ବହଳିଆ ରକ୍ତ ହାର୍ଟଆଟାକର ମୁଖ୍ୟ କାରଣ, ରକ୍ତକୁ ଏଭଳି କରନ୍ତୁ ପତଳା…

ନୂଆଦିଲ୍ଲୀ : ଶୀତଦିନେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବଢ଼ିଥାଏ। ବିଶେଷକରି ହାର୍ଟଆଟାକ ସମସ୍ୟା ଅଧିକ ଦେଖାଦେଇଥାଏ। ରକ୍ତ ବହଳିଆ ହେବା ହାର୍ଟଆଟାକର ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ । ରକ୍ତ ବହଳିଆହେବା ଦ୍ୱାରା ଶୀଘ୍ର ଜମାଟ ବାନ୍ଧିଥାଏ। ଏହା ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥାଏ। କାରଣ, ବହଳିଆ ରକ୍ତ ହାର୍ଟଆଟାକ, ଷ୍ଟ୍ରୋକ ଇତ୍ୟାଦି ବିପଦକୁ ବଢ଼ାଇଥାଏ । ସେଥିପାଇଁ ରକ୍ତକୁ ପତଳା କରିବା ଲାଗି ବିଭିନ୍ନ ପଦକ୍ଷେପ ଘରେ ମଧ୍ୟ କରାଯାଇ ପାରିବ। ଲକ୍ଷ୍ନୌର ରେଗୁନ ହସ୍ପିଟାଲର ଡାଏଟିସିଆନ ଏବଂ ଡାଇବେଟିସ ପରାମର୍ଶ ଦାତା ରିତୁ ତ୍ରିବେଦୀଙ୍କ ଅନୁସାରେ ଘରେ ପ୍ରତିଦିନ ରସୁଣ, ହଳଦୀ, ଅଦା, ଗ୍ରୀନ ଟି ତଥା ଭିଟାମିନ ସି ଯୁକ୍ତ ଫଳ ଖାଇବା ଦ୍ୱାରା ରକ୍ତ ପତଳା ହୋଇଥାଏ।
ରସୁଣରେ ଥିବା ଏକପ୍ରକାର ଯୌଗିକ ରକ୍ତ ଜମାଟ କରୁଥିବା ପ୍ରୋଟିନ ଫାଇବ୍ରିନୋଜେନର ଉତ୍ପାଦନକୁ ହ୍ରାସ କରିଥାଏ। ଫଳରେ ରକ୍ତ ପତଳା ରହିଥାଏ।
ସେହିପରି ଅଦାରେ ଜିଞ୍ଜରୋଲ ନାମକ ପ୍ରାକୃତିକ ଆଣ୍ଟି-ଇନଫ୍ଲାମେଟୋରୀ ଯୌଗିକ ଥାଏ। ଜିଞ୍ଜରୋଲ ପ୍ଲାଲେଟ ଏଗ୍ରିଗେଶନ ହ୍ରାସ କରେ। ଯାହା ରକ୍ତକୁ ପତଳା ରଖେ ଏବଂ ସୁସ୍ଥ ରକ୍ତ ସଞ୍ଚାଳନକୁ ବଜାୟ ରଖିବାରେ ସାହାଯ୍ୟ କରେ ।

ହଳଦୀ ଭାରତୀୟ ରୋଷେଇର ଏହି ଗୁରୁତ୍ୱପୂର୍ଣ୍ଣ ମସଲା। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଏକ ଔଷଧ ଭାବେ କାର୍ଯ୍ୟ କରେ। ଏଥିରେ କର୍କୁମିନ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଥାଏ। କର୍କୁମିନ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣରେ ଭରପୂର। ଏହି କାରଣରୁ, ଏହା ଯୋଗୁ ରକ୍ତ ଜମାଟ ବାନ୍ଧେ ନାହିଁ ଏବଂ ଶରୀରରେ ରକ୍ତ ପ୍ରବାହ ସ୍ବାଭାବିକ ରହିଥାଏ ।

ଭିଟାମିନ ସି ଥିବା ଫଳ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏଭଳି ପରିସ୍ଥିତିରେ କମଳା, ଲେମ୍ବୁ, ଅଙ୍ଗୁର, କିୱି ପରି ଖଟା ଫଳ ନିୟମିତ ଖାଇବା ଉଚିତ। ଭିଟାମିନ ସି ସହିତ ବାୟୋଫ୍ଲୋନାଏଏଡ ମଧ୍ୟ ଏହି ଫଳଗୁଡ଼ିକରେ ପ୍ରଚୁର ପରିମାଣରେ ଥାଏ। ଏହି ଦୁଇଟି ଶରୀର କୋଷର କାନ୍ଥକୁ ମଜବୁତ କରେ ଏବଂ ସେମାନଙ୍କର ଫୁଲାକୁ ଦୂର କରେ । ଫଳରେ ରକ୍ତରେ କ୍ଲଟ ସୃଷ୍ଟି ହୁଏ ନାହିଁ ଏବଂ ଶରୀରରେ ରକ୍ତ ସହଜରେ ପ୍ରବାହିତ ହୁଏ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀନ ଟିରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ। ଏଥିରେ ଥିବା କ୍ୟାଟେଚିନ ନାମକ ଉପାଦାନ ରକ୍ତକୁ ପତଳା କରିଥାଏ ଏବଂ ଜମାଟ ବାନ୍ଧିବାକୁ ରୋକିଥାଏ। ରକ୍ତ ଜମାଟ ବାନ୍ଧିବାରେ ଜଡିତ ଦୁଇଟି ପ୍ରମୁଖ ପ୍ରୋଟିନ ଫାଇବ୍ରିନୋଜେନ ଏବଂ ଥ୍ରୋମ୍ବିନକୁ ପ୍ରତିରୋଧ କରିବାରେ କ୍ୟାଟେଚିନ କାର୍ଯ୍ୟ କରେ । କ୍ୟାଟେଚିନ ଫାଇବ୍ରିନୋଜେନ ଏବଂ ଥ୍ରୋମ୍ବିନର ଉତ୍ପାଦନ ହ୍ରାସ କରି ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ । ଏହା ବ୍ୟତୀତ ଏହାର ନିୟମିତ ବ୍ୟବହାର ଦ୍ୱାରା ଶରୀରର ପ୍ରତି କୋଷଗୁଡ଼ିକରେ ରକ୍ତ ପ୍ରବାହରେ ମଧ୍ୟ ଉନ୍ନତି ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri