ ଗୋଟିଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ଦ୍ୱିତୀୟ ଇନିଂସରେ ବୋଲିଂ କରୁଥିବାବେଳେ ଶାମର ୭ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ତାଙ୍କ ଶିକାର କରିଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri