Instagram Scam: ପୋଷ୍ଟ ଲାଇକ୍‌ କରିବା ମାତ୍ରେ ଖାଲି ହୋଇଯିବ ଆକାଉଣ୍ଟ, ଠକେଇରୁ ରକ୍ଷା ପାଇବାର ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ବର୍ଷ ୨୦୨୪ ଆରମ୍ଭ ହେବା ସହ ଅନ୍‌ଲାଇନ୍‌ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସାଇବର ଠକମାନେ ଇମେଲ ଲିଙ୍କ ନଚେତ ଅସୁବିଧାରେ ପଡ଼ିଥିବା ବନ୍ଧୁଙ୍କୁ ଅସମୟରେ ସହାୟତା ନାମରେ ଟଙ୍କା ମାଗୁଛନ୍ତି। ଠକେଇର ଏସବୁ ନୂଆ ଉପାୟକୁ ବୁଝି ନ ପାରି ଅନେକ ସେଥିରେ ଛନ୍ଦି ହୋଇପଡ଼ୁଛନ୍ତି। ଏହି କ୍ରମରେ ଏବେ ଇନ୍‌ଷ୍ଟାଗ୍ରାମ ଠକେଇ ସାମ୍ନାକୁ ଆସିଛି। ଯଦି ଆପଣ କୌଣସିପ୍ରକାର ଅନଲାଇନ୍‌ ଠକେଇରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ କିଛି ଉପାୟ ବିଷୟରେ ଜାଣିରଖନ୍ତୁ।

ମାଗଣା ଉପହାର ଏବଂ ପ୍ରତିଯୋଗିତା:
ମହଙ୍ଗା ଉପହାର ଅଥବା ଅଧିକ ଟଙ୍କା ଦେବାକୁ ଦାବି କରୁଥିବା ଆକାଉଣ୍ଟଠାରୁ ସାବଧାନ ରୁହନ୍ତି। ଆଧିକାରୀକ ବ୍ରାଣ୍ଡର ପେଜ୍‌କୁ ଯାଇ ପ୍ରତିଯୋଗିତା ବିଷୟରେ ସମସ୍ତ ସୂଚନାକୁ ଏକଜୁଟ କରନ୍ତୁ। କେବେ ବି ନିଜର ଟଙ୍କା ନେଣଦେଣ ଏବଂ ଲଗ୍‌ଇନ୍‌ ଡିଟେଲ୍‌ କାହା ସହ ଶେୟାର କରନ୍ତୁ ନାହିଁ।

ଫେକ୍‌ଆକାଉଣ୍ଟ ଠକେଇ:
ସାଇବର ଠକମାନେ ପ୍ରଭାବଶାଳୀ ବ୍ୟକ୍ତିବିଶେଷ, ଲୋକପ୍ରିୟ ଚେହେରା ଏପରିକି ଆପଣଙ୍କ ବନ୍ଧୁଙ୍କ ନକଲି ଆକାଉଣ୍ଟ ଖୋଲିପାରନ୍ତି। ଏମିତିରେ ତାଙ୍କ ପୃଷ୍ଠାକୁ ଅନୁଧ୍ୟାନ କରନ୍ତୁ। ବ୍ୟବହାରକାରୀଙ୍କ ନା ଏବଂ ପ୍ରୋଫାଇଲ ଫଟୋ ବହୁତ ଭଲ ଭାବେ ଯାଞ୍ଚ କରନ୍ତୁ। ଅଜଣା ଆକାଉଣ୍ଟରୁ ଆସୁଥିବା ମେସେଜରୁ ଦୂରରେ ରୁହନ୍ତୁ।

ଫିଶିଂ ଆଟାକ୍‌:
କମେଣ୍ଟ, କ୍ୟାପ୍‌ଶନ ନଚେତ ଡାଇରେକ୍ଟ ମେସେଜରେ ଆସୁଥିବା ଲିଙ୍କରୁ ସାବଧାନ ରୁହନ୍ତୁ। ଏଥିରେ କ୍ଲିକ୍‌ କରନ୍ତୁ ନାହିଁ।

ନିବେଶ ସମ୍ପର୍କିତ ଠକେଇ:
ଅନିଚ୍ଛାକୃତ ଠକେଇ ପରାମର୍ଶ ନଚେତ ଶୀଘ୍ର ରିଟର୍ନ ପ୍ରତିଶ୍ରୁତିଠାରୁ ଦୂରେଇ ରୁହନ୍ତୁ। ପାର୍ଟ ଟାଇମ୍‌ ଚାକିରି ଏବଂ ସୋସିଆଲ ମିଡିଆରେ ପୋଷ୍ଟ ଲାଇକ୍‌ କରିବା ଲାଗି ମୋଟା ଅଙ୍କର ରୋଜଗାର ଦାବିଠାରୁ ଦୂରେଇ ରୁହନ୍ତୁ।

କିଭଳି ରହିବେ ସୁରକ୍ଷିତ:
-ଟୁ ଷ୍ଟେପ୍‌ ଅଥେଣ୍ଟିକେଶନ ରଖନ୍ତୁ
-ସନ୍ଦିଗ୍ଧ ଗତିବିଧିକୁ ରିପୋର୍ଟ କରନ୍ତୁ
-କେବେହେଲେ ନିଜର ବ୍ୟକ୍ତିଗତ ସୂଚନା-ଯେଉଁଭଳି ପାର୍ସଓ୍ବାର୍ଡ, କ୍ରେଡିଟ୍‌ କାର୍ଡ ତଥ୍ୟ କାହାସହ ଶେୟାର କରନ୍ତୁ ନାହିଁ।
-ନିଜର ଡିଭାଇସ ସହ ଆପ୍‌କୁ ଅପ୍‌ଡେଟ୍‌ ରଖନ୍ତୁ
-ନିଜର ପାସଓ୍ବାର୍ଡକୁ ବଳିଷ୍ଠ ରଖନ୍ତୁ। ନିୟମିତ ବ୍ୟବଧାନରେ ଏହାକୁ ବଦଳାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri