କୋଚିଂ ସଂସ୍ଥା ୧୦୦ ପ୍ରତିଶତ ସଫଳତା ହାସଲ କରିଥିବା ଦାବି କଲେ ଏବେ ଲାଗିବ ଜରିମାନା: ସରକାରଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୦।୧ : ସରକାରୀ ଚାକିରି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ସେମାନଙ୍କ ବିଜ୍ଞାପନରେ ଶତପ୍ରତିଶତ ସଫଳତା କିମ୍ବା ଚାକିରି ପାଇଁ ଚୟନ ହୋଇଥିବା ଦାବି କରିପାରିବେ ନାହିଁ। କୋଚିଂ ସେକ୍ଟରରେ ବିଭ୍ରାନ୍ତିକର ବିଜ୍ଞାପନକୁ ରୋକିବା ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି।

ସିସିପିଏ ମୁଖ୍ୟ କମିଶନର ରୋହିତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ଏବଂ ନିୟନ୍ତ୍ରଣ କମିଟିର ବୈଠକରେ ଏହି ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ଏହା କୋଚିଂ ପ୍ରତିଷ୍ଠାନଗୁଡ଼ିକୁ ସଫଳତା ହାର ଏବଂ ଚାକିରି ପାଇଁ ମନୋନୀତ ହୋଇଥିବା ଛାତ୍ରୀଛାତ୍ର ସଂଖ୍ୟା ଉପରେ ମିଥ୍ୟା ଦାବି କରିବାକୁ ବାରଣ କରିବ। ଡ୍ରାଫ୍ଟ ଅନୁଯାୟୀ, ସୂଚନାର ଫଣ୍ଟ ଆକାର ଦାବି / ବିଜ୍ଞାପନରେ ବ୍ୟବହୃତ ସମାନ ହେବ। ବିଜ୍ଞାପନର ଏକ ପ୍ରତିଷ୍ଠିତ ତଥା ସହଜରେ ଦୃଶ୍ୟମାନ ସ୍ଥାନରେ ଏହିପରି ସୂଚନା ଦେବାକୁ ପଡିବ। ଯଦି କୌଣସି କୋଚିଂ ପ୍ରତିଷ୍ଠାନ ବିଭ୍ରାନ୍ତିକର ବିଜ୍ଞାପନ କରେ, ତେବେ ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ଜରିମାନା ଆଦାୟ କରାଯିବ।

ଡ୍ରାଫ୍ଟ ଅନୁଯାୟୀ କୋଚିଂ ପ୍ରତିଷ୍ଠାନକୁ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ପଡିବ। ଏଥିରେ, ସଫଳ ପ୍ରାର୍ଥୀ, ପଦ, ପାଠ୍ୟକ୍ରମ, ଏହାର ଅବଧି ବିଷୟରେ ଉଲ୍ଲେଖ କରିବାକୁ ପଡିବ । ପ୍ରାର୍ଥୀ ଫି ପ୍ରଦାନ କରିଛନ୍ତି ନା ମାଗଣା କୋଚିଂ ନେଇଛନ୍ତି ତାହା ମଧ୍ୟ ଉଲ୍ଲେଖ କରିବାକୁ ପଡିବ। କୋଚିଂ ପ୍ରତିଷ୍ଠାନଗୁଡିକ ଦ୍ୱାରା ବିଭ୍ରାନ୍ତିକର ବିଜ୍ଞାପନ ବିରୁଦ୍ଧରେ ସିସିପିଏ ସ୍ବତଃପ୍ରବୃତ୍ତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ, ସିସିପିଏ ୩୧ ଟି କୋଚିଂ ପ୍ରତିଷ୍ଠାନକୁ ନୋଟିସ ଜାରି କରିଛି ଏବଂ ୯ଟି ଉପରେ ଜରିମାନା ଲାଗୁ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଏଏପିରେ ସୁରକ୍ଷିତ ନୁହେଁ ନାରୀ,’ କେଜରିଓ୍ବାଲଙ୍କୁ ପ୍ରଶ୍ନ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀ ପୋଲିସକୁ ଦୁଇଟି କଲ ଆସିଥିଲା ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ସମ୍ନାରେ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି...

ଭାରତର ଟେନ୍‌ସନ୍‌ ବଢାଇପାରେ ଚାଇନା: ଏହି ଦେଶ ସହ ମିଶି ରଚୁଛି ଷଡଯନ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୩।୫: ଆଗାମୀ ସମୟରେ ଚାଇନା ଭାରତର ଟେନ୍‌ସନ୍‌କୁ ବଢାଇପାରେ। ବର୍ତ୍ତମାନ ଚାଇନା ୟୁରୋପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଫ୍ରାନ୍ସ ଉପରେ ଦୃଷ୍ଟି ରଖିଛି। ଡ୍ରାଗନ କେବଳ...

ଖୁବ ଶୀଘ୍ର ବିବାହ କରିବେ ରାହୁଲ

ରାଏବରେଲି,୧୩।୫: ରାଏବରେଲି ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲିରେ ପହଞ୍ଚିଛନ୍ତି। ଏହି...

ରାଏବରେଲିରୁ କାହିଁକି ନିର୍ବାଚନ ଲଢୁଛନ୍ତି ରାହୁଲ, ନିଜେ କହିଲେ କାରଣ

ନୂଆଦିଲ୍ଲୀ,୧୩।୫: ସୋମବାର ରାଏବରେଲିରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି ଯେ ସେ କାହିଁକି ଆମେଥିରୁ ନୁହେଁ ବରଂ ରାଏବରେଲିରୁ ନିର୍ବାଚନ ଲଢୁଛନ୍ତି। ରାହୁଲ...

ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ ଯଦି ପିନ୍ଧାଇଦେବା: ମୋଦି

ମୁଜାଫରନଗର,୧୩।୫: ବିହାରର ମୁଜାଫରପୁରରେ ଏକ ସାଧାରଣ ସଭାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ପାକ ସମର୍ଥକ ବିବୃତ୍ତି ଉପରେ...

ମୁସଲମାନ ମହିଳାଙ୍କୁ ଆଇଡି ଚେକ୍ ପାଇଁ ମୁହଁ ଦେଖାଇବାକୁ କହି ବିବାଦରେ ଭାଜପା ପ୍ରାର୍ଥୀ, ରୁଜୁ କଲା ମାମଲା ପୋଲିସ

ନୂଆଦିଲ୍ଲୀ, ୧୩ା୫: ହାଇଦ୍ରାବାଦରୁ ଭାଜପା ପ୍ରାର୍ଥୀ କମ୍ପେଲା ମାଧବୀ ଲଥା ଏକ ପୋଲିଂ ବୁଥରେ ବୁର୍ଖା ପିନ୍ଧିଥିବା ମୁସଲମାନ ମହିଳାମାନଙ୍କୁ ଭୋଟର ପରିଚୟ ପତ୍ରରେ ଥିବା...

ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ କଲେ ଏଏପି ଏମପି ସ୍ଵାତି ମାଲିୱାଲ

ନୂଆଦିଲ୍ଲୀ, ୧୩ା୫: ଏଏପି ଏମପି ସ୍ଵାତି ମାଲିୱାଲଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ ସୋମବାର ସକାଳେ ଦିଲ୍ଲୀ ପୋଲିସକୁ...

ଅମିତ ଶାହାଙ୍କ ୫ ବଡ଼ ଭବିଷ୍ୟବାଣୀ: ସତ ହେବାନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୫: ନିର୍ବାଚନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ ଠାରୁ ଆରମ୍ଭ କରି ଷ୍ଟକ ମାର୍କେଟରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri